ଏହି ଅଭିନେତ୍ରୀଙ୍କ ପାଇଁ ଇଶାନ୍‌ ଖଟ୍ଟରଙ୍କ ହାତରୁ ଚାଲି ଯାଇଥିଲା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ର ସିକ୍ୱେଲ୍‌

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ଅଭିନେତା ଇଶାନ୍‌ ଖଟ୍ଟରଙ୍କ ଫିଲ୍ମ ‘ଧଡକ୍‌’।  ଏଥିରେ ଇଶାନ୍‌ଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଜାଣିଛନ୍ତି କି, ଏହି ଫିଲ୍ମ ପୂର୍ବରୁ ଇଶାନ୍‌ଙ୍କୁ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଚଳଚ୍ଚିତ୍ରର ସିକ୍ୱେଲ୍‌ରେ ଅଭିନୟ କରିବାକୁ ଅଫର୍‌ ମିଳିଥିଲା। କିନ୍ତୁ ଜଣେ ଅଭିନେତ୍ରୀଙ୍କ ପାଇଁ ତାଙ୍କୁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ପଡ଼ିଥିଲା। ସେ ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ତାଙ୍କ ଏକ୍ସ- ଗର୍ଲଫ୍ରେଣ୍ଡ ତାରା ସତାରିୟା, ଯିଏକି […]

ishan2

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 09:58 PM IST

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ଅଭିନେତା ଇଶାନ୍‌ ଖଟ୍ଟରଙ୍କ ଫିଲ୍ମ ‘ଧଡକ୍‌’।  ଏଥିରେ ଇଶାନ୍‌ଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଜାଣିଛନ୍ତି କି, ଏହି ଫିଲ୍ମ ପୂର୍ବରୁ ଇଶାନ୍‌ଙ୍କୁ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଚଳଚ୍ଚିତ୍ରର ସିକ୍ୱେଲ୍‌ରେ ଅଭିନୟ କରିବାକୁ ଅଫର୍‌ ମିଳିଥିଲା। କିନ୍ତୁ ଜଣେ ଅଭିନେତ୍ରୀଙ୍କ ପାଇଁ ତାଙ୍କୁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ପଡ଼ିଥିଲା। ସେ ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ତାଙ୍କ ଏକ୍ସ- ଗର୍ଲଫ୍ରେଣ୍ଡ ତାରା ସତାରିୟା, ଯିଏକି ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ସିକ୍ୱେଲ୍‌ରେ ଲିଡ୍ ଚରିତ୍ରରେ ଅଭିନୟ କରିଛନ୍ତି।

ରିପୋର୍ଟ ମୁତାବକ, ଇଶାନ ଓ ତାରା ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ଫିଲ୍ମର ଶୁଟିଂ ଆରମ୍ଭ ବେଳକୁ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ସେଥିପାଇଁ ଏହି ଫିଲ୍ମର ନିର୍ମାତା କରଣ ଜୋହର ଦୁହିଁଙ୍କୁ ଅଲଗା ରଖିବାକୁ ଚାହିଁଲେ ଓ ଇଶାନ୍‌ଙ୍କୁ ଫିଲ୍ମରୁ ବାହାର କରିଦେଇଥିଲେ।

କୁହାଯାଉଛି, ଦୁହିଁଙ୍କ ବ୍ରେକ୍ଅପ୍‌ ହେବା ପୂର୍ବରୁ ଇଶାନ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ସିକ୍ୱେଲ୍‌ର ଏକ ଆକକ୍ସନ୍‌ ସିକ୍ୱେନ୍ସ ଶୁଟିଂ କରି ସାରିଥିଲେ। କିନ୍ତୁ ବ୍ରେକ୍‌ଅପ୍‌ ଯୋଗୁ ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼ିବାରୁ, କରଣ, ଇଶାନ୍‌ଙ୍କୁ ଫିଲ୍ମରେ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ କରଣ ଇଶାନ୍‌ଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଧଡ଼କ୍‌’ରେ ନେଇଥିଲେ।

ସୂଚନାଯୋଗ୍ୟ ଯେ, ତାରା ଏବେ ଜଣାଶୁଣା ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ୍ ମେହେରାଙ୍କ ସହ ଡେଟ୍‌ କରୁଛନ୍ତି। ଅନ୍ୟପଟେ ଇଶାନ୍‌ ଓ ତାରାଙ୍କର ବ୍ରେକ୍‌ଅପ ହୋଇ ଯାଇଥିଲେ ବି ଶୁଣିବାକୁ ମିଳୁଛି, ତାରା ତାଙ୍କ ଆଗାମୀ ଫିଲ୍ମରେ ଇଶାନ୍‌ଙ୍କ ବଡ଼ଭାଇ ସାହିଦ୍‌ କପୁରଙ୍କ ସହ ଅଭିନୟ କରିବେ। ଏହି ଫିଲ୍ମ ସୁପରହିଟ୍ ତେଲୁଗୁ ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡୀ’ର ହିନ୍ଦୀ ରିମେକ୍‌।

Related story