‘ଇଣ୍ଟରକୋର୍ଷ’ ଶବ୍ଦକୁ ନେଇ ଅସନ୍ତୁଷ୍ଟ ସେନ୍ସରବୋର୍ଡ଼: କହିଲା ଭୋଟିଂ ହେଉ, ଶାହାରୁଖ୍‌ କହିଲେ ମତେ ୧୮ ଛୁଇଁନି

ମୁମ୍ବାଇ:ପରଦାକୁ ଆସିବା ପୂର୍ବରୁ ବିବାଦଘେରକୁ ଆସିଛି ଫିଲ୍ମ ‘ଜବ୍‌ ହ୍ୟାରି ମେଟ ସେଜଲ୍‌’। ଶାହାରୁଖ୍‌ ଖାନ୍‌ ଏବଂ ଅନୁଷ୍କା ଶର୍ମା ଅଭିନୀତି ଏହି ଚଳଚ୍ଚିତ୍ରରେ ‘ଇଣ୍ଟରକୋର୍ଷ’ ଶବ୍ଦକୁ ନେଇ ଆପତ୍ତି ଉଠାଇଛନ୍ତି ସେନ୍ସରବୋର୍ଡ଼ ମୁଖ୍ୟ ପହଲାଜ୍‌ ନିହାଲାନି।  ଫିଲ୍ମର କିଛି ଅଂଶ ଟ୍ରେଲର ଦ୍ୱିତୀୟ ଭାଗରେ ରିଲିଜ୍‌  ହୋଇଛି। ତେବେ ଗୋଟିଏ ସିନ୍‌ରେ ଶାହାରୁଖ୍‌ ‘ଇଣ୍ଟରକୋର୍ଷ’ ଶବ୍ଦ ବ୍ୟବହାର କରିଛନ୍ତି। ଏହି ଶବ୍ଦକୁ ସିନେମାରୁ ହଟାଯିବା  ଉଚିତ୍‌ ବୋଲି କହିଛନ୍ତି ସେନ୍ସରବୋର୍ଡ଼ ମୁଖ୍ୟ।  ଅନ୍ୟପକ୍ଷରେ  ଶବ୍ଦଟି  ରଖିବାକୁ […]

radha-1

radha-1

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 08:00 PM IST

ମୁମ୍ବାଇ:ପରଦାକୁ ଆସିବା ପୂର୍ବରୁ ବିବାଦଘେରକୁ ଆସିଛି ଫିଲ୍ମ ‘ଜବ୍‌ ହ୍ୟାରି ମେଟ ସେଜଲ୍‌’। ଶାହାରୁଖ୍‌ ଖାନ୍‌ ଏବଂ ଅନୁଷ୍କା ଶର୍ମା ଅଭିନୀତି ଏହି ଚଳଚ୍ଚିତ୍ରରେ ‘ଇଣ୍ଟରକୋର୍ଷ’ ଶବ୍ଦକୁ ନେଇ ଆପତ୍ତି ଉଠାଇଛନ୍ତି ସେନ୍ସରବୋର୍ଡ଼ ମୁଖ୍ୟ ପହଲାଜ୍‌ ନିହାଲାନି।  ଫିଲ୍ମର କିଛି ଅଂଶ ଟ୍ରେଲର ଦ୍ୱିତୀୟ ଭାଗରେ ରିଲିଜ୍‌  ହୋଇଛି। ତେବେ ଗୋଟିଏ ସିନ୍‌ରେ ଶାହାରୁଖ୍‌ ‘ଇଣ୍ଟରକୋର୍ଷ’ ଶବ୍ଦ ବ୍ୟବହାର କରିଛନ୍ତି।

ଏହି ଶବ୍ଦକୁ ସିନେମାରୁ ହଟାଯିବା  ଉଚିତ୍‌ ବୋଲି କହିଛନ୍ତି ସେନ୍ସରବୋର୍ଡ଼ ମୁଖ୍ୟ।  ଅନ୍ୟପକ୍ଷରେ  ଶବ୍ଦଟି  ରଖିବାକୁ ହେଲେ  ଭୋଟିଂ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଯଦି ଏହା ସପକ୍ଷରେ ୧ ଲକ୍ଷରୁ ଊର୍ଦ୍ଧ ମତ ଆସେ ତେବେ ଶବ୍ଦଟି ରହିପାରିବ ।

ଏଥିରେ ମଧ୍ୟ ସେ ସର୍ତ୍ତ ରଖିଛନ୍ତି। ଏହି ମତଦାନରେ କେବଳ ୧୮ ବର୍ଷରୁ ଊର୍ଦ୍ଧ୍ୱ ଅଂଶଗ୍ରହଣ କରିବା ନେଇ ସେ କହିଛନ୍ତି। ସେପଟେ ଶାହାରୁଖ ମଧ୍ୟ ଏହାର ଜବାବ ରଖିଛନ୍ତି। ସେନ୍ସରବୋର୍ଡ଼ର ଏଭଳି ମତକୁ ଥଟ୍ଟା କରିଛନ୍ତି ଶାହାରୁଖ। କହିଛନ୍ତି ମତେ ୧୮ ଛୁଇଁନି। ତେଣୁ ମୁଁ ଭୋଟ ଦେଇପାରିବିନି। ସୋମବାର ଇଦ୍‌ ଅବସରରେ ଏକ ପାର୍ଟିର ଆୟୋଜନ ହୋଇଥିବା ବେଳେ ଶାହାରୁଖ୍‌ ଏହି ମତ ରଖିଛନ୍ତି। ଫିଲ୍ମରେ କାହାକୁ ଅସମ୍ମାନ କଲା ଭଳି କିଛି କଣ୍ଟେଟ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos