ଭାରତୀୟ ସେଲିବ୍ରେଟୀଙ୍କ ଦରିଆ ପାରି ପ୍ରେମ

ପ୍ରେମ ବନ୍ଧନ ମେନେନି। ମାନେନି ସୀମା, ସରହଦ୍‌। ସବୁବେଳେ ସବୁକାଳେ ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥାପିତ ହୋଇଛି ଅନେକ ପ୍ରେମ କାହାଣୀ। ଗ୍ଲାମର ଦୁନିଆରେ ପ୍ରେମର ଚିତ୍ର ବି ଠିକ୍‌ ସେମିତି। ବଲିଉଡ୍‌ ହେଉକି ଟେଲି ଇଣ୍ଡଷ୍ଟ୍ରି, ପ୍ରେମ କାହାଣୀର ଅନେକ ରୂପ ଆମ ଏଠି ଦେଖିବାକୁ ପାଇବା। ପ୍ରେମ କରି କିଏ  ନିଜ ପେସାରେ ବିବାହ କରିଛନ୍ତି ତ କିଏ ଭିନ୍ନ ପେସାରେ। ଏମିତି ବି ହୋଇଥାଏ ଅନେକ ସେଲିବ୍ରେଟୀ ବିଦେଶୀଙ୍କୁ ପ୍ରେମକରି ବନାଇଛନ୍ତି ଜୀବନସାଥି […]

Untitled collage (2)

Rakesh Mallick
  • Published: Sunday, 03 December 2017
  • , Updated: 03 December 2017, 02:35 PM IST

ପ୍ରେମ ବନ୍ଧନ ମେନେନି। ମାନେନି ସୀମା, ସରହଦ୍‌। ସବୁବେଳେ ସବୁକାଳେ ଭିନ୍ନ ଭିନ୍ନ ଢଙ୍ଗରେ ଉପସ୍ଥାପିତ ହୋଇଛି ଅନେକ ପ୍ରେମ କାହାଣୀ। ଗ୍ଲାମର ଦୁନିଆରେ ପ୍ରେମର ଚିତ୍ର ବି ଠିକ୍‌ ସେମିତି। ବଲିଉଡ୍‌ ହେଉକି ଟେଲି ଇଣ୍ଡଷ୍ଟ୍ରି, ପ୍ରେମ କାହାଣୀର ଅନେକ ରୂପ ଆମ ଏଠି ଦେଖିବାକୁ ପାଇବା। ପ୍ରେମ କରି କିଏ  ନିଜ ପେସାରେ ବିବାହ କରିଛନ୍ତି ତ କିଏ ଭିନ୍ନ ପେସାରେ। ଏମିତି ବି ହୋଇଥାଏ ଅନେକ ସେଲିବ୍ରେଟୀ ବିଦେଶୀଙ୍କୁ ପ୍ରେମକରି ବନାଇଛନ୍ତି ଜୀବନସାଥି । ଆଜି ଆମେ ସେମିତି କଛି ସେଲିବ୍ରେଟୀଙ୍କ ବିଷୟରେ କହିବାକୁ ଯାଉଛୁ ।

ସୁଚିତ୍ରା ପିଲ୍ଲଇ- ଫିଲ୍ମ ଓ ଟିଭିରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତ୍ରୀ ସୁଚିତ୍ରା। ସେ ଲାର୍ସ କେଜେଲ୍ଡେନ୍‌ଙ୍କୁ ବିବାହ କରିଥିଲେ। ଲାର୍ସ ୧୨ ବର୍ଷରୁ ଅଧିକ ସମୟ ହେବ ଡେନ୍‌ମାର୍କରେ ରହୁଛନ୍ତି।

ଶଶି କପୁର- ବଲିଉଡ୍‌ରେ ସବୁଠୁ ପ୍ରସିଦ୍ଧ ପ୍ରେମ କାହାଣୀ ମଧ୍ୟରେ ଶଶି କପୁରଙ୍କ ପ୍ରେମ କାହାଣୀ ଗୋଟିଏ। ସେ ଜେନିଫର କେଣ୍ଡେଲ ନାମକ ବିଦେଶିନୀଙ୍କୁ ବିବାହ କରିଥିଲେ।

ରାଧିକା ଆପ୍ଟେ- ରାଧିକା ୨୦୧୨ରେ ନିଜ ବିଦେଶିନୀ ପ୍ରେମିକ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଥିଲେ। ବେନେଡିକ୍ଟ ଜଣେ ସଂଗୀତକାର।

ପ୍ରିତୀ ଜିଣ୍ଟା- ଡିମ୍ପଲ ଗର୍ଲ ପ୍ରିତୀ ଜିଣ୍ଟା ଆମେରିକା ବ୍ୟବସାୟୀ ଜୀନ୍‌ ଗୁଡ୍‌ୱେନ୍‌ଙ୍କୁ ପ୍ରେମ କରୁଥିଲେ। ୨୦୧୬ରେ ସେ ଖୁବ୍‌ ଧୁମ୍‌ଧାମ୍‌ରେ ତାଙ୍କୁ ବିବାହ କରିଥିଲେ।

ମିଲିନ୍ଦ ସୋମନ- ଜଣେ ମଡେଲ ଭାବେ ଲୋକପ୍ରିୟ ହାସଲ କରିଥିବା ମିଲିନ୍ଦ୍‌ ନିଜ କୋଷ୍ଟାର ବିଦେଶିନୀ ମୈଲେନ୍‌ ଜାମ୍ପନୋଇଙ୍କୁ ବିବାହ କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କ ବିବାହ ୩ ବର୍ଷ ପରେ ବିଚ୍ଛେଦ ଘଟିଥିଲା।

ମଧୁ ସପ୍‌ରେ-  ପ୍ରସିଦ୍ଧ ମଡେଲ ମଧୁ ସପ୍‌ରେ ନିଜ ସାଥି ମଡେଲ ମିଲିନ୍ଦ ସୋମନଙ୍କୁ ଡେଟିଂ କରୁଥିଲେ। ତାଙ୍କର ଭେଟ ଇଟାଲିର ବ୍ୟବସାୟୀ ଗେନ୍‌ ମାରିଆଙ୍କ ସହ ହେବା ପରେ। ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Related story