ପ୍ରେମ ସତରେ ଅନ୍ଧ; ବଲିଉଡ୍‌ର ଏହି ଯୋଡ଼ିମାନଙ୍କୁ ଦେଖିଲେ ଏମିତି ଲାଗେ କି?

ଆପଣମାନେ ବହୁ ଥର ଶୁଣିଥିବେ ଯେ ପ୍ରେମ ଅନ୍ଧ। ଆଜି ଏହି ବିଷୟଟିକୁ ପଢ଼ିଲେ ଆପଣ ହୁଏତ ଭାବିପାରନ୍ତି ଯିଏ ପ୍ରଥମେ କହିଥିଲା ପ୍ରେମ ଅନ୍ଧ ସେ ସତରେ ଭାବିଚିନ୍ତି ଏହା କହିଥିଲା! ଆଜି ଆମେ ବଲିଉଡ୍‌ର କିଛି କଳାକାରଙ୍କ ପ୍ରେମ କାହାଣୀ ସଂପର୍କରେ ଆଲୋଚନା କରିବୁ ଯାହାକୁ ପଢ଼ିଲେ ଆପଣ ବି କହିବେ ଯେ ସତରେ ପ୍ରେମ ଅନ୍ଧ। କାରଣ ଏହି କପଲ୍‌ସଙ୍କ ମଧ୍ୟରେ ଆଦୌ ମେଳ ଖାଉ ନାହିଁ।ହର୍ମନ ବାୱେଜା ଓ ପ୍ରିୟଙ୍କା ଚୋପ୍ରା […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 02:58 PM IST

ଆପଣମାନେ ବହୁ ଥର ଶୁଣିଥିବେ ଯେ ପ୍ରେମ ଅନ୍ଧ। ଆଜି ଏହି ବିଷୟଟିକୁ ପଢ଼ିଲେ ଆପଣ ହୁଏତ ଭାବିପାରନ୍ତି ଯିଏ ପ୍ରଥମେ କହିଥିଲା ପ୍ରେମ ଅନ୍ଧ ସେ ସତରେ ଭାବିଚିନ୍ତି ଏହା କହିଥିଲା! ଆଜି ଆମେ ବଲିଉଡ୍‌ର କିଛି କଳାକାରଙ୍କ ପ୍ରେମ କାହାଣୀ ସଂପର୍କରେ ଆଲୋଚନା କରିବୁ ଯାହାକୁ ପଢ଼ିଲେ ଆପଣ ବି କହିବେ ଯେ ସତରେ ପ୍ରେମ ଅନ୍ଧ। କାରଣ ଏହି କପଲ୍‌ସଙ୍କ ମଧ୍ୟରେ ଆଦୌ ମେଳ ଖାଉ ନାହିଁ।ହର୍ମନ ବାୱେଜା ଓ ପ୍ରିୟଙ୍କା ଚୋପ୍ରା

ଫିଲ୍ମ ‘୨୦୫୦’ରେ ଏକାଠି କାମ କରିଥିଲେ ହର୍ମନ ବାୱେଜା ଓ ପ୍ରିୟଙ୍କା ଚୋପ୍ରା। ସେତେବେଳେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଯିବା ପରେ ପ୍ରିୟଙ୍କାଙ୍କ ଆଖି ଖୋଲି ଯାଇଥିଲା। ହର୍ମନଙ୍କ ସହ ତାଙ୍କର ବ୍ରେକ୍‌ଅପ୍ ହୋଇଥିଲା। ଯେତେବେଳେ ସେମାନଙ୍କ ମଧ୍ୟରେ ଅଫେୟର ଚାଲିଥିଲା ସେତେବେଳେ ପ୍ରିୟଙ୍କା ଆଗଧାଡ଼ିର ଅଭିନେତ୍ରୀ ବନିସାରିଥିଲେ, କିନ୍ତୁ ହର୍ମନ ଥିଲେ ନ୍ୟୁ କମର।

ଦୀପିକା ପାଦୁକୋନ ଓ ନିହାର ପାଣ୍ଡେ

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପୂର୍ବରୁ ଦୀପିକା ନିହାର ପାଣ୍ଡେଙ୍କ ପ୍ରେମରେ ଅନ୍ଧ ହୋଇଯାଇଥିଲେ। କିନ୍ତୁ ବଲିଉଡ୍‌ର ଗ୍ଲାମର ଦୁନିଆରେ ପାଦ ଦେବା ପରେ ଦୀପିକା ତାଙ୍କୁ ଛାଡ଼ି ଦେଇଥିଲେ।

ହ୍ରିତିକ ଓ କରୀନା

ଏହି ଲଭ୍‌ ଷ୍ଟୋରୀ ସଂପର୍କରେ ଖୁବ କମ୍ ଲୋକ ଜାଣିଥିବେ! ଏଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିବା ପରେ ପ୍ରେମରେ ପଡ଼ିଯାଇଥିଲେ। କିନ୍ତୁ କରୀନା ଏବେ ସୈଫଙ୍କ ପତ୍ନୀ।

ଜ୍ୟାକ୍‌ଲିନ୍‌ ଓ ଶେଖ୍‌ ହସନ ବିନ୍‌

ସାଜିଦ ଖାନଙ୍କ ସହ ଡେଟ୍‌ କରିବା ପୂର୍ବରୁ ଜ୍ୟାକ୍‌ଲିନ୍‌ ଶେଖ୍‌ ହସନ ବିନ୍‌ଙ୍କୁ ଡେଟ୍‌ କରୁଥିଲେ। ସେ ସମୟରେ ହସନ ଦୁବାଇରେ ରହୁଥିଲେ ଓ ଜ୍ୟାକ୍‌ଲିନ୍‌ ମୁମ୍ବାଇରେ। ଏହି ଦୂରତା କାରଣରୁ ଦୁହେଁ ପରସ୍ପରକୁ ୨ ବର୍ଷରେ ଛାଡ଼ି ଦେଇଥିଲେ। ସାଜିଦଙ୍କ ସହ ବି ତାଙ୍କର ଆଉ ସଂପର୍କ ନାହିଁ।

ଅର୍ଜୁନ କପୁର ଓ ଅର୍ପିତା ଖାନ

ଅର୍ଜୁନ କପୁର ଓ ଅର୍ପିତାଙ୍କ ପ୍ରେମକୁ ନେଇ ଏକଦା ଖୁବ୍ ଚର୍ଚ୍ଚା ହେଉଥିଲା। ୧୮ ବର୍ଷ ବୟସରେ ଏକାଠି ରହୁଥିବା ଏହି କପଲ୍ ଏବେ ପରସ୍ପରଠାରୁ ବହୁତ ଦୂରରେ। ଏବେ ଅର୍ପିତା ବିବାହିତା ଓ ଗୋଟିଏ ସନ୍ତାନର ମା’ ମଧ୍ୟ। ଅନ୍ୟପକ୍ଷରେ ଅର୍ଜୁନ ସିଙ୍ଗଲ୍‌ ଅଛନ୍ତି।

Related story