ମୁମ୍ୱାଇ: ନିକଟରେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜର ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଡିପ୍ରେସନ କାରଣରୁ ସେ ଦିନେ ଆତ୍ମହତ୍ୟା କରିବାକୁ ଭାବିଥିଲେ ବୋଲି କହିଛନ୍ତି।
ଇଲିଆନା ନିଜକୁ ସଂକୁଚିତ ମନୋଭାବର ବୋଲି ସ୍ୱୀକାର କରି ଡିପ୍ରେସନ ଓ ବଡି ଡିସ୍ମୋରଫିକର ଶିକାର ହୋଇଥିବା କହିଥିଲେ। ସେ ଆହୁରି କହିଥିଲେ, “ମୋ ମତରେ ଡିପ୍ରେସନ ସହ ଲଢିବାକୁ ହେଲେ ନିଜକୁ ଏହାକୁ ସ୍ୱୀକାର କରିବାକୁ ପଡିବ। ଡିପ୍ରସନର ଶିକାର ହେଲେ ନିଜର ଚିକିତ୍ସା କରନ୍ତୁ। ଏହା ଏକ ଲମ୍ୱା ପକ୍ରିୟା ଏବଂ ଏକା ଥରକରେ ଭଲ ହୋଇଯିବ ନାହିଁ। ଚିକିତ୍ସା କଲେ ଧିରେ ଧିରେ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ।”
ଆହୁରି ମଧ୍ୟ ପଢନ୍ତୁ: ପ୍ରେମିକାଙ୍କୁ ଯନ୍ତ୍ରଣା ଦେଉଥିଲେ ଏହି ବଲିଉଡ୍ ସେଲିବ୍ରେଟି