କ୍ୟାନସରକୁ ଜିତି ଫେରିଥିଲେ ରଙ୍ଗମଞ୍ଚକୁ, ଧୋକା ଦେଲା ସମୟ

Ordigital Desk
  • Published: Saturday, 30 January 2021
  • , Updated: 30 January 2021, 09:18 PM IST
<p>&lt;p style=&quot;text-align: center;&quot;&gt;&lt;span style=&quot;color: #ff0000;&quot;&gt;ବଳିଷ୍ଠ ଶରୀର, ଆକର୍ଷଣୀୟ ଚେହେରା ସହ ଉଚ୍ଚଶିକ୍ଷିତ କଣ୍ଠରେ ଅନର୍ଗଳ ଡାଏଲଗ୍ ଡେଲିଭରି।&nbsp;ଆଖପାଖ ମଞ୍ଚରେ ତାଙ୍କ ଚିତ୍କାର ଶୁଣିଲେ ଅଝଟ ଶିଶୁକୁ ଶୋଇ ପଡ଼ିବାକୁ ବାଧ୍ୟ କରେ ମା&rsquo;।&nbsp;ଆଖିତରାଟି ଅନାଇ ରହିଥାନ୍ତି ଦର୍ଶକ ଆଉ ପଞ୍ଝାରୁ ଖସିବା ପାଇଁ ସବୁ ଶକ୍ତି ଲଗାଇ ଦିଅନ୍ତି ନାୟକ-ନାୟିକା। ଚରିତ୍ର ଅଭିନେତାରୁ ଏଣ୍ଟ୍ରି ମାରି ପରେ ନାୟିକାଙ୍କ ସହ ରୋମାନ୍ସ କରୁ କରୁ ନିଜ ଅଜାଣତରେ ବିଲକୁଲ୍ ବ୍ୟାଡମ୍ୟାନ୍ ବନି ଯାଇଥିଲେ ଯଲିଉଡ୍ ସୁପରଷ୍ଟାର୍ ଦାମ ପଣ୍ଡା। ପାଖାପାଖି ଚାଳିଶ ବର୍ଷ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ରାଜୁତି କରିଥିବା ଏହି ବର୍ଷିଆନ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଠିକ୍ ଏକ ନାଟକର କାହାଣୀ ଭଳି।&lt;/span&gt;&lt;/p&gt;<br /> ସାରା ରାଜ୍ୟରେ ଚହଳ ପକାଇଥିବା ଯାତ୍ରା ନାଟକ ବଣରୁ ଫେରିଛି ବଣ ମଣିଷର ଖଳନାୟକ ଚରିତ୍ରରେ ଦାମ ପଣ୍ଡା ଅଭିନୟ କରୁଥିଲେ ପାଖାପାଖି ଦୁଇ ବର୍ଷ ତଳେ। ନିଜ ଚରିତ୍ରରେ ସଂପୂର୍ଣ୍ଣ ଭିଜିଯିବା ପରେ ହୋଇ ଉଠିଥିଲେ ଖୁବ୍ ଭୟଙ୍କର। ତାଙ୍କ ଭୟାନକ ଚାହାଣୀ ଓ କାରନାମା ଦର୍ଶକଙ୍କୁ ଜଳକା କରି ରଖିଥିବାବେଳେ ଗ୍ରୀନ୍ ରୁମରେ ହଠାତ୍ ଅନୁଭବ କଲେ ଶାରୀରିକ ଅସୁସ୍ଥତା। ସେତେବେଳକୁ କିନ୍ତୁ ନାଟକ ସରିବାକୁ ଢେର୍ ସିନ୍ ବାକିଥିଲା, ଅଥଚ ଦାମୋଦରଙ୍କ ଛାତିରେ ତୀବ୍ର ହେବାରେ ଲାଗିଥିଲା ଅସହ୍ୟ ଯନ୍ତ୍ରଣା। ଏସବୁ ଭିତରେ କନ୍ତୁ ଜାରି ରହିଥିଲା ଅଭିନୟ ଆଉ ସକାଳ ହେବା ପରେ ଭର୍ତ୍ତି ହେଲେ ବାଲେଶ୍ୱର ମୁଖ୍ୟ ହସପିଟାଲରେ। ପରେ ଏସସିବିକୁ ରେଫର୍ ହେବା ପରେ ଜଣା ପଡ଼ିଲା ଦାମଙ୍କୁ ଘାଇଲା କରିବାକୁ ବସିଛି ଦୁରାରୋଗ୍ୟ କ୍ୟାନସର୍। ଫୁସଫୁସ କ୍ୟାନସର୍ ଦ୍ୱିତୀୟ ଷ୍ଟେଜ୍ ଜଣାପଡ଼ିବା ପରେ ସ୍ଥାନାନ୍ତର ହେଲେ ଭୁବନେଶ୍ୱର ଏମ୍ସ। ବର୍ଷେରୁ ଅଧିକ କାଳ ଲଢ଼ିବା ପରେ କର୍କଟକୁ ହରାଇ ପୁଣି ଆରମ୍ଭ କଲେ ଅଭିନୟର ଦ୍ୱିତୀୟ ଇନିଂସ। ଏହି ବର୍ଷ ଯୋଗ ଦେଇଥିଲେ ଜ୍ୟୋତି ମହଲରେ। କିନ୍ତୁ ଦୁର୍ବଳ ଶରୀର ଏଥିପାଇଁ ଆଉ ଅନୁମତି ନଦେବାରୁ ଏବେ ଘରକୁ ବାହୁଡ଼ି ଆସିଛନ୍ତି ଆଉ ଖୋଜୁଛନ୍ତି ବଂଚିବାର ନୂଆ ରାହା।</p> <p>ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ କଣ୍ଟାବଣିଆ ଗାଁରେ ଦାମୋଦର ପଣ୍ଡାଙ୍କ ଜନ୍ମ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ସାରି ଔପଦା ହାଇସ୍କୁଲରେ ପଢ଼ୁଥିବାବେଳେ ହୋଇଥିଲା ବାଲ୍ୟ ବିବାହ। ୧୪ ବର୍ଷ ବୟସରେ ଏବର ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ସାନ ଭଉଣୀ ସୁମତିଙ୍କୁ କରିଥିଲେ ସାରା ଜୀବନର ସାଥି। ବିବାହ ପରେ ପାଠ ପଢ଼ାରେ ଡୋରି ନବାନ୍ଧି ବିଜ୍ଞାନରେ ଗ୍ରାଜୁଏସନ ସାରିଲେ 1978ରେ। ଏହା ପରେ ଆରମ୍ଭ ହେଲା ନନଫର୍ମାଲ ସ୍କୁଲରେ ଶିକ୍ଷକତା। ସେଠାରେ କିନ୍ତୁ ଦରମାରେ ଖଟିବା ମୁସ୍କିଲ ହେବାରୁ ଅଭିନୟ ପ୍ରତି ବଢ଼ିଲା ଆଗ୍ରହ। ଗାଁ ଗାଁ ବୁଲି ବିଭିନ୍ନ ନାଟ୍ୟ ଅନୁଷ୍ଠାନରେ ଯାତ୍ରା ପରିବେଷ କରିବା ପରେ ଶାଳକ ଦୈତାରୀ ପଣ୍ଡା ଦେଖାଇଥିଲେ ଯଲିଉଡ୍ ପ୍ରବେଶର ରାସ୍ତା। ଦୈତାରୀଙ୍କ ପ୍ରେରଣାରେ ପ୍ରଥମେ ଶ୍ରୀ ଦୁର୍ଗା ଅପେରାରୁ ଆରମ୍ଭ ହୋଇଥିଲା ଚରିତ୍ର ଅଭିନେତା ଭାବେ କ୍ୟାରିଅର୍ ଆଉ ପେସାଦାରୀ ଅଭିନେତାଭାବେ ପ୍ରଥମ ନାଟକ ଥିଲା &lsquo;କାହ୍ନୁ&rsquo;। ୧୯୮୦ରେ ଓଡ଼ିଶା ଅପେରାକୁ ଆସନ୍ତି ଦାମ ନନା ଆଉ ଚରିତ୍ର ଅଭିନେତାରୁ ସିଧାସଳଖ ନାୟକ ଭୂମିକାରେ ଅଭିନୟର ମିଳିଲା ସୁଯୋଗ। &lsquo;ନ ଛ ପନ୍ଦର&rsquo; ଓ &lsquo;ଝୁରେ ସତୀ ଝରେ ଲୁହ&rsquo; ପରି ନାଟକରେ ନାୟିକାଙ୍କ ସହିତ ରୋମାନ୍ସ କରିବା ପରେ ତୁଳସୀର &lsquo;ସୁର ସାରଙ୍କ ସାନ ଝିଅ&rsquo;, ବୋଉଲୋ ପଦ୍ମ ଘୁଂଚି ଘୁଂଚି ଯାଉଛି, ନିଜ ସ୍ତ୍ରୀ ପର ସ୍ତ୍ରୀ ପରି ନାଟକ ଦେଇଥିଲା ସ୍ୱତନ୍ତ୍ର ପରିଚୟ ଓ ପ୍ରସିଦ୍ଧି। ନାୟିକାଙ୍କ ସହ ରୋମାନ୍ସ କରୁଥିବା ରୋମାଣ୍ଟିକ୍ ଦାମୋଦର କିନ୍ତୁ ସାହାଣୀ ଅପେରାରେ ବନିଗଲେ ବ୍ୟାଡମ୍ୟାନ। ଏହା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ ଦାମ ପଣ୍ଡା। ସାହାଣୀ ପରେ ବାଘାଯତୀନ, ଯାତ୍ରା ତ୍ରିରଙ୍ଗା, ତାରାପୁର, ଇଷ୍ଟର୍ଣ୍ଣ ପିଙ୍କ୍ ଓ ଯାତ୍ରା ସଚ୍ଚିଦନନ୍ଦମରେ ଖଳ ଚରିତ୍ର ଦାମ ପଣ୍ଡାଙ୍କୁ ଜଣେ ଭର୍ସାଟାଇଲ୍ ଆର୍ଟିଷ୍ଟ ଭାବେ ଦର୍ଶକଙ୍କ ହୃଦୟରେ ରଖିଲା।</p> <p>ଉଠିଲା ସଵାରି ବାଜିଲା ଶଙ୍ଖ, ଆକାଶବାଣୀ କଟକ, ମୋର କିଛି ଭୁଲ ନାହିଁ, ଆଜି ରବିବାର କଚେରୀ ବନ୍ଦ, ଛାଡ଼ ପତ୍ର, ଅଭିମାନୀ ଲଳିତା, ଲିସା ଚନ୍ଦନର ପ୍ରେମ କାହାଣୀ, କୋକୁଆ ଭୟ, ନୀଳ ଆକାଶର ପରୀ, ହଜିନି ଚନ୍ଦନ ଖୋଜୁଛି ଲିସା, ବଣରୁ ଫେରିଛି ବଣ ମଣିଷ, ମୁଁ ମନ୍ତ୍ରୀଙ୍କ ବୋହୂ, ମହାଭାରତରେ ଅର୍ଜୁନ ରାନୀ ପରି ୨୦୦ରୁ ଅଧିକ ନାଟକରେ ଅଭିନୟ କରିଥିବା ଦାମୋଦରଙ୍କୁ ଜୀବନର ଅବସର ସମୟ ପାଇଁ ଅନେକ ଅନେକ ଶୁଭେଚ୍ଛା।</p>

Related story