ଜାହ୍ନବୀଙ୍କ ଉପରେ ପ୍ରତିଶୋଧ ନେଲେ ମୋଦି!

ମୁମ୍ବାଇ: ଗତ କାଲି ରିଲିଜ୍‌ ହୋଇଛି ବଲିଉଡ୍‌ ଫିଲ୍ମ ‘ଧଡକ୍‌’। ଏଥିରେ ବଲିଉଡ୍‌ର ଦିଗଜ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଡେବ୍ୟୁ କରୁଛନ୍ତି। ମୁଖ୍ୟ ଭୂମିକାରେ ଜାହ୍ନବୀ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଇସାନ୍‌ ଖଟ୍ଟର। ତେବେ ନିଜ ଅଭିନୀତ ପ୍ରଥମ ଫିଲ୍ମକୁ ନେଇ ଗତ କିଛି ଦିନ ଧରି ଉତ୍ସାହିତ ଥିଲେ ଜାହ୍ନବୀ। କିନ୍ତୁ ଫିଲ୍ମ ରିଲିଜ୍‌ ପରେ ସେ ଟିକେ ନିରାଶ ଥିବା ଜଣାପଡ଼ିଛି। କାରଣ ଗତ କାଲି ଲୋକସଭାରେ ଚାଲିଥିବା […]

jahnvi copy

Rakesh Mallick
  • Published: Saturday, 21 July 2018
  • , Updated: 21 July 2018, 03:50 PM IST

ମୁମ୍ବାଇ: ଗତ କାଲି ରିଲିଜ୍‌ ହୋଇଛି ବଲିଉଡ୍‌ ଫିଲ୍ମ 'ଧଡକ୍‌'। ଏଥିରେ ବଲିଉଡ୍‌ର ଦିଗଜ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଡେବ୍ୟୁ କରୁଛନ୍ତି। ମୁଖ୍ୟ ଭୂମିକାରେ ଜାହ୍ନବୀ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ଇସାନ୍‌ ଖଟ୍ଟର। ତେବେ ନିଜ ଅଭିନୀତ ପ୍ରଥମ ଫିଲ୍ମକୁ ନେଇ ଗତ କିଛି ଦିନ ଧରି ଉତ୍ସାହିତ ଥିଲେ ଜାହ୍ନବୀ। କିନ୍ତୁ ଫିଲ୍ମ ରିଲିଜ୍‌ ପରେ ସେ ଟିକେ ନିରାଶ ଥିବା ଜଣାପଡ଼ିଛି। କାରଣ ଗତ କାଲି ଲୋକସଭାରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ଦ୍ୱାରା ଫିଲ୍ମ 'ଧଡକ୍‌' ପ୍ରଭାବିତ ହୋଇଥିବା କୁହାଯାଉଛି। ଗତ କାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲିଥିଲା। ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଡାଇ ପକାଇଥିଲେ। ଯାହାକୁ ନେଇ ଲୋକସଭାରେ ଏକ ହାସ୍ୟରୋଳର ପରିବେଶ ସୃଷ୍ଟି ହୋଇ ଯାଇଥିଲା। ଯାହାକୁ ଲୋକସଭାରେ ଉପସ୍ଥିତ ନେତାଙ୍କ ସହ ଘରେ ବସି ଟିଭି ଦେଖୁଥିବା ସାଧାରଣ ଲୋକମାନେ ମଜା ନେଉଥିଲେ। ଆଉ ସେହି ଟିଭିରୁ ଫୁରସତ୍‌ ନମିଳିବାରୁ ଲୋକମାନେ ଫିଲ୍ମ ହଲ୍‌କୁ ଯାଇପାରିନାହାନ୍ତି ବୋଲି କୁହାଯାଉଛି। ତେବେ ଅନ୍ୟପଟେ ସୋଶାଲ୍‌ ମିଡିଆରେ ଆଉ ଏକ କଥା ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାହ୍ନବୀଙ୍କ ଉପରେ ପ୍ରତିଶୋଧ ନେଇଛନ୍ତି ବୋଲି କିଛି ଲୋକ କହୁଛନ୍ତି।

ଏପରି ସଙ୍ଗିନ୍‌ ଅଭିଯୋଗ କ'ଣ ପାଇଁ ଲାଗିଛି ଆମେ ଜଣାଇଦେଉଛୁ।

କଥା ହେଉଛି, ଗତ କିଛି ଦିନ ହେବ ଜାହ୍ନବୀ ଏବଂ ଇଶାନ୍‌ 'ଧଡ଼କ୍‌' ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିଲେ। ସେମାନେ ବିଭିନ୍ନ ଟିଭି ଶୋ,ରେଡିଓ ଏବଂ ଡିଜିଟାଲ୍‌ ପ୍ଲାଟଫର୍ମକୁ ଯାଇ ଫିଲ୍ମର ପ୍ରମୋସନ୍‌ କରୁଥିଲେ। ଏକ ଡିଜିଟାଲ୍‌ ମିଡିଆକୁ ସାକ୍ଷାତକାର ଦେବା ସମୟରେ ଜାହ୍ନବୀଙ୍କର ରାପିଡ୍‌ ଫାୟାର୍‌ ରାଉଣ୍ଡ୍ ଚାଲିଥିଲା। ଆଉ ରାପିଡ୍‌ ଫାୟାର ରାଉଣ୍ଡ୍‌ରେ ଯେକୌଣସି ପ୍ରଶ୍ନ ପଚରାଗଲା ତା'ର ତୁରନ୍ତ ଉତ୍ତର ଦେବାକୁ ହୁଏ, ସେକଥା ଆପଣମାନେ ଜାଣିଥିବେ। ସେମିତି ଜାହ୍ନବୀଙ୍କୁ ମଧ୍ୟ ଏକ ପ୍ରଶ୍ନ ପଚରା ଯାଇଥିଲା- ଆପଣଙ୍କ ସହ କଳାକାର ଇଶାନ୍‌ ଏବଂ ତୁମ ଭିତରୁ କାହା ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି?

ଜାହ୍ନବୀ ଉତ୍ତର ଦେଇଥିଲେ- 'ମୋର'। ମତେ ଲାଗୁଛି ମୁଁ ପ୍ରଧାନମନ୍ତ୍ରୀ ହୋଇପାରିବି' ବୋଲି ଜାହ୍ନବୀ କହିଥିଲେ। ବୋଧହୁଏ ଜାହ୍ନବୀ ଏକଥାକୁ ମଜାରେ କହିଥାଇ ପାରନ୍ତି। କିନ୍ତୁ ଏବେ ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ମାରାଥନ୍ ଆଲୋଚନା ଯୋଗୁ ତାଙ୍କ ଫିଲ୍ମ ପ୍ରଭାବିତ ହୋଇଥିବାରୁ ଲୋକେ 'ମୋଦି ଜାହ୍ନବୀଙ୍କଠାରୁ ପ୍ରତିଶୋଧ ନେଇଛନ୍ତି' ବୋଲି କହୁଛନ୍ତି।

Related story