ପାରିଲେନି କେହି ଅଲଗା କରି

ଗୌରୀ ନାନୀ ସାଜି ଗାଁକୁ ଆସିଲେ। ଲୋକେ ତାଙ୍କୁ କୁହନ୍ତି ଆସିଛି ମାୟାବିନୀ ମୌସୁମୀ। ତାଙ୍କ ପ୍ରେମ କାହାଣୀ କୁହେ ଇନ୍ଦ୍ର ମନ୍ଦିର। ଯେଉଁଠି ପ୍ରେମିକାର ନାଁ ଚନ୍ଦ୍ରଭାଗା। ସେ ପୁଣି ଇନ୍ଦ୍ର ମହଲର ଚଞ୍ଚଳା ଉର୍ବଶୀ, ଆଉ ତାଙ୍କ ସିନ୍ଦୂର କୁହେ ସ୍ୱାମୀ କାହାର। କାହା ପାଇଁ ସେ ହୀରା ଅବା ମୋତି କି ମାଣିକ ଆଉ କିଏ କହେ ସାନ ସଉତୁଣୀ ଭାରି ଡେଞ୍ଜର୍। ମଞ୍ଚରେ ତାଙ୍କୁ ଦେଖିଲେ ଲାଖିଯାଏ ଆଖି, ତାଙ୍କ ଭିତିରି […]

binod-and-babina

binod-and-babina

Manoranjan Sial
  • Published: Thursday, 26 November 2020
  • Updated: 26 November 2020, 11:07 PM IST

Sports

Latest News

ଗୌରୀ ନାନୀ ସାଜି ଗାଁକୁ ଆସିଲେ। ଲୋକେ ତାଙ୍କୁ କୁହନ୍ତି ଆସିଛି ମାୟାବିନୀ ମୌସୁମୀ। ତାଙ୍କ ପ୍ରେମ କାହାଣୀ କୁହେ ଇନ୍ଦ୍ର ମନ୍ଦିର। ଯେଉଁଠି ପ୍ରେମିକାର ନାଁ ଚନ୍ଦ୍ରଭାଗା। ସେ ପୁଣି ଇନ୍ଦ୍ର ମହଲର ଚଞ୍ଚଳା ଉର୍ବଶୀ, ଆଉ ତାଙ୍କ ସିନ୍ଦୂର କୁହେ ସ୍ୱାମୀ କାହାର। କାହା ପାଇଁ ସେ ହୀରା ଅବା ମୋତି କି ମାଣିକ ଆଉ କିଏ କହେ ସାନ ସଉତୁଣୀ ଭାରି ଡେଞ୍ଜର୍।

ମଞ୍ଚରେ ତାଙ୍କୁ ଦେଖିଲେ ଲାଖିଯାଏ ଆଖି, ତାଙ୍କ ଭିତିରି କଥାରେ ଆତ୍ମହରା ହୁଅନ୍ତି ଯାତ୍ରା ପ୍ରେମୀ। ଜନ୍ମରୁ ରକ୍ତରେ ବୋହୁଥିଲା ଅଭିନୟର କଳା। ଆଉ ସ୍ଥିତି ସହ ଖାପ ଖୁଆଇ ନେବାର କୌଶଳ ଶିଖାଇ ଦେଇଥିଲା ନିଜେ ସମୟ। ଯଲିଉଡର ଅନ୍ୟଜଣେ ଟପ୍ ହିରୋଇନ୍ ବେବିନା ପଣ୍ଡାଙ୍କ ଜୀବନ ଯାତ୍ରା ଯେମିତି ସଂଘର୍ଷମୟ ତା’ ଠାରୁ ଢେର୍ ରୋମାଞ୍ଚକର ତାଙ୍କ ଲଭ୍ ଲାଇଫ୍। ପରିବାରର ବୋଝ ମୁଣ୍ଡାଇ ଯାତ୍ରାକୁ ଆସିଥିଲେ କଅଁଳ ବୟସରେ ତ ଯନ୍ତ୍ରଣାର କଷ୍ଟରୁ ପ୍ରଶାନ୍ତିର କୃଷ୍ଣ ମିଳିବା ଭଳି ପାଇଥିଲେ ଚିର୍ ଇପସିତ୍ ପୁଣି ଲଭେବଲ୍ ଲାଇଫ୍ ପାର୍ଟନର୍।

ମ୍ୟାଟ୍ରିକ୍ ପଢ଼ୁଥିବାବେଳେ ମା’ ଆରପାରିକୁ ଚାଲି ଗଲେ । ଯାତ୍ରା ପାର୍ଟି ଛାଡ଼ି ଘରକୁ ଫେରି ଆସିଲେ ବାପା ଶଙ୍କର୍ଷଣ ପଣ୍ଡା। ଉପରେ ଚାରି ବଡ଼ ଭଉଣୀ। ଦୋହଲିଗଲା ପରିବାରର ଆର୍ଥିକ ସ୍ଥିତି। ମାତ୍ର ଚଉଦ ବର୍ଷ ବୟସରେ ଘରୁ ପାଦ କାଢିବାକୁ ବାଧ୍ୟ କଲା ଅନଟନ। ପ୍ରଥମେ ତାରାପୁର ଅପେରାରେ ଡ୍ୟାନସର ଭାବେ କ୍ୟାରିଅର ଆରମ୍ଭ କଲେ ଏବର ଯାତ୍ରା ସୁପରଷ୍ଟାର୍ ଲାସ୍ୟମୟୀ ବେବିନା ପଣ୍ଡା। ସଉକ ପାଲଟି ଗଲା ପେସା। ବାପା ଓ ବଡ଼ ଭଉଣୀ ତଥା ନାମୀ ଭେଟେରାନ୍ ଆର୍ଟିଷ୍ଟ୍ ରୀନା ପଣ୍ଡା ଥିଲେ ବେବିନାଙ୍କ ପ୍ରେରଣା। ତେବେ ହାତ ଧରି ମଞ୍ଚର ସଫଳ ନାୟିକା ଭାବେ ଗଢ଼ି ତୋଳିଥିଲେ ତାଙ୍କ ଦିଲ୍ କା ରାଜା।

https://youtu.be/j5xCaUCXRRs

ବେବିନାଙ୍କ ପ୍ରେମ କାହାଣୀ ଖିଅ ଧରିଥିଲା ଟ୍ୟୁବୱେଲ୍ ପାଖରୁ। ତାରାପୁର ଅପେରାରେ ନାଟକ ରିହର୍ସଲ ପରେ ଖାଇବା ପାଇଁ ଥାଳି ଧୋଇବାକୁ ବେବିନା ଏକୁଟିଆ ଆସିଥିଲେ ଟ୍ୟୁବୱେଲ୍ ପାଖକୁ। ହଠାତ୍ ସେଠାରେ ପହଞ୍ଚି ତାଙ୍କ ହାତ ଧରି ପକାଇଥିଲେ ସେହି ଯାତ୍ରା ପାର୍ଟିର ହିରୋ। କୁମାରୀ ମନରେ ଛନକା ପଶି ଯାଇଥିଲା ତ ଭୟରେ ନର୍ଭସ ହୋଇ ଥଳି ଫିଙ୍ଗି ଦୌଡ଼ି ପଳାଇଥିଲେ ସିଧା ରୁମକୁ। ହେଲେ ମନର ମଣିଷଙ୍କ ପ୍ରଥମ ସ୍ପର୍ଶ ସତେ ଯେମିତି ସେହି ମୁହୂର୍ତ୍ତରେ ସାରା ଜୀବନ ପାଇଁ ଏକ ପ୍ରଶସ୍ତ ରାସ୍ତାର ଭିତ୍ତିପ୍ରସ୍ତର ପକାଇଥି୍ଲା ତାଙ୍କ ଅଜାଣତରେ। ବେବିନାଙ୍କୁ ନିଜ ଆଡ଼ୁ ପ୍ରପୋଜ୍ କରିଥିବା ସେହି ପ୍ରେମିକ ଥିଲେ ପାର୍ଟିର ନାମକରା ହିରୋ ବିନୋଦ ନାଥ।

ଯାତ୍ରା ପାର୍ଟିର ରଙ୍ଗୀନ ଆଲୁଅକୁ ସାକ୍ଷୀ ରଖି ପ୍ରେମର ଗାଡ଼ି ଆଗକୁ ଯେତିକି ଆଗେଇଲା ସାମ୍ନାରେ ସେତିକି ଦେଖା ଦେଲା ବାଧା ଓ ପ୍ରତିବନ୍ଧକର ପର୍ବତ ମାଳ। କାରଣ ବେବିନା ଥିଲା ବ୍ରାହ୍ମଣ ଜାତି ଓ ବିନୋଦ ଖଣ୍ଡାୟତ। ଭିଣୋଇ ଓ ବଡ଼ ଭଉଣୀଙ୍କ ଯାବତୀୟ ମାଡ଼ ଓ ଗାଳିକୁ କିନ୍ତୁ ପରବାୟ କରି ନଥିଲେ ବେବିନା। ଲୁଚି ଲୁଚି ବିନୋଦଙ୍କୁ ପିନ୍ଧାଇ ଥିଲେ ସାରା ଜୀବନର ବରଣମାଳା। ପୁଣି ପରିବାର ଓ ସମ୍ପର୍କୀୟଙ୍କ ଭୟରେ ଶ୍ୱଶୂର ଘର ନ ଯାଇ ବାହାରେ ଭଡ଼ା ଘର ନେଇ ରହିସେ। ଝିଅ ହେବା ପରେ ଯାଇ ପରିବାର ସହ ଫେରିଥଲା ପୁରୁଣା ସମ୍ପର୍କ।

ସେପଟେ ରୋମାଣ୍ଟିକ୍ ହିରୋରୁ ରିଅଲ ଲାଇଫର ସଚ୍ଚା ପ୍ରେମିକ ସାଜି ଥିବା ବିନୋଦ ପ୍ରତି କଥାରେ ପ୍ରତି ମୁହୂର୍ତ୍ତରେ ଥିଲେ ବେବିନାଙ୍କ ସହ। ଏହାରି ଭିତରେ ବିନୋଦ ତାରାପୁର ଛାଡ଼ି ତାରିଣୀ ଆସନ୍ତି ଆଉ ସେତେବଳକୁ ପାଲଟି ଯାଆନ୍ତି ଯଲିଉଡର ଜଣେ ନିର୍ଭରଶୀଳ ନାୟକ। ବିନୋଦଙ୍କ ସଂଳାପ ଓ ଅଭିନୟକୁ କାନ୍ଧ କରି ହିଟ୍ ହୁଏ ବହୁ ବହି। ଚାନ୍ଦବାଲି କଲେଜରେ ଲଗାତର ତିନି ଥର ଡ୍ରାମାଟିକ୍ ସେକ୍ରେଟାରୀ ହେବା ପରେ ପରିବାରର ପ୍ରୋତ୍ସାହନ ଓ ପରାମର୍ଶରେ ଯ।ତ୍ରାକୁ ଆସିଥିବା ଏହି ଆଗଧାଡ଼ିର ନାମକରା ନାୟକ ନିଜ ଅନିଚ୍ଛା ସତ୍ତ୍ୱେ ଛନ୍ଦି ହୋଇ ଯାଇଥିଲେ ଜଲିଉଡର ମାୟା ଜାଲରେ। ଏଠାରେ କିନ୍ତୁ ପ୍ରେୟସୀଙ୍କୁ ଠାବ କରିବା ପରେ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ନିରନ୍ତର ସାଥୀ ହୋଇ ରହିଛନ୍ତି ଯଲିଉଡର ଏହି ଲଭିଂ କପଲ୍। ସାଥୀ ଦେଇଛନ୍ତି ଦୁଃଖ ଦେଇଗଲା ଦରଦୀ ବନ୍ଧୁ, ଧୀରେ ଧୀରେ ଚାଲ ଗୋରୀ, ମୁଦ୍ରା ରାକ୍ଷସ, ସିନ୍ଦୂର କହିବ ସ୍ୱାମୀ କାହାର, କିଏ ହିରା କିଏ ମୋତି ମାଣିକ, ବାସର ରାତି, ସୀତା ସ୍ୱୟମ୍ୱର, ସାନ ସଉତୁଣୀ ଭାରି ଡେଞ୍ଜର, ସେ କେବେ ଆସୁଛି, ପାଞ୍ଚ ପଇସାର ସ୍ୱାମୀ, ମୟାବିନୀ ମୌସୁମୀ, ପୁଅ ଯିବ ଶାଶୁ ଘର, କାହାଣୀ କହୁଛି ସୂର୍ଯ୍ୟ ମନ୍ଦିର, ଭିତିରି କଥା, ପ୍ରେମିକାର ନାଁ ଚନ୍ଦ୍ରଭାଗା, ଉର୍ବଶୀ ଆସୁଛି ଇନ୍ଦ୍ର ମହଲ, ଗଙ୍ଗା ପାପ କଲେ ଧୋଇବ କିଏ, ବଡ଼ ଲୋକକୁ ଉତ୍ତର ନାହିଁ, ଗାଁକୁ ଆସିଛି ଗୌରୀ ନାନି ଭଳି ବହୁ ଚର୍ଚ୍ଚିଚ ଆଉ ସୁପର୍ ହିଟ୍ ନାଟକ। ନିଜ ପାଇଁ ବିନୋଦ ଗଢ଼ିଛନ୍ତି ନିଆରା ପ୍ରତିଷ୍ଠା ଆଉ ବେବିନାଙ୍କ ପାଇଁ ପାଲଟିଛନ୍ତି ସ୍ୱର୍ଗର ସଂପତ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos