ଭଲ କାହାଣୀର ଭୁଲ୍ ମଣିଷ, ଦୁର୍ଦ୍ଦାନ୍ତ ଖଳନାୟକ ଶୁଭେନ୍ଦୁ

ସେ କିଛି ନିଏ ନାହିଁ କି ଦିଏ ନାହିଁ, ସେଥିପାଇଁ ନାଁ ତା ର ନାନା। ପ୍ରତିଶୋଧର ଛକ ଶୂନ ଖେଳରେ ସବୁବେଳେ ତା’ର ହିଁ ହୁଏ ଜିତାପଟ୍। ସିନ୍ଦୂର ପିନ୍ଧାଇବା ପାଇଁ ସେ ଭାଙ୍ଗି ଚୁରମାର୍ କରି ଦିଅନ୍ତି ଯାବତୀୟ ଶଙ୍ଖା ଆଉ ପାଲଟିଯାଆନ୍ତି- ଭଲ କାହାଣୀର ଭୁଲ୍ ମଣିଷ। ମଞ୍ଚକୁ ଚଢ଼ିଲେ ସେ ଭୟଙ୍କର ହୋଇ ଉଠନ୍ତି ଆଉ ତାଙ୍କ ସାଉଥ୍ ଷ୍ଟାଇଲ୍ ମାର୍କା ଡାଏଲଗ୍ ଡେଲିଭରିରେ ଜଳକା ହୋଇ ପଡ଼ନ୍ତି ଦର୍ଶକ। ଆମେ […]

suvandu

suvandu

Manoranjan Sial
  • Published: Thursday, 12 November 2020
  • Updated: 12 November 2020, 10:38 PM IST

ସେ କିଛି ନିଏ ନାହିଁ କି ଦିଏ ନାହିଁ, ସେଥିପାଇଁ ନାଁ ତା ର ନାନା। ପ୍ରତିଶୋଧର ଛକ ଶୂନ ଖେଳରେ ସବୁବେଳେ ତା’ର ହିଁ ହୁଏ ଜିତାପଟ୍। ସିନ୍ଦୂର ପିନ୍ଧାଇବା ପାଇଁ ସେ ଭାଙ୍ଗି ଚୁରମାର୍ କରି ଦିଅନ୍ତି ଯାବତୀୟ ଶଙ୍ଖା ଆଉ ପାଲଟିଯାଆନ୍ତି- ଭଲ କାହାଣୀର ଭୁଲ୍ ମଣିଷ। ମଞ୍ଚକୁ ଚଢ଼ିଲେ ସେ ଭୟଙ୍କର ହୋଇ ଉଠନ୍ତି ଆଉ ତାଙ୍କ ସାଉଥ୍ ଷ୍ଟାଇଲ୍ ମାର୍କା ଡାଏଲଗ୍ ଡେଲିଭରିରେ ଜଳକା ହୋଇ ପଡ଼ନ୍ତି ଦର୍ଶକ। ଆମେ କହୁଛୁ ଯଲିଉଡର ଚର୍ଚ୍ଚିତ ଖଳନାୟକ ଶୁଭେନ୍ଦୁ ଚୌଧୁରୀଙ୍କ କଥା।

ଅଭିନୟ, ନାଟକ ବା ଡ୍ରାମା ପ୍ରତି ଶୁଭେନ୍ଦୁଙ୍କ ଦୁର୍ବଳତା ପିଲା ବେଳୁ। କିନ୍ତୁ ଯାତ୍ରା ଦୁନିଆକୁ ସେ ଆସନ୍ତି ହଜାରେ ନାହିଁ ନାହିଁ ଭିତରେ। ଇଚ୍ଛା ଥିଲା ଟେଲିଭିଜନ୍ ଅବା ଫିଲ୍ମ ଆର୍ଟିଷ୍ଟ ହେବେ। ସବୁ ଯୋଜନା କିନ୍ତୁ ବାଟବଣା ହୋଇଗଲା ଜଣେ ନାଁ କରା ଲୋକଙ୍କ କଥା କେଇ ପଦରେ। ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମହମ୍ମଦ ମହସିନଙ୍କ ଠାରୁ ହଠାତ୍ ଦିନେ ଡାକରା ପାଇଲେ ଶୁଭେନ୍ଦୁ ଚୌଧୁରୀ। ସେତେବେଳକୁ ତାଙ୍କ ଅଭିନୟ ପ୍ରତିଭା ଅବିଭକ୍ତ କଟକ ଜିଲ୍ଲାରେ ଚହଟୁଥିଲା ମହ ମହ ହୋଇ। ସେଥିରେ ପ୍ରଭାବିତ ହୋଇଥିବା ମହସିନ୍ ହିଁ ଶୁଭେନ୍ଦୁଙ୍କୁ ଯାତ୍ରାକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଥମେ ନା ଆଉ ପରେ କଥା ରଖି ମୁକ୍ତାକାଶ ରଙ୍ଗମ଼ଞ୍ଚ ପ୍ରବେଶ କଲେ। ଯୋଗ ଦେଲେ ବୁଦ୍ଧେଶ୍ୱର ଗଣନାଟ୍ୟରେ। ଗମ୍ଭୀର ସ୍ୱର, ଅନର୍ଗଳ ସଂଳାପ କହିବାର ନିଆରା ସାମର୍ଥ୍ୟ ତାଙ୍କୁ ଆଉ ପଛକୁ ଚାହିଁବାର ସୁଯୋଗ ଦେଇ ନଥିଲା। ମଞ୍ଚରେ ଅସାମାଜିକ ଚରିତ୍ରର ଜୀବନ୍ତ ଅଭିନୟକୁ ପୁଂଜି କରି ସଫଳତାର ଗୋଟିଏ ପରେ ଅନ୍ୟ ଏକ ସିଡ଼ି ଚଢ଼ି ଚାଲିଛନ୍ତି ଶୁଭେନ୍ଦୁ ଚୌଧୁରୀ।

ନାଟକରେ କଦାକାର, ଭୟାନକ ଓ ହିଂସ୍ର ଲାଗୁଥିବା ଏହି ଯାତ୍ରା ସୁପରଷ୍ଟାର ବାସ୍ତବ ଜୀବନରେ କିନ୍ତୁ ଠିକ୍ ଏହାର ଓଲଟା। ମଞ୍ଚରେ ଖଳନାୟକ ସାଜି ନାୟକ ଓ ନାୟିକାଙ୍କ ପ୍ରେମ ପଥର କଣ୍ଟା ସାଜୁଥିବା ଶୁଭେନ୍ଦୁ ରିଅଲ ରାଇଫରେ କିନ୍ତୁ ଖୁବ୍ ରୋମାଣ୍ଟିକ୍ ଅନ୍ଦାଜର। ସ୍ୱଳ୍ପଭାଷୀ, ସରଳ ଓ ଦରଦୀ ମଣିଷ ବି। ଯାତ୍ରାର ଅଭିନୟ ନିଶାରେ ମସଗୁଲ୍ ଥିବାବେଳେ ତାଙ୍କ ପ୍ରେମିକ ମନଟି ହଠାତ୍ ସାଥିଟିଏ ପାଇଯାଏ ନିଜ ଅଲକ୍ଷ୍ୟରେ। ଏକାଠି ନାଚୁ ନାଚୁ ଅଜାଣତରେ ଶୁଭେନ୍ଦୁ ମନ ଦେଇ ବସନ୍ତି ସାଥି କଳାକାର ଟିକିନାଙ୍କୁ। ଦୁଇ ତିନି ମାସର ଏହି ପ୍ରେମ ସଂପର୍କ ଶେଷରେ ରୂପ ନିଏ ସାମାଜିକ ଦାୟିତ୍ୱବୋଧର ପ୍ରତୀକ ବିବାହରେ। ପତ୍ନୀ ଟିକିନା ଏବେ ଯାତ୍ରା ଦୁନିଆର ଅନ୍ୟଜଣେ ଆଗଧାଡ଼ିର ନାୟିକା। ମଞ୍ଚର ଏହି ଖଳନାୟକ ଓ ନାୟିକା ଯୋଡ଼ି ଏବେ ଜୀବନ ଡଙ୍ଗାର ସପଳ ନାଉରୀ।

କୁହାଯାଏ ଶୁଭେନ୍ଦୁଙ୍କ ସ୍ଲୋ ଆଉ ସ୍ପଷ୍ଟ ସଂଳାପ ଡେଲିଭରୀରେ ଯେ କୌଣସି ନାଟକ ବି ହିଟ୍ ହୁଏ। ଭଲ ପାଇବାକୁ ଭୟ ଲାଗୁଛି, ଫୁଲ ବଉଳବେଣୀ, ଫୁଲ ଆଣିଥିଲି ଫୁଲବାଣୀରୁ, ପାହିଗଲା ରାତି ରହିଗଲା କଥା, କାନିରେ ବାନ୍ଧିଦେ ଖଇ କଉଡି, କଲ୍‌ ଗର୍ଲ, ଭୁଲ ବୁଝିବୁନି ମୋତେ, ଚଉଠି ରାତିର ଚଉଦ କଥା, ବର୍ଷା ରାତିର ସାଥୀ, ଗୁପ୍ତ ସମ୍ପର୍କ, ଆକାଶ କଇଁଆ ଚିଲିକା ମାଛ, ମିଛୁଆ ସ୍ୱାମୀ, ପ୍ରେମରେ ଲାଗିଛି ନିଆଁ, କଳି ଯୁଗ ତତେ ନମସ୍କାର, ନିଜ ଶବ ପାଇଁ ନିଜେ କୋକେଇ, କେମିତି କା ନାରୀ ତୁ ଏବଂ ଭଲ ମଣିଷର ଭୁଲ କାହାଣୀ ଭଳି ଚର୍ଚ୍ଚିତ ନାଟକର ଅପାସୋରା ଖଳନାୟକ ଶୁଭେନ୍ଦୁ ଆଗକୁ ଆହୁରି ବଡ଼ ବଡ଼ ଇନିଂସ ଖେଳିବାକୁ ଏବେ ବି ସୁଯୋଗ ଅପେକ୍ଷାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story