‘ଜଲି ଏଲ୍‌ଏଲ୍‌ବି-୨’ ପ୍ରମୋଶନରେ ଆସି ଷ୍ଟଣ୍ଟ ଦେଖାଇଲେ ଅକ୍ଷୟ କୁମାର

ମୁମ୍ବାଇ: ‘ଜଲି ଏଲ୍‌ଏଲ୍‌ବି-୨’ର ପ୍ରମୋଶନରେ ଆସିଥିବା ଅକ୍ଷୟ କୁମାର ନିଜ ପୁରୁଣା ଫିଲ୍ମର ସୁପରିହିଟ୍‌ ଗୀତ ‘ଚୁରାକେ ଦିଲ୍‌ ମେରା ଗୋରିଆ ଚଲି’ ଗୀତରେ ନାଚିଲେ। ଅକ୍ଷୟ ଓ ହୁମା କୁରେସି ଫିଲ୍ମର ପ୍ରମୋଶନ ପାଇଁ ଦିଲ୍ଲୀ ନୋଏଡା ସ୍ଥିତ ଆମିଟି ୟୁନିଭର୍ସିଟି ପହଞ୍ଚିଥିଲେ। ଏହି ସମୟରେ ଯେତେବେଳେ ‘ଚୁରାକେ ଦିଲ୍‌ ମେରା ଗୋରିଆ ଚଲି’ ଗୀତ ବାଜିଲା ଅକ୍ଷୟ ନିଜକୁ ରୋକି ନ ପାରି ନାଚିବା ଆରମ୍ଭ କରିଦେଇଥିଲେ। ଖାଲି ସେତିକି ନୁହେଁ ଅକ୍ଷୟ ଛାତ୍ରଛାତ୍ରୀମାନଙ୍କ […]

jolly_llb

Rakesh Mallick
  • Published: Tuesday, 07 February 2017
  • , Updated: 07 February 2017, 04:30 PM IST

ମୁମ୍ବାଇ: ‘ଜଲି ଏଲ୍‌ଏଲ୍‌ବି-୨’ର ପ୍ରମୋଶନରେ ଆସିଥିବା ଅକ୍ଷୟ କୁମାର ନିଜ ପୁରୁଣା ଫିଲ୍ମର ସୁପରିହିଟ୍‌ ଗୀତ ‘ଚୁରାକେ ଦିଲ୍‌ ମେରା ଗୋରିଆ ଚଲି’ ଗୀତରେ ନାଚିଲେ। ଅକ୍ଷୟ ଓ ହୁମା କୁରେସି ଫିଲ୍ମର ପ୍ରମୋଶନ ପାଇଁ ଦିଲ୍ଲୀ ନୋଏଡା ସ୍ଥିତ ଆମିଟି ୟୁନିଭର୍ସିଟି ପହଞ୍ଚିଥିଲେ। ଏହି ସମୟରେ ଯେତେବେଳେ ‘ଚୁରାକେ ଦିଲ୍‌ ମେରା ଗୋରିଆ ଚଲି’ ଗୀତ ବାଜିଲା ଅକ୍ଷୟ ନିଜକୁ ରୋକି ନ ପାରି ନାଚିବା ଆରମ୍ଭ କରିଦେଇଥିଲେ। ଖାଲି ସେତିକି ନୁହେଁ ଅକ୍ଷୟ ଛାତ୍ରଛାତ୍ରୀମାନଙ୍କ ଆଗରେ ‘ଖତରୋ କା ଖିଲାଡୀ’ର ଷ୍ଟଣ୍ଟ ବି ଦେଖାଇଥିଲେ।

ୟୁନିର୍ଭସିଟିର ଛାତ୍ରଛାତ୍ରୀମାନେ ଅକ୍ଷୟ ଓ ହୁମାଙ୍କ ସ୍ୱାଗତ କରିଥିଲେ। ଅକ୍ଷୟ ପ୍ରମୋଶନ ସମୟରେ ଛାତ୍ରଛାତ୍ରୀମାନଙ୍କ ସହ ନେଇଥିବା ସେଲଫି ଓ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ସହିତ ଏତେ ସୁନ୍ଦର ସ୍ୱାଗତ ସହ ଛାତ୍ରଛାତ୍ରୀମାନେ ମୂଲ୍ୟବାନ ସମୟ ଦେଇଥିବାରୁ ଅକ୍ଷୟ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related story