‘ଜଲି ଗୁଡ୍‌ ଫେଲୋ’ ଗୀତ ରିଲିଜ ହେଲା

ମୁମ୍ବାଇ: ରିଲିଜ ହେଲା ‘ଜଲି ଏଲ୍‌ଏଲ୍‌ବି-୨’ର ତୃତୀୟ ଗୀତ ‘ଜଲି ଗୁଡ୍‌ ଫେଲୋ’। ଏହା ପୂର୍ବରୁ ପିଲ୍ମର ଦୁଇଟି ଗୀତ ରିଲିଜ ହୋଇସାରିଛି। ଏହି ଗୀତରେ ଅକ୍ଷୟ କୁମାର ମଜାଳିଆ ଚରିତ୍ରରେ ନିଜର ଆସିଛନ୍ତି। ନିକଟରେ ରିଲିଜ ହୋଇଥିବା ଏକ ରୋମାଣ୍ଟିକ୍‌ ଟ୍ରାକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହାର କାହାଣୀ ସହିତ ଗୀତ ଉପରେ ମଧ୍ୟ ଖୁବ୍‌ କାମ କରାଯାଇଛି। ଗୀତ ରିଲିଜ ହେବାର ୨ଘଣ୍ଟା ପୂର୍ବରୁ ତୃତୀୟ ଗୀତର ରିଲିଜ ଖବର ଅକ୍ଷୟ କୁମାର […]

jolly-l-l-b-2-third-song

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 01:28 PM IST

ମୁମ୍ବାଇ: ରିଲିଜ ହେଲା ‘ଜଲି ଏଲ୍‌ଏଲ୍‌ବି-୨’ର ତୃତୀୟ ଗୀତ ‘ଜଲି ଗୁଡ୍‌ ଫେଲୋ’। ଏହା ପୂର୍ବରୁ ପିଲ୍ମର ଦୁଇଟି ଗୀତ ରିଲିଜ ହୋଇସାରିଛି। ଏହି ଗୀତରେ ଅକ୍ଷୟ କୁମାର ମଜାଳିଆ ଚରିତ୍ରରେ ନିଜର ଆସିଛନ୍ତି।

ନିକଟରେ ରିଲିଜ ହୋଇଥିବା ଏକ ରୋମାଣ୍ଟିକ୍‌ ଟ୍ରାକ୍‌କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହାର କାହାଣୀ ସହିତ ଗୀତ ଉପରେ ମଧ୍ୟ ଖୁବ୍‌ କାମ କରାଯାଇଛି। ଗୀତ ରିଲିଜ ହେବାର ୨ଘଣ୍ଟା ପୂର୍ବରୁ ତୃତୀୟ ଗୀତର ରିଲିଜ ଖବର ଅକ୍ଷୟ କୁମାର ଟ୍ୱିଟ୍‌ କରି ଜଣାଇଥିଲେ। ଫିଲ୍ମଟି ଫେବୃଆରୀ ୧୦ରେ ବଡ଼ ପରଦାରେ ଆସିବ।

Related story