ପୂଜାରୀରୁ ପୋଖତ ହାସ୍ୟ ଅଭିନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନୟ କରିବାକୁ ଯଲିଉଡ୍‌ ଆସିଥିଲେ। ହେଲେ ପୂଜାରୀ ହୋଇଗଲେ। କିନ୍ତୁ ପୂଜା କରୁ କରୁ ଜଣେ ପୋଖତ ଓ ପେସାଦାର ହାସ୍ୟ ଅଭିନେତା ବନିଗଲେ। ମୁହଁରେ ରଙ୍ଗ ମାଖି ରାତିର ଝିଲ୍‌ମିଲ୍‌ ଆଲୁଅରେ ବାଣ୍ଟି ଚାଲିଲେ ହସ। ଆଉ ତାଙ୍କର ସେହି ଅଭିନୟ ଟିକକ ଦେଖିବାକୁ ରାତି ଅନିଦ୍ରା ହୋଇ ବସୁଛନ୍ତି ଦର୍ଶକ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କମେଡି କିଙ୍ଗ୍ ଦୟାନିଧି ଉପାଧ୍ୟାୟ। ଯାତ୍ରା କ୍ୟାରିୟରର ୧୭ ବର୍ଷ […]

debendra

debendra

Jitendra Garnayak
  • Published: Wednesday, 01 January 2020
  • Updated: 01 January 2020, 04:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନୟ କରିବାକୁ ଯଲିଉଡ୍‌ ଆସିଥିଲେ। ହେଲେ ପୂଜାରୀ ହୋଇଗଲେ। କିନ୍ତୁ ପୂଜା କରୁ କରୁ ଜଣେ ପୋଖତ ଓ ପେସାଦାର ହାସ୍ୟ ଅଭିନେତା ବନିଗଲେ। ମୁହଁରେ ରଙ୍ଗ ମାଖି ରାତିର ଝିଲ୍‌ମିଲ୍‌ ଆଲୁଅରେ ବାଣ୍ଟି ଚାଲିଲେ ହସ। ଆଉ ତାଙ୍କର ସେହି ଅଭିନୟ ଟିକକ ଦେଖିବାକୁ ରାତି ଅନିଦ୍ରା ହୋଇ ବସୁଛନ୍ତି ଦର୍ଶକ। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କମେଡି କିଙ୍ଗ୍ ଦୟାନିଧି ଉପାଧ୍ୟାୟ। ଯାତ୍ରା କ୍ୟାରିୟରର ୧୭ ବର୍ଷ ପରେ ତାଙ୍କୁ ମିଳିଥିଲା ସଫଳତା। ‘ରଙ୍ଗମହଲ’ ଯାତ୍ରା ପାର୍ଟିର “ସ୍ୱାମୀମାନେ ସାବଧାନ” ନାଟକରେ ଏକ ପାଲା ଗାୟକର ଚରିତ୍ର ତାଙ୍କୁ ଦେଇଥିଲା ନୂଆ ପରିଚୟ। ଆଉ ଇଏ ହେଉଛି ସେଥିରେ ସେ କହିଥିବା ଏକ ଚର୍ଚ୍ଚିତ ସଂଳାପ-

“ଲକ୍ଷ୍ୟ କରନ୍ତୁ ମୋର ବିଦଗ୍ଧ ସ୍ରୋତାମଣ୍ଡଳୀ... ମାତୃସ୍ଥନୀୟ, ଭଗ୍ନୀସ୍ଥନୀୟ, ଗର୍ଭବତୀ, ସ୍ୱାମୀ ପରିତ୍ୟକ୍ତା, ବିଧାବା, ଫ୍ରେଶ୍‌ ବିଧବା, ହଠାତ୍‌ ବିଧାବା, ବାଇଚାନ୍ସ ବିଧବା, ଅବେଳ ବିଧାବ ଓ ଛାଡ୍ରିମାନେ... ଯେଉଁ ଫ୍ରେଶ୍‌ ବିଧବା ଓ ଛାଡ୍ରିମାନେ ଅନ୍ତଃସତ୍ୱା ଅଛନ୍ତି, ସେମାନେ କଞ୍ଚା କଦଳୀ, ଅମୃତଭଣ୍ଡା, ଦେଶୀ ମାଛ, ଚୁନା ମାଛ ଖାଆନ୍ତୁ। ସୁସ୍ଥ ଶିଶୁ ପ୍ରଡକ୍‌ସନ୍‌ କରନ୍ତୁ। କାରଣ ସୁସ୍ଥ ଶିଶୁ, ସୁସ୍ଥ ସମାଜ ଗଠନ କରିବ... ବୋଲ୍‌ ଆନନ୍ଦେ କନ୍ଦର ଭଗବାନ କି ଜୟ...”

ବାଲେଶ୍ୱର ଜିଲ୍ଲା କୁରୁଣ୍ଠା ଶାସନରେ ଦୟାନିଧିଙ୍କର ଜନ୍ମ। ପିଲାବେଳୁ ନାଟକ ପ୍ରତି ତାଙ୍କର ଥିଲା ଦୁର୍ବଳତା। ସେଥିପାଇଁ ସେ ଷଷ୍ଠ ଶ୍ରେଣୀରୁ ନାଟକରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। କଲେଜରେ ପଢ଼ୁଥିବା ବେଳେ ଗାଁ ଡ୍ରାମାରେ ଅଭିନୟ କରିଥିଲେ। ସେତେବେଳେ ସେ ନାରୀ ଚରିତ୍ରରେ ଅଭିନୟ କରି ରାତିକୁ ପାରିଶ୍ରମିକ ବାବଦକୁ ୩୦୦ ଟଙ୍କା ଆଣୁଥିଲେ। ତେବେ କେତେକ ହିତାକାଂକ୍ଷୀ ତାଙ୍କୁ ପେସାଦାର ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ନିଜର ପତଳା ଚେହେରା ପାଇଁ କୌଣସି ଯାତ୍ରା ପାର୍ଟି ସୁଯୋଗ ଦେବ କି ନାହିଁ ବୋଲି ଦୋଦୋ ପାଞ୍ଚରେ ଥିଲେ। ତଥାପି ମନୋବଳ ଦୃଢ଼ କରି ଯାତ୍ରା ପାର୍ଟିରେ ଅଭିନୟ କରିବା ପାଇଁ ବାହାରି ପଡ଼ିଥିଲେ।

ଭଦ୍ରକ ଜିଲ୍ଲା ମାର୍କୋଣାରେ ଥରେ “ଭବାନୀ ଗଣନାଟ୍ୟ” ପଡ଼ିଥିଲା। ସେଠାକୁ ସେ ଯାଇ ଯାତ୍ରା ପାର୍ଟିର ପରିଚାଳକ ନୟନ ମହାପାତ୍ରଙ୍କୁ ଭେଟିଲେ। ମାତ୍ର ତାଙ୍କର ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ନୟନ ଆଚାର୍ଯ୍ୟ। ଅଭିନୟ ପାଇଁ ନୁହେଁ, ବରଂ ଠାକୁର ପୂଜା କରିବା ପାଇଁ ଅଫର୍‌ ଦେଇଥିଲେ। ତାହାକୁ ଗ୍ରହଣ କରି ଦୟା ଯାତ୍ରା ପାର୍ଟିରେ ଯୋଗଦିଅନ୍ତି। ସେଠାରେ ରହଣି ସମୟରେ ପୂଜା କରିବା ସାଙ୍ଗକୁ ନାଟକରେ ଛୋଟ ଛୋଟ ଚରିତ୍ର ମଧ୍ୟ କରୁଥିଲେ।

ଧନୁ ଯାତ୍ରା ସମୟରେ “ଭବାନୀ ଗଣନାଟ୍ୟ”ର କମେଡିଆନ୍‌ ହଠାତ୍‌ ଅନୁପସ୍ଥିତ ରହିଲେ। ଆଉ ଆସିଲେ ନାହିଁ। ତାଙ୍କ ସ୍ଥାନରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଦୟା। ସେହି ଯାତ୍ରା ପାର୍ଟିରେ ପାଖାପାଖି ବର୍ଷେ ରହିଥିଲେ। ତା’ପରେ ଚାଲି ଆସିଲେ “ଓଡ଼ିଶା ଅପେରା”କୁ। ସେହି ସମୟରେ ସେଠାରେ ପ୍ରତିଷ୍ଠିତ ହାସ୍ୟ ଅଭିନେତା ବ୍ରଜ ପାଣି ଓ ପଦ ଭାଇ ପରି କଳାକାର ରହିଥିବାରୁ ଅଭିନୟ କରିବାକୁ ଦୟାଙ୍କୁ ସୁଯୋଗ ମିଳିଲା ନାହିଁ। କିନ୍ତୁ ସେ ସେବଳର ପ୍ରତିଷ୍ଠିତ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ୱାଳ ଓ ରବି ଶତପଥୀଙ୍କ ନକଲ କରିପାରୁଥିବାରୁ ସଂସ୍ଥାର ପରିଚାଳକ ଯାତ୍ରା ପାର୍ଟିରେ ରଖି ଦେଇଥିଲେ। ଦୟା ପୂଜା କରିବା ସହିତ ଇଲେକ୍ଟ୍ରିଆନ୍‌, ମାଇକ୍‌ରେ ପ୍ରଚାର ଓ ମେଲୋଡ଼ି ଗାଇବା ପରି କାମ କରିଥିଲେ। ସବୁ ଦୁଃଖକୁ ସହି ଦୟା ନିଜକୁ ନିଜେ ବୁଝାଇ ନେଉଥିଲେ।

କୁହାଯାଏ, ସୁଯୋଗ ବେଳେ ବେଳେ ମଣିଷକୁ ହାତ ଠାରି ଡାକେ। ଆଉ ବଦଳିଯାଏ ଜୀବନର ଗତିପଥ। ଏମିତି ଘଟିଥିଲା ଦୟାଙ୍କ ଜୀବନରେ। ଓଡ଼ିଶା ଅପେରାର ପ୍ରତିଷ୍ଠିତ ହାସ୍ୟ ଅଭିନେତା ବ୍ରଜ ପାଣି ପାର୍ଟି ଛାଡ଼ି ଚାଲିଗଲେ। ତାଙ୍କ ସ୍ଥାନରେ ଦୟା ବିଭିନ୍ନ ନାଟକରେ ଅଭିନୟ କରିବାର ସୁଯୋଗ ପାଇଲେ। ସେଠାରେ ତାଙ୍କ ସହ ଅଭିନୟ କରୁଥିଲେ ଅଭିନେତ୍ରୀ ତାରାମଣି ଉପାଧ୍ୟାୟ। ତାଙ୍କୁ ସେ ପରବର୍ତ୍ତୀ ସମୟରେ ବିବାହ କରିଥିଲେ। ତାରାମଣି ହେଉଛନ୍ତି ଜଣେ ଓଡ଼ିଶୀ ବିଶାରଦ। ସେ ରେକର୍ଡ଼ ଡ୍ୟାନ୍ସ କରିବା ସହିତ ଅଭିନୟ ମଧ୍ୟ କରୁଥିଲେ।

ଅଭିନୟ କ୍ୟାରିୟର ଥିଲା ସଂଘର୍ଷମୟ। ଆଉ ବିବାହ ମଧ୍ୟ ଥିଲା ସ୍ୱତନ୍ତ୍ର ଧରଣର। ଦୟାଙ୍କ ଅଭିନୟ ଦେଖି ତାରାମଣିଙ୍କ ବାପା ମୁଗ୍ଧ ହୋଇଯାଇଥିଲେ। ଆଉ ଚାହିଁଥିଲେ ତାଙ୍କୁ ନିଜର ଜ୍ୱାଇଁ କରିବା ପାଇଁ। ମାତ୍ର ଦୟାଙ୍କ ପାରିବାରିକ ଆର୍ଥିକ ସ୍ଥିତି ଭଲ ନଥିଲା। ସେଥିପାଇଁ ବିବାହ ପୂର୍ବରୁ ୨୦,୦୦୦ ଟଙ୍କା ଭାବି ଶ୍ୱଶୁରଙ୍କଠାରୁ ନେଇଥିଲେ ଦୟା। ସେହି ଟଙ୍କାରେ ଘର ନିର୍ମାଣ କରିଥିଲେ। ତା’ପରେ ବାହାଘର ହୋଇଥିଲା।

ବିବାହ ପରେ ସ୍ୱାମୀ ଓ ସ୍ତ୍ରୀ ଚାଲିଗଲେ ତ୍ରିନାଥ ଗଣନାଟ୍ୟକୁ। ସେଠାରେ ଅଭିନୟ ଜାରି ରଖିଲେ। ସେଥିରୁ ଭଲ ପାରିଶ୍ରମିକ ମଧ୍ୟ ମିଳୁଥିଲା ଉଭୟଙ୍କୁ। ଆଉ ତା’ପରେ ତାଙ୍କ ଯାତ୍ରା ଜୀବନ ଆଗେଇ ଚାଲିଲା। ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ ଦେଇ ଯଲିଉଡ୍‌ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଯାତ୍ରା କ୍ୟାରିୟରର ୧୭ ବର୍ଷ ପରେ ତାଙ୍କୁ ଲୋକେ ଚିହ୍ନିଥିଲେ। ରଙ୍ଗମହଲ ଯାତ୍ରା ପାର୍ଟିର ଚର୍ଚ୍ଚିତ ନାଟକ ‘ସ୍ୱାମୀମାନେ ସାବଧାନ’ ତାଙ୍କୁ ବେଶୀ ପରିଚୟ ଦେଇଥିଲା। ‘ସ୍ତ୍ରୀମାନେ ସାବଧାନ’ ନାଟକରେ ତାଙ୍କର ସ୍ୱତନ୍ତ୍ର ସଂଳାପ କହିବାର ଶୈଳୀ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଏହି ଶୈଳୀ ପାଇଁ ସେ ଓଟିଭିର କ୍ରାଇମ୍‌ ରିପୋର୍ଟର ଆଲୋକ ମହାନ୍ତିଙ୍କ କହିବା ଶୈଳୀକୁ ଅନୁକରଣ କରିଥିଲେ ବୋଲି କହିଛନ୍ତି।

ଏବେ ଦୟାଙ୍କ ପତ୍ନୀ ତାରାମଣି ଯାତ୍ରା ଦୁନିଆରେ ନାହାନ୍ତି। ଘରେ ପରିବାର ସମ୍ଭାଳୁଛନ୍ତି। ଦୟା ଏବେ ଯଲିଉଡ୍‌ର ଜଣେ ପ୍ରତିଷ୍ଠିତ କମେଡିଆନ୍‌। ଗତ ବର୍ଷଠାରୁ ସେ ନୂଆକରି ଗଢ଼ି ଉଠିଥିବା ଯାତ୍ରାପାର୍ଟି ‘ସ୍ୱପ୍ନମହଲ’ରେ ଯାତ୍ରା ଜାରି ରଖିଛନ୍ତି। ଚଳିତ ସିଜିନ୍‌ରେ ତାଙ୍କର ଚର୍ଚ୍ଚିତ ନାଟକ ହେଉଛି ‘ସିଆଇଡି ଦୟା’। ଦୀପକ ଜେନାଙ୍କ ରଚିତ ଓ ବିନୋଦ ରାଉତଙ୍କ ନିର୍ଦ୍ଦେଶିତ ଏହି ନାଟକ ସୁପର ହିଟ୍‌ ହୋଇଛି। ଏଥିରେ ଦୟାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ‘ବିଶ୍ୱଦରବାର’ ପରେ ‘ସିଆଇଡି ଦୟା’ ତାଙ୍କୁ ଆଉ ଏକ ପରିଚୟ ଦେଇଛି। ସେ ଚାହାଁନ୍ତି ପ୍ରତିଦିନ ବିଭିନ୍ନ ଚରିତ୍ରରେ ଅଭିନୟ କରିବାକୁ। କିନ୍ତୁ ସେ ସୁଯୋଗ ତାଙ୍କୁ ମିଳୁନଥିବା କହିଛନ୍ତି। ଗତବର୍ଷ ସେ ‘ବାପା ବୋହୂ ତମେ ଭୁଲ୍‌ କଲ’, ‘ସ୍ୱପ୍ନ ମହଲେ ସ୍ୱପ୍ନା’, ‘ବାଦ୍‌ଶାହ’ ଓ ‘ଆପଣମାନେ ଖୁସି ତୋ’ ଭଳି ନାଟକରେ ଆସିଥିଲେ। ସେହିପରି ଦୟାନିଧିଙ୍କ ଚର୍ଚ୍ଚିତ ନାଟକ ଗୁଡ଼ିକ ହେଲା ‘ଗୁପ୍ତସମ୍ପର୍କ’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ଲୁହରେ ଲେଖୁଛି ପ୍ରେମ କାହାଣୀ’, ‘ଖରାପ ଝିଅର ଗପ’, ‘ସ୍ତ୍ରୀମାନେ ସାବଧାନ’, ‘ଭାରତରେ ପୁଣି ମହାଭାରତ’, ‘ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ’, ଓ ‘ଉର୍ବଶୀ ଆସିଛି ଇନ୍ଦ୍ରମହଲ’ ପ୍ରମୁଖ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story