ରାଜସ୍ଥାନ ମରୁଭୂମିରେ ଶୁଭିଲା ଓଡ଼ିଆ ଗୀତର ସ୍ୱର… କାଞ୍ଚିରେ କାଞ୍ଚିରେ…

ଭୁବନେଶ୍ୱର (ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଚଳଚ୍ଚିତ୍ର ‘ହିରୋ ନଂ-୧’। ଏହି ଫିଲ୍ମରେ ବାବୁସାନ ଓ ଭୂମିକାଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ।  ଫିଲ୍ମର ନିଦ୍ଦେର୍ଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ। ପରଦାକୁ ଆସିବା ପୂର୍ବରୁ ଫିଲ୍ମର କିଛି ଗୀତ ମାର୍କେଟ୍ରେ ପହଞ୍ଚି ସାରିଛି। ତା ସହିତ ଗୀତର ମେକିଂ ଓ ଫିଲ୍ମର ଛୋଟ ଛୋଟ ପ୍ରୋମୋ ଏବଂ ସୁଟିଂ ସେଟ୍ ଚିତ୍ର ବି ଦର୍ଶକଙ୍କ ପାଖରେ ପହଞ୍ଚି ସାରିଛି। ସେଇଥିରୁ ହିଁ ଅନୁମାନ କରାଯାଉଛି ଫିଲ୍ମଟିର ଲୁକ୍ ଟିକିଏ ଅଲଗା ହେଇଥିବ ନିଶ୍ଚିୟ।  ଫିଲ୍ମର ପାଖାପାଖି ସମସ୍ତ ଗୀତକୁ ଦର୍ଶକେ ପସନ୍ଦ କରୁଛନ୍ତି।

କାଞ୍ଚିରେ କାଞ୍ଚିରେ…

ଫିଲ୍ମଟିର ଏ ପର୍ଯ୍ୟନ୍ତ ୩ଟି ଧମାକେଦାର ଗୀତର ଭିଡିଓ ନିର୍ମାଣକାରୀ ସଂସ୍ଥା ମାର୍କେଟକୁ ଛାଡ଼ି ସାରିଛି। ସେଗୁଡ଼ିକ ହେଲା- ହିରୋ ନଂ-୧ ଟାଇଟେଲ୍ ଟ୍ରାକ୍, ଡିଜେ ୱାଲା ଡ୍ୟାନ୍ସ ଓ କାଞ୍ଚିରେ କାଞ୍ଚିରେ। ଶେଷ ଗୀତଟି ‘କାଞ୍ଚିରେ କାଞ୍ଚିରେ’ ଏକ ରୋମାଣ୍ଟିକ ଟ୍ରାକ୍। ଗୀତଟିକୁ ଗାଇଛନ୍ତି ସୌରିନ୍ ଭଟ୍ଟ ଓ ସୋହିନୀ ମିଶ୍ର। ଏହାର ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ଗିରୀଶ ମହାନ୍ତି। ଏହି ଗୀତଟିର ସୁଟିଂ ହୋଇଛି ରାଜସ୍ଥାନରେ। ପୂରା ୟୁନିକ୍ ଅନ୍ଦାଜରେ ଏହି ଗୀତର ସୁଟିଂ ହୋଇଥିଲା। ରାଜସ୍ଥାନ ଖରାରେ ଗୀତଟି ସୁଟିଂ କରିବାକୁ ପୂରା ଟିମ୍ କୁ ବହୁ କଷ୍ଟ କରିବା ପାଇଁ ପଡ଼ିଥିଲା। ସୁନ୍ଦର ଲୋକେସନ୍ ସହ ଫିଲ୍ମରେ ନାୟକ ନାୟିକା ମାନଙ୍କର ରଙ୍ଗୀନ ଗେଟ୍ଅପ୍ ଗୀତଟିକୁ ଏକ ଭିନ୍ନ ଓ ସୁନ୍ଦର ଲୁକ୍ ଦେଇଛି।