ଏହି ଲୋକପ୍ରିୟ ଟିଭି ସିରିଏଲର କାହାଣୀ କୋଉଠୁ ଆସିଛି ଜାଣିଛନ୍ତି କି?

ଫିଲ୍ମ ପରି ସିରିଏଲ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଆପଣ ଭାବୁଥିବେ କେବଳ ବୋଧେ ଫିଲ୍ମରେ ରିମେକ୍‌ ହୋଇଥାଏ କିନ୍ତୁ ତାହା ସଂପୂର୍ଣ୍ଣ ସତ ନୁହେଁ। ଫିଲ୍ମ ପରି ସିରିଏଲରେ ମଧ୍ୟ ରିମେକ ହେବା ସହ ଅନେକ କାହାଣୀ ବିଦେଶରୁ ଚୋରି କରାଯାଇ ଥାଏ। ତେବେ ଚାଲନ୍ତୁ ଜାଣିବା ସେହି ସିରିଏଲଗୁଡ଼ିକ ବିଷୟରେ। କୁମ୍‌ କୁମ୍‌ ଭାଗ୍ୟ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଟିଭି ଧାରାବାହିକ ‘କୁମ୍‌ କୁମ୍‌ ଭାଗ୍ୟ’ ୨୦୧୪ ଏପ୍ରିଲ ୧୫ ତାରିଖରେ […]

kumkum

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 05:33 PM IST

ଫିଲ୍ମ ପରି ସିରିଏଲ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଆପଣ ଭାବୁଥିବେ କେବଳ ବୋଧେ ଫିଲ୍ମରେ ରିମେକ୍‌ ହୋଇଥାଏ କିନ୍ତୁ ତାହା ସଂପୂର୍ଣ୍ଣ ସତ ନୁହେଁ। ଫିଲ୍ମ ପରି ସିରିଏଲରେ ମଧ୍ୟ ରିମେକ ହେବା ସହ ଅନେକ କାହାଣୀ ବିଦେଶରୁ ଚୋରି କରାଯାଇ ଥାଏ। ତେବେ ଚାଲନ୍ତୁ ଜାଣିବା ସେହି ସିରିଏଲଗୁଡ଼ିକ ବିଷୟରେ।

କୁମ୍‌ କୁମ୍‌ ଭାଗ୍ୟ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଟିଭି ଧାରାବାହିକ ‘କୁମ୍‌ କୁମ୍‌ ଭାଗ୍ୟ’ ୨୦୧୪ ଏପ୍ରିଲ ୧୫ ତାରିଖରେ ଆରମ୍ଭ ହୋଇଥିଲା। କାହାଣୀର ମୁଖ୍ୟ ଆକର୍ଷଣ ହେଉଛି ରକ୍‌ ଷ୍ଟାର ଅଭି ଓ ଜଣେ ସାଧାରଣ ଝିଅ ପ୍ରଜ୍ଞାଙ୍କ ପ୍ରେମ କାହାଣୀ। ଏହାକୁ ଦେଶୀ ଅନ୍ଦାଜରେ ଦେଖା ଯାଉଥିଲେ ବି ଏହାର କାହାଣୀ କିନ୍ତୁ ବିଦେଶୀ। ୧୮୧୧ରେ ପ୍ରକାଶିତ ଜେନ୍‌ ଆଷ୍ଟିନ୍‌ଙ୍କ ପ୍ରସିଦ୍ଧ ପୁସ୍ତକ ‘ସେନ୍ସ ଆଣ୍ଡ ସେନ୍ସିବିଲିଟି’ ଆଧାରରେ ଏହି ସିରିଏଲ୍‌ ପ୍ରସ୍ତୁତ ହୋଇଛି।

ମେରୀ ଆସିକି ତୁମ୍‌ସେ ହି: ଏକ୍‌ତା କପୁରଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ହୋଇଥିବା ଏହି ରୋମାଣ୍ଟିକ୍‌ ଟିଭି ସିରିଏଲ୍‌ ଆମେରିକାନ୍‌ ମିନି ସିରିଜ୍‌ ‘ୱର୍ଥରିଙ୍ଗନ ହାଇଟ୍‌ସ୍‌’ରୁ ପ୍ରେରିତ ହୋଇ କରାଯାଇଛି। ଏହି ଶୋ’ ୨୦୧୪ ଜୁନ୍‌ ୨୪ରେ ଆରମ୍ଭ ହୋଇଥିଲା। ଏଥିରେ ଶକ୍ତି ଅରୋରା ଓ ରାଧିକା ଲିଡ୍‌ ଚରିତ୍ରରେ ଅଛନ୍ତି।

କରିସ୍ମା କା କରିସ୍ମା:  ୨୦୦୩ ମସିହା ଜାନୁଆରୀ ୨୪ ତାରିଖରୁ ୨୦୦୪ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଟିଭିରେ ପ୍ରସାରିତ ହୋଇଥିବା ଏହି ଶୋ’ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଏହି କମେଡ଼ି ସରିଏଲଟି ୧୯୮୦ରେ ପ୍ରସାରିତ ଆମେରିକା ସାଇନ୍ସ ଫିକ୍ସନ ଟିଭି ସିରିଜ ‘ସ୍ମଲ ୱଣ୍ଡର’ ଉପରେ ଆଧାରିତ।

ଟ୍ୱଣ୍ଟି ଫୋର: ଅନୀଲ କପୁର ଏହି ଟିଭି ଶୋ’ ଜରିଆରେ ଛୋଟ ପରଦାରେ ଡେବ୍ୟୁ କରିଥିଲେ। ଏହି ଶୋ’ ଆମେରିକାରେ ପ୍ରସାରିତ ହୋଇଥିବା ‘୨୪’ର ଦେଶି ଭର୍ସନ। ୨୪ ଘଣ୍ଟିଆ ଘଟଣା ଉପରେ ଆଧାରିତ ଏହି ସିରିଏଲ ୨୪ଟି ଏପିସୋଡ୍‌ରେ ଦେଖା ଯାଇଥିଲା।

ସୁମିତ୍‌ ସମ୍ଭାଲ୍‌ ଲେଗା: ୨୦୧୫ ଅଗଷ୍ଟ ୩୧ରେ ଆରମ୍ଭ ହୋଇଥିବା ଏହି ଟିଭି ସିରିଏଲ ୱାର୍ଣ୍ଣର୍ସ ବ୍ରଦର୍ସଙ୍କ ‘ଏୱରୀବଡୀ ଲବ୍ସ ରେମଣ୍ଡ’ରୁ ପ୍ରେରିତ।

ଏକ ନଇ ଉମ୍ମିଦ, ରୋଶନି: ଆମେରିକାର ମେଡ଼ିକାଲ ଡ୍ରାମା ‘ଗ୍ରେଜ ଏନାଟୋମି’ ଉପରେ ଆଧାରିତ ହୋଇଛି ଏହି ସିରିଏଲ। ଏହା ୨୦୧୫ ଜୁଲାଇ ୧୩ରୁ ୨୦୧୫ ନଭେମ୍ବର ୧୩ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା।

Related story