ପାକିସ୍ତାନରେ ରିଲିଜ ହେଲା ‘କାବୀଲ’

ମୁମ୍ବାଇ: ପାକିସ୍ତାନରେ ରିଲିଜ ହେଲା ହ୍ରିତିକ୍‌ ରୋଶନଙ୍କ ‘କାବୀଲ’। ପାକିସ୍ତାନୀ ସେନ୍‌ସର ବୋର୍ଡ ବିନା କୌଣସି କଟ୍‌ରେ ଏହାକୁ ଅନୁମତି ଦେଇଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ବଲିଉଡ ପିଲ୍ମ ଉପରେ ଲଗାଯାଇଥିବା ନିଷେଧାଦେଶକୁ ଉଠାଇ ଦେଇଛନ୍ତି। ନିଷେଧାଦେଶ ଉଠିବା ପରେ ପାକିସ୍ତାନରେ ରିଲିଜ୍‌ ହେବାରେ ‘କାବୀଲ’ ହେଉଛି ପ୍ରଥମ ବଲିଉଡ୍‌ ଫିଲ୍ମ। ପାକିସ୍ତାନରେ ଫିଲ୍ମର ରିଲିଜକୁ ନେଇ ହ୍ରିତିକ୍‌ ଖୁବ୍‌ ଖୁସି ଅଛନ୍ତି। ସେ ଟ୍ୱିଟ୍‌ କରି ଏକଥା କହିଛନ୍ତି। ସେ କହିଛନ୍ତି, “ପାକିସ୍ତାନରେ […]

Kaabil-Hoon-song

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 02:59 PM IST

ମୁମ୍ବାଇ: ପାକିସ୍ତାନରେ ରିଲିଜ ହେଲା ହ୍ରିତିକ୍‌ ରୋଶନଙ୍କ ‘କାବୀଲ’। ପାକିସ୍ତାନୀ ସେନ୍‌ସର ବୋର୍ଡ ବିନା କୌଣସି କଟ୍‌ରେ ଏହାକୁ ଅନୁମତି ଦେଇଛନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ବଲିଉଡ ପିଲ୍ମ ଉପରେ ଲଗାଯାଇଥିବା ନିଷେଧାଦେଶକୁ ଉଠାଇ ଦେଇଛନ୍ତି। ନିଷେଧାଦେଶ ଉଠିବା ପରେ ପାକିସ୍ତାନରେ ରିଲିଜ୍‌ ହେବାରେ ‘କାବୀଲ’ ହେଉଛି ପ୍ରଥମ ବଲିଉଡ୍‌ ଫିଲ୍ମ।

ପାକିସ୍ତାନରେ ଫିଲ୍ମର ରିଲିଜକୁ ନେଇ ହ୍ରିତିକ୍‌ ଖୁବ୍‌ ଖୁସି ଅଛନ୍ତି। ସେ ଟ୍ୱିଟ୍‌ କରି ଏକଥା କହିଛନ୍ତି। ସେ କହିଛନ୍ତି, “ପାକିସ୍ତାନରେ କାବୀଲ ରିଲିଜ୍‌ ହୋଇଛି। ଭାରତରେ ଏହାକୁ ଖୁବ୍‌ ଭଲ ପାଇବା ମିଳିଛି। ଆଶା କରୁଛି ପାକିସ୍ତାନ ଦର୍ଶକ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରିବେ।”

ସଂଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତରେ ୨୫ ଜାନୁଆରୀରେ ରିଲିଜ ହୋଇଥିଲା।

Related story