[embed]https://www.youtube.com/watch?v=JkmpYNtjK6I[/embed]
ମୁମ୍ବାଇ: ‘ଡମା ଡମା ଡମ୍....ଡମ୍ ଡମ୍ ଡମ୍ ଡମ୍....ଓୟେ ଦିଲ୍କି ବାତେ ୟେ ଦିଲ୍ ହି ଜାନେ...ଉଲ୍ଝ୍ ଗାୟଁ ହେଁ ତାନେ ବାନେ....।’ ରିଲିଜ୍ ହୋଇଛି ଇର୍ଫାନ୍ ଖାନ୍ଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ମଦାରୀ’ର ଏହି ଗୀତ। ଏଥିରେ ଦେଖିବାକୁ ମିଳିଛି ଇର୍ଫାନଙ୍କ ଜଲ୍ୱା। ବିଭିନ୍ନ ଜନଗହଳୀ ସ୍ଥାନରେ ସେ ଗୀତଟିରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ‘ଦେଶ୍ ଶୋ ରାହା ହେ’ ପରେ ଏହି ଗୀତଟି ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏବେ ଏହି ଗୀତଟି ବହୁଳ ଭାବେ ଲୋକପ୍ରିୟ ହୋଇଛି। ରିଲିଜ୍ ହେବା ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ଏହି ଗୀତଟିକୁ ବିଶା ଦ୍ଦଲାନୀ କଣ୍ଠଦାନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଭରଦ୍ୱାଜ। ଏହି ଗୀତଟିର ଲିରିକ୍ ଦେଇଛନ୍ତି ଇର୍ଶାଦ୍ କାମିଲ୍।
ଏହି ଫିଲ୍ମରେ ଇର୍ଫାନଙ୍କ ସମେତ ଜିମ୍ମି ଶର୍ଗିଲ୍ ଓ ତୁଷାର ଧାଲ୍ବୀ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜୁଲାଇ ୧୫ରେ ପରଦାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।