ଖଣ୍ଡଗିରିରେ ଇମ୍ରାନ୍‌ ଖାନ୍‌ଙ୍କ ଇଏ କି ବେପାର?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଖଣ୍ଡଗିରି ଛକରେ ଇମ୍ରାନ୍‌ ଖାନ୍‌। ତେବେ ପ୍ରଶ୍ନ ଉଠୁଛି କିଏ ସେ ଇମ୍ରାନ୍‌ ଖାଁ? ଆମେ ଏଠି ବଲିଉଡ୍‌ର ଆକ୍ଟ୍ରେସ୍‌ ଇମ୍ରାନ୍‌ ଖାନଙ୍କ କଥା କହୁନାହିଁ। ଆମେ କହୁଛୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିଷୟରେ। ପାକିସ୍ତାନରେ ଅର୍ଥନୈତିକ ସ୍ଥିତି ଭଲ ନଥିବାରୁ ସେ ସୀମା ଡେଇଁ ଭାରତ ଚାଲି ଆସିଛନ୍ତି। ଆଉ ଏଠାରେ ଭଙ୍ଗା ଲୁନା ଚଲାଇ ବୁଲି ବୁଲି କରୁଛନ୍ତି ଚୁଟି ବେପାର। ଏମିତି ଏକ ଥିମ୍‌କୁ ନେଇ […]

imran

imran

Manoranjan Sial
  • Published: Tuesday, 03 March 2020
  • Updated: 03 March 2020, 06:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଖଣ୍ଡଗିରି ଛକରେ ଇମ୍ରାନ୍‌ ଖାନ୍‌। ତେବେ ପ୍ରଶ୍ନ ଉଠୁଛି କିଏ ସେ ଇମ୍ରାନ୍‌ ଖାଁ? ଆମେ ଏଠି ବଲିଉଡ୍‌ର ଆକ୍ଟ୍ରେସ୍‌ ଇମ୍ରାନ୍‌ ଖାନଙ୍କ କଥା କହୁନାହିଁ। ଆମେ କହୁଛୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିଷୟରେ। ପାକିସ୍ତାନରେ ଅର୍ଥନୈତିକ ସ୍ଥିତି ଭଲ ନଥିବାରୁ ସେ ସୀମା ଡେଇଁ ଭାରତ ଚାଲି ଆସିଛନ୍ତି। ଆଉ ଏଠାରେ ଭଙ୍ଗା ଲୁନା ଚଲାଇ ବୁଲି ବୁଲି କରୁଛନ୍ତି ଚୁଟି ବେପାର। ଏମିତି ଏକ ଥିମ୍‌କୁ ନେଇ ‘ଯାତ୍ରା ସ୍ୱପ୍ନମହଲ’ରେ ପ୍ରସ୍ତୁତ କରାଯାଇଛି ପାଲା। ଯାହା ଦର୍ଶକଙ୍କୁ ବେଶ୍‌ ହସର ଖୋରାକ ଯୋଗାଇଛି।

ଚଳିତବର୍ଷ ଯାତ୍ରା ‘ସ୍ୱପ୍ନ ମହଲ’ର ଚର୍ଚ୍ଚିତ ନାଟକ ହେଉଛି ‘ସିଆଇଡି ଦୟା’। ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି କମେଡି କିଙ୍ଗ୍‌ ଦୟାନିଧି ଉପାଧ୍ୟାୟ। ମାୟା ଜାଲ୍‌ରେ ଛନ୍ଦି ହୋଇଥିବା ଏକ ପରିବାକୁ କେମିତି ସେ ଉଦ୍ଧାର କରୁଛନ୍ତି, ତାହା ଏହି ନାଟକରେ ଦେଖିବାକୁ ମିଳିଛି। ନିଜ ଚରିତ୍ରକୁ ସ୍ୱତନ୍ତ୍ର ରୂପ ଦେବା ପାଇଁ ଦୟାନିଧି କେତେବେଳେ ବଡ଼ ଦାଣ୍ଡର ଭିକାରୀ ଭୂମିକାରେ ଅଭିନୟ କରୁଛନ୍ତି ତ ଆଉ କେତେବେଳେ ଚାମର ହଲାଇ ପାଲା ପରିବେଷଣ କରୁଛନ୍ତି। ଏହି ପାଲା କୌଣସି ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ହୋଇନାହିଁ। ଦୟାଙ୍କର ଏହି ପାଲାରେ ମୁଖ୍ୟ ଚରିତ୍ରରେ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠିଗଲା ପରେ ଇମ୍ରାନ୍‌ ଖାନ୍‌ କେମିତି ବିଚଳିତ ହେଉଛନ୍ତି ଏବଂ ଏଥିରେ ଅସ୍ଥିର ହୋଇ ତାଙ୍କର କେମିତି ବାଚଳାମି ବାହାରୁଛି, ତାହା ଏହି ପାଲାରେ ଦର୍ଶାଇ ଦୟା। ସେ ଇମ୍ରାନ୍‌ଙ୍କୁ ବ୍ୟଙ୍ଗ କରି କହୁଛନ୍ତି, ଏବେ ଅର୍ଥନୈତିକ ମାନ୍ଦାବସ୍ତା ଲାଗି ରହିଛି। ଯେଉଁଥିପାଇଁ ଇମ୍ରାନ୍‌ ଖାଁ ନିଜ ପଦ ହରାଇ ସୀମା ଡେଇଁ ଭାରତ ପଳାଇ ଆସୁଛନ୍ତି। ସେଠାରେ ବୁଲି ବୁଲି ବାଳ ବେପାର କରୁଛନ୍ତି। “ଘରଠୁ ବାହାର, ବାହାରଠୁ ଘର… ଘରଠୁ ଅନେକ ଦୂର… ବୁଲି ବୁଲି କରୁଛି ମୁଁ ବାଳ ବେପାର।” ଦୟା ପାଲା ପରିବେଷଣ କରୁଥିବା ବେଳେ ମୃଦଙ୍ଗ, ଝାଞ୍ଜ ଓ ଗିନିରେ ମଞ୍ଚ କମ୍ପୁଥିଲା।

[caption id="attachment_501722" align="aligncenter" width="750"] ସିଆଇଡ଼ି ଦୟାର ଏକ ଚରିତ୍ର[/caption]

‘ସିଆଇଡି ଦୟା’କୁ ଡ. ପ୍ରଦୀପ ଜେନା ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଲିଟିଲ୍‌ ମାଷ୍ଟର ବିନୋଦ ରାଉତ ଓ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ। ‘ଯାତ୍ରା ସ୍ୱପ୍ନ ମହଲ’ର ଏହି ଚର୍ଚ୍ଚିତ ନାଟକ ଖଣ୍ଡଗିରି ମେଳାରେ ଲଗାତାର ପରିବେଷଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos