ତାମିଲ ଶିଖୁଛନ୍ତି ଇଷାନ

ମୁମ୍ବାଇ: ବଲିଉଡ ଅଭିନେତା ଇଷାନ ଖଟ୍ଟର। ବେଶ କିଛିଟା ଫିଲ୍ମରୁ ବି-ଟାଉନରେ ନିଜ ଅଭିନୟର ଜାଦୁ ଦେଖାଇ ସମସ୍ତଙ୍କୁ ନିଜ ଫ୍ୟାନ୍ସ ବନାଇ ଦେଇଛନ୍ତି। ତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରୁଛନ୍ତି। ଏଥିପାଇଁ ଏବେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିବାରେ ଲାଗିଛି। ଆଗକୁ ଇଷାନ ହରର କମେଡି ଫିଲ୍ମ ‘ଫୋନ ଭୂତ’ରେ ନଜର ଆସିବେ। ଏଥିପାଇଁ ସେ ଏବେ ଭାରି ବ୍ୟସ୍ତ। ଇଷାନ ତାମିଲ ଭାଷା ଶିଖିବାରେ ବ୍ୟସ୍ତ ଅଛନ୍ତି। ଏନେଇ […]

ISHAAN

Madhupriya Mistry
  • Published: Saturday, 30 January 2021
  • , Updated: 30 January 2021, 04:49 PM IST

ମୁମ୍ବାଇ: ବଲିଉଡ ଅଭିନେତା ଇଷାନ ଖଟ୍ଟର। ବେଶ କିଛିଟା ଫିଲ୍ମରୁ ବି-ଟାଉନରେ ନିଜ ଅଭିନୟର ଜାଦୁ ଦେଖାଇ ସମସ୍ତଙ୍କୁ ନିଜ ଫ୍ୟାନ୍ସ ବନାଇ ଦେଇଛନ୍ତି। ତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରୁଛନ୍ତି। ଏଥିପାଇଁ ଏବେ ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଆସିବାରେ ଲାଗିଛି।

ଆଗକୁ ଇଷାନ ହରର କମେଡି ଫିଲ୍ମ 'ଫୋନ ଭୂତ'ରେ ନଜର ଆସିବେ। ଏଥିପାଇଁ ସେ ଏବେ ଭାରି ବ୍ୟସ୍ତ। ଇଷାନ ତାମିଲ ଭାଷା ଶିଖିବାରେ ବ୍ୟସ୍ତ ଅଛନ୍ତି। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଭାଷା(ତାମିଲ) ଶିଖିବା ମୋର ରୁଚି, ପ୍ରକୃତରେ ଏହା ବେଶ ରୋମାଞ୍ଚକର।

ଗୁରମିତ ସିଂହଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଇଷାନ ଥିବା ବେଳେ ଅନ୍ୟ ପ୍ରମୁଖ ଭୂମିକାରେ କ୍ୟାଟ୍ରିନା କୈଫ ଏବଂ ସିନ୍ଧାନ୍ତ ଚର୍ତୁବେଦୀ ଅଛନ୍ତି। ଏହାର ପ୍ରଯୋଜନା ଦାୟିତ୍ୱରେ ଫରହାନ ଅଖତର ଏବଂ ରିତେଶ ସିଦ୍ଦବାନୀ ଅଛନ୍ତି।

Related story