ବୁଡ଼ିଗଲା ଜ୍ୟାକ୍‌ଲିନ୍‌ଙ୍କ ଡଙ୍ଗା!

ମୁମ୍ବାଇ: ବିଭିନ୍ନ ଇଂରାଜୀ ଓ ହିନ୍ଦୀ ୱେବ୍‌ସାଇଟ୍‌ରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ କିଛି ଫଟୋ ପୋଷ୍ଟ୍ କରାଯାଇଛି, ଯେଉଁଥିରେ ସେ ତାଙ୍କ ମୁହଁକୁ ଏକ ଗୋଲାପି ରଙ୍ଗର କପଡ଼ାରେ ଢାଙ୍କିଛନ୍ତି। ଆଉ ଏହି ଫଟୋଗୁଡ଼ିକ ସୋଶାଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ସାଧାରଣତଃ କ୍ୟାମେରାକୁ ଦେଖିଲେ କେବେ ମୁହଁ ଲୁଚାଉ ନଥିବା ବା ଏଡ଼ାଇ ଚାଲି ଯାଉ ନଥିବା ଜ୍ୟାକ୍‌ଲିନ୍‌ ତା’ହେଲେ ମୁହଁରେ କପଡ଼ା କାହିଁକି ଢାଙ୍କିଲେ। ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ବଲିଉଡ୍ ଫଟୋଗ୍ରାଫର […]

jackline

Jitendra Garnayak
  • Published: Sunday, 14 July 2019
  • , Updated: 14 July 2019, 09:51 AM IST

ମୁମ୍ବାଇ: ବିଭିନ୍ନ ଇଂରାଜୀ ଓ ହିନ୍ଦୀ ୱେବ୍‌ସାଇଟ୍‌ରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ କିଛି ଫଟୋ ପୋଷ୍ଟ୍ କରାଯାଇଛି, ଯେଉଁଥିରେ ସେ ତାଙ୍କ ମୁହଁକୁ ଏକ ଗୋଲାପି ରଙ୍ଗର କପଡ଼ାରେ ଢାଙ୍କିଛନ୍ତି। ଆଉ ଏହି ଫଟୋଗୁଡ଼ିକ ସୋଶାଲ୍ ମିଡିଆରେ ବି ଭାଇରାଲ୍ ହେଉଛି। ସାଧାରଣତଃ କ୍ୟାମେରାକୁ ଦେଖିଲେ କେବେ ମୁହଁ ଲୁଚାଉ ନଥିବା ବା ଏଡ଼ାଇ ଚାଲି ଯାଉ ନଥିବା ଜ୍ୟାକ୍‌ଲିନ୍‌ ତା’ହେଲେ ମୁହଁରେ କପଡ଼ା କାହିଁକି ଢାଙ୍କିଲେ। ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ବଲିଉଡ୍ ଫଟୋଗ୍ରାଫର ବିରାଲ୍ ଭୟାନି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି, ଜ୍ୟାକ୍‌ଲିନ୍‌ଙ୍କ ମୁହଁ ଲୁଚାଇବାର କାରଣ ଜଣାପଡ଼ିଗଲା। ତାଙ୍କ ଭିଆଇପି ଡଙ୍ଗା ବୁଡ଼ି ଯିବା ପରେ ସେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ ଡଙ୍ଗାରେ ଚଢ଼ିଥିଲେ। ତେଣୁ ସେ ତାଙ୍କ ମୁହଁକୁ କପଡ଼ାରେ ଢାଙ୍କି ଦେଇଥିଲେ, ଯେମିତି ଡଙ୍ଗାରେ ଥିବା ଲୋକେ ତାଙ୍କୁ ଚିହ୍ନି ନପାରିବେ।

 

View this post on Instagram

 

So here is the truth behind Red riding hood.no ALexa did not answer this one 😁. #jacquelinefernandez VIP boat capsized due to which she had to take the public boat and that's why she tried to hide her identity. #viralbhayani @viralbhayani

A post shared by Viral Bhayani (@viralbhayani) on

ଇଣ୍ଟରନ୍ୟାସ୍‌ନାଲ୍‌ ବିଜ୍‌ନେସ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇର ମଧ ଆଇଲ୍ୟାଣ୍ଡରେ ଜ୍ୟାକ୍‌ଲିନ୍‌ଙ୍କ ଭିଆଇପି ଡଙ୍ଗା ବୁଡ଼ି ଯାଇଥିଲା। ଏ ଦୁର୍ଘଟଣା ଘଟିବା ପୂର୍ବରୁ ଜ୍ୟାକ୍‌ଲିନ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଡଙ୍ଗାରେ ଯାତ୍ରା କରୁଥିବାର କିଛି ଫଟୋ ବି ପୋଷ୍ଟ୍ କରିଥିଲେ ଓ ଏହା ତାଙ୍କୁ ଖୁବ୍ ଭଲ ଲାଗୁଛି ବୋଲି ଲେଖିଥିଲେ।

 

View this post on Instagram

 

Alexa who is this red riding hood?? Snapped at versova jetty today #viralbhayani @viralbhayani

A post shared by Viral Bhayani (@viralbhayani) on


ସୂଚନାଯୋଗ୍ୟ, ଜ୍ୟାକ୍‌ଲିନ୍‌ଙ୍କ ଆଗାମୀ ଫିଲ୍ମର ନାଁ ‘କିକ୍‌ ୨’। ଏହା ହେଉଛି ‘କିକ୍‌’ର ସିକ୍ୱେଲ୍‌। ଏଥିରେ ସେ ପୁଣିଥରେ ସଲ୍‌ମାନ୍‌ ଖାନ୍‌ଙ୍କ ସହ ସ୍କ୍ରିନ୍ ଶେଆର୍ କରିବେ। ‘କିକ୍‌’ରେ ବି ଦୁହେଁ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ।

Related story