ଏହି ଦିବ୍ୟାଙ୍ଗଙ୍କ ନାଚରେ ବଲିଉଡ ବାଇଆ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଫଳତାର ରାସ୍ତାରେ ଆଗେଇବା ପାଇଁ ଦରକାର ସାହସର ଦୁଇ ପାଦ। ଏହାକୁ ପ୍ରମାଣ କରିଛନ୍ତି ଜଣେ ଜଣାଶୁଣା ଦିବ୍ୟାଙ୍ଗ। ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୁଏ ଏଇଥିପାଇଁ, କାରଣ ବିନା ପାଦରେ ସେ ନୃତ୍ୟ କରନ୍ତି। ଖାଲି ନାଚନ୍ତି ନାହିଁ। ତାଙ୍କ ନାଚର ଯାଦୁରେ କିମିଆଁ ହୋଇଛନ୍ତି ଅନେକ ବଲିଉଡ କଳାକାର। ହଁ, ଆମେ କହୁଛୁ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍&zwnj;ରେ ସାମିଲ ଥିବା ଜଣେ ଦିବ୍ୟାଙ୍ଗ &#039;ଟୁଲୁ ତାରିଣୀ&#039;ଙ୍କ ବିଷୟରେ। ଭୂଇଁରେ ଘୁଷୁଡି ଘୁଷୁଡି ଚାଲୁଥିବା ଏହି ଲୋକକୁ ଦେଖିଲ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ସେ ଜାତୀୟ ସ୍ତରରେ ନାଚି ନାଁ କମାଇଛନ୍ତି। କେବଳ ଯେ ନାଚ ତା ନୁହେଁ ଟୁଲୁ ଅଭିନୟରେ ମଧ୍ୟ ମାହିର। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ &lt;strong&gt;&#039;&lt;/strong&gt;&lt;strong&gt;କ୍ରିଷ୍ଣା ଷ୍ଟୋରି ଅଫ୍ ଏ ଡ୍ୟାନ୍ସର&lt;/strong&gt;&lt;strong&gt;&#039;&lt;/strong&gt; ରେ ତାଙ୍କ ଅଭିନୟ ଦେଖିବାକୁ ମିଳିବ। ଏଥିରେ ଟୁଲୁଙ୍କୁ ଚିକ୍ ଚିକ୍ ବାବାଙ୍କ ଭୂମିକାରେ ଦେଖିବାକୁ ମିଳିବ।</p> <p>ଶାରୀରିକ ଅକ୍ଷମ ହୋଇଥିଲେ ମଧ୍ୟ ତାରିଣୀଙ୍କର ଦୃଢ ଇଚ୍ଛାଶକ୍ତି ଦ୍ୱାରା ସେ ଜଣେ ସକ୍ଷମ ବ୍ୟକ୍ତିଙ୍କ ଠାରୁ ଅଧିକ କିଛି କରି ଦେଖାଇଛନ୍ତି। ସମାଜ ଆଖିରେ ସେ ଦିବ୍ୟାଙ୍ଗ, କିନ୍ତୁ ସେ କେବେ ସେମିତି ଭାବନ୍ତିନି। ବରଂ ଭାବନ୍ତି ସେ ପୁରା ସୁସ୍ଥ। ତାଙ୍କର ଶାରୀରିକ ଅକ୍ଷମତା କେବେବି ତାଙ୍କୁ ହରାଇ ପାରିବ ନାହିଁ। ଆଗାମୀ ଦିନରେ ଓଡିଶାକୁ ଆହୁରି ଗର୍ବିତ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରହିଛି ବୋଲି କୁହନ୍ତି ଟୁଲୁ ତାରିଣୀ।</p>

Ordigital Desk
  • Published: Saturday, 25 November 2017
  • Updated: 25 November 2017, 06:31 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ସଫଳତାର ରାସ୍ତାରେ ଆଗେଇବା ପାଇଁ ଦରକାର ସାହସର ଦୁଇ ପାଦ। ଏହାକୁ ପ୍ରମାଣ କରିଛନ୍ତି ଜଣେ ଜଣାଶୁଣା ଦିବ୍ୟାଙ୍ଗ। ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୁଏ ଏଇଥିପାଇଁ, କାରଣ ବିନା ପାଦରେ ସେ ନୃତ୍ୟ କରନ୍ତି। ଖାଲି ନାଚନ୍ତି ନାହିଁ। ତାଙ୍କ ନାଚର ଯାଦୁରେ କିମିଆଁ ହୋଇଛନ୍ତି ଅନେକ ବଲିଉଡ କଳାକାର। ହଁ, ଆମେ କହୁଛୁ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍&zwnj;ରେ ସାମିଲ ଥିବା ଜଣେ ଦିବ୍ୟାଙ୍ଗ &#039;ଟୁଲୁ ତାରିଣୀ&#039;ଙ୍କ ବିଷୟରେ। ଭୂଇଁରେ ଘୁଷୁଡି ଘୁଷୁଡି ଚାଲୁଥିବା ଏହି ଲୋକକୁ ଦେଖିଲ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ସେ ଜାତୀୟ ସ୍ତରରେ ନାଚି ନାଁ କମାଇଛନ୍ତି। କେବଳ ଯେ ନାଚ ତା ନୁହେଁ ଟୁଲୁ ଅଭିନୟରେ ମଧ୍ୟ ମାହିର। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀକୁ ନେଇ ନିର୍ମାଣ ହେଉଥିବା ଫିଲ୍ମ &lt;strong&gt;&#039;&lt;/strong&gt;&lt;strong&gt;କ୍ରିଷ୍ଣା ଷ୍ଟୋରି ଅଫ୍ ଏ ଡ୍ୟାନ୍ସର&lt;/strong&gt;&lt;strong&gt;&#039;&lt;/strong&gt; ରେ ତାଙ୍କ ଅଭିନୟ ଦେଖିବାକୁ ମିଳିବ। ଏଥିରେ ଟୁଲୁଙ୍କୁ ଚିକ୍ ଚିକ୍ ବାବାଙ୍କ ଭୂମିକାରେ ଦେଖିବାକୁ ମିଳିବ।</p><p>ଶାରୀରିକ ଅକ୍ଷମ ହୋଇଥିଲେ ମଧ୍ୟ ତାରିଣୀଙ୍କର ଦୃଢ ଇଚ୍ଛାଶକ୍ତି ଦ୍ୱାରା ସେ ଜଣେ ସକ୍ଷମ ବ୍ୟକ୍ତିଙ୍କ ଠାରୁ ଅଧିକ କିଛି କରି ଦେଖାଇଛନ୍ତି। ସମାଜ ଆଖିରେ ସେ ଦିବ୍ୟାଙ୍ଗ, କିନ୍ତୁ ସେ କେବେ ସେମିତି ଭାବନ୍ତିନି। ବରଂ ଭାବନ୍ତି ସେ ପୁରା ସୁସ୍ଥ। ତାଙ୍କର ଶାରୀରିକ ଅକ୍ଷମତା କେବେବି ତାଙ୍କୁ ହରାଇ ପାରିବ ନାହିଁ। ଆଗାମୀ ଦିନରେ ଓଡିଶାକୁ ଆହୁରି ଗର୍ବିତ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରହିଛି ବୋଲି କୁହନ୍ତି ଟୁଲୁ ତାରିଣୀ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos