ଆରମ୍ଭ ହେଲା ‘ଜୁଡୱା-୨’ର ସୁଟିଂ କାମ

ମୁମ୍ବାଇ: ଆରମ୍ଭ ହେଲା  ବରୁନ୍‌ ଧାୱନଙ୍କ ‘ଜୁଡୱା-୨’ର ସୁଟିଂ। ଫିଲ୍ମର ସୁଟିଂ ‘ଗଣପତି’ଙ୍କ ଗୀତରୁ ଆରମ୍ଭ ହୋଇଛି। କିଛିଦିନ ପୂର୍ବରୁ ଏହି ଗୀତରେ ରିହଲସାଲ ମଧ୍ୟ କରାଯାଇଥିଲା। ଫିଲ୍ମର ପ୍ରଯୋଜକ ସାଜିଦ୍‌ ନାଦିଆଦ୍‌ୱାଲାଙ୍କ ସ୍ତ୍ରୀ ଭରଦା ନାଦିଆଦ୍‌ୱାଲା ପ୍ରଥମ ଦିନର ସୁଟିଂ ଫଟୋ ଟ୍ୱିଟ୍‌ କରି ଫିଲ୍ମର ସୁଟିଂ ଖବର ଜଣାଇଛନ୍ତି। ଏହି ଫଟୋରେ ବରୁଣ, ସାଜିଦ୍‌ ଏବଂ  ନିର୍ଦ୍ଦେଶକ ଡେଭିଡ୍‌ ଧାୱନ୍‌ଙ୍କୁ ଦେଖିବାକୁ ମିଳିଛି। ଫିଲ୍ମରେ ବରୁନ୍‌ଙ୍କ ସହିତ ତାପସୀ ପନ୍ନୁ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ […]

judwa-shooting-set

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 06:36 PM IST

ମୁମ୍ବାଇ: ଆରମ୍ଭ ହେଲା  ବରୁନ୍‌ ଧାୱନଙ୍କ ‘ଜୁଡୱା-୨’ର ସୁଟିଂ। ଫିଲ୍ମର ସୁଟିଂ ‘ଗଣପତି’ଙ୍କ ଗୀତରୁ ଆରମ୍ଭ ହୋଇଛି। କିଛିଦିନ ପୂର୍ବରୁ ଏହି ଗୀତରେ ରିହଲସାଲ ମଧ୍ୟ କରାଯାଇଥିଲା।

ଫିଲ୍ମର ପ୍ରଯୋଜକ ସାଜିଦ୍‌ ନାଦିଆଦ୍‌ୱାଲାଙ୍କ ସ୍ତ୍ରୀ ଭରଦା ନାଦିଆଦ୍‌ୱାଲା ପ୍ରଥମ ଦିନର ସୁଟିଂ ଫଟୋ ଟ୍ୱିଟ୍‌ କରି ଫିଲ୍ମର ସୁଟିଂ ଖବର ଜଣାଇଛନ୍ତି। ଏହି ଫଟୋରେ ବରୁଣ, ସାଜିଦ୍‌ ଏବଂ  ନିର୍ଦ୍ଦେଶକ ଡେଭିଡ୍‌ ଧାୱନ୍‌ଙ୍କୁ ଦେଖିବାକୁ ମିଳିଛି।

ଫିଲ୍ମରେ ବରୁନ୍‌ଙ୍କ ସହିତ ତାପସୀ ପନ୍ନୁ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ରହିଛନ୍ତି। ଏହା ପୂର୍ବରୁ ବରୁନ୍‌ ତାଙ୍କ ବାପାଙ୍କ ‘ମେ ତେରା ହିରୋ’ରେ କାମ କରିସାରିଛନ୍ତି। ଏହି ଫିଲ୍ମ ୧୯୯୭ର ସଲମାନ, କରିଶ୍ମା ଏବଂ ରମ୍ଭାଙ୍କ ସିକ୍ୱେଲ୍‌ ଅଟେ।

ଖବର ମୁତାବକ ‘ଜୁଡୱା-୨’ରେ ସଲମାନ ଓ କରିଶ୍ମା ମଧ୍ୟ ନଜର ଆସିବେ। ସିକ୍ୱେଲରେ ମଧ୍ୟ ସଲମାନଙ୍କ ଡବଲ ରୋଲ ରହିଛି।

Related story