ପୁରୁଣା ପ୍ରେମ ମନେ ପଡିଲା କି !

ମୁମ୍ବାଇ: “ଇସ୍କ କି ଆଖୋଁ ମେଁ ଖୁଦା ଦେଖା ହୈ ହମନେ, ନା ୱୋ ରୋଶ୍‌ନି ଥି ନା ୱୋ ଅନ୍ଧେରା, ନା ଜାନେ କୌନ ସା ମନ୍ତର ଦେଖାହୈ ହମନେ” ଏକ ସାୟରିଟି ସୋରେ ଏମିତି ସାଏରୀ ଗାଇଛନ୍ତି ବଲିଉଡର ଆଗଧାଡିର ନାୟିକା କଙ୍ଗନା ରାଣାୱତ୍‌ । ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରଶ୍ନ କରାଯିବାରୁ ଉତ୍ତରରେ କଙ୍ଗଣାଙ୍କ ମୁହଁରୁ ଶୁଭିଥିଲା ଏମିତି ରୋମାଣ୍ଟିକ୍‌ ସାଏରୀ। ଯାହାକୁ ଶୁଣି ଲାଗୁଥିଲା ବୋଧହୁଏ କଙ୍ଗଣାଙ୍କ ପୂରୁଣା ପ୍ରେମ […]

v

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 05:00 PM IST

ମୁମ୍ବାଇ: “ଇସ୍କ କି ଆଖୋଁ ମେଁ ଖୁଦା ଦେଖା ହୈ ହମନେ, ନା ୱୋ ରୋଶ୍‌ନି ଥି ନା ୱୋ ଅନ୍ଧେରା, ନା ଜାନେ କୌନ ସା ମନ୍ତର ଦେଖାହୈ ହମନେ” ଏକ ସାୟରିଟି ସୋରେ ଏମିତି ସାଏରୀ ଗାଇଛନ୍ତି ବଲିଉଡର ଆଗଧାଡିର ନାୟିକା କଙ୍ଗନା ରାଣାୱତ୍‌ । ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରଶ୍ନ କରାଯିବାରୁ ଉତ୍ତରରେ କଙ୍ଗଣାଙ୍କ ମୁହଁରୁ ଶୁଭିଥିଲା ଏମିତି ରୋମାଣ୍ଟିକ୍‌ ସାଏରୀ। ଯାହାକୁ ଶୁଣି ଲାଗୁଥିଲା ବୋଧହୁଏ କଙ୍ଗଣାଙ୍କ ପୂରୁଣା ପ୍ରେମ ମନେପଡିଯାଇଛି।

ନିକଟରେ କରଣ ଜୋହର ଏବଂ ରୋହିତ ସେଟ୍ଟୀଙ୍କ ନୂଆ ଡ୍ୟାନ୍ସ ରିଆଲିଟି ଶୋ'ରେ କଙ୍ଗନା ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ତାଙ୍କ ବିବାହକୁ ନେଇ ପ୍ରଶ୍ନ ଉଠିଲା। ଏହି ପ୍ରଶ୍ନର ବଡ ଭିନ୍ନ ଶୈଳୀରେ ଉତ୍ତର ରଖିଥିଲେ କଙ୍ଗନା। “୩୦ ବର୍ଷ ହେଲେ ବିବାହ କରିନେବାର ବିଚାରକୁ ମୁଁ ପସନ୍ଦ କରେନି। ନା ମୁଁ ଏବେ ୩୦ ବର୍ଷର ହେଲିଣି ନା ମୁଁ ବିବାହ ପାଇଁ କିଛି ଚିନ୍ତା କରିଛି” ବୋଲି ରୋକ୍‌ଠୋକ୍‌ କହିଥିଲେ କଙ୍ଗନା। ଏହା ପରେ ପରେ ପ୍ରେମ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିବା ପରେ ଏଭଳି ଶୈଳୀରେ ଉତ୍ତର ରଖିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ।

Related story