‘ବଲିଉଡରେ କଙ୍ଗନା କେବଳ ୱାନ୍‌ ପିସ୍‌ , ତାଙ୍କର ଶସ୍ତା କପି କ’ଣ ପାଇଁ ?’

ମୁମ୍ବାଇ: ବଲିଉଡ୍‌ର ପଙ୍ଗା ଗାର୍ଲ କଙ୍ଗନା ରାନାୱତଙ୍କଠାରୁ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ବି କୌଣସି ଗୁଣରେ କମ୍‌ ନୁହନ୍ତି।  ୨ ଭଉଣୀ ସୋଶାଲ୍‌ ମିଡିଆରେ ପ୍ରାୟ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ହେବ କଙ୍ଗନା ଓ ରଙ୍ଗୋଲିଙ୍କ ଟାର୍ଗେଟରେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ ଥିବା ବେଳେ ମଉକା ପାଇବା ମାତ୍ର ସେମାନେ ତାପସୀଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। କେତେବେଳେ ତାପସୀଙ୍କୁ ବି ଗ୍ରେଡ ଅଭିନେତ୍ରୀ କହୁଥିବା ବେଳେ […]

Kangana & Rangoli

Niharika Rout
  • Published: Thursday, 08 July 2021
  • , Updated: 08 July 2021, 12:02 PM IST

ମୁମ୍ବାଇ: ବଲିଉଡ୍‌ର ପଙ୍ଗା ଗାର୍ଲ କଙ୍ଗନା ରାନାୱତଙ୍କଠାରୁ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ବି କୌଣସି ଗୁଣରେ କମ୍‌ ନୁହନ୍ତି।  ୨ ଭଉଣୀ ସୋଶାଲ୍‌ ମିଡିଆରେ ପ୍ରାୟ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି।

କିଛି ଦିନ ହେବ କଙ୍ଗନା ଓ ରଙ୍ଗୋଲିଙ୍କ ଟାର୍ଗେଟରେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ ଥିବା ବେଳେ ମଉକା ପାଇବା ମାତ୍ର ସେମାନେ ତାପସୀଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। କେତେବେଳେ ତାପସୀଙ୍କୁ ବି ଗ୍ରେଡ ଅଭିନେତ୍ରୀ କହୁଥିବା ବେଳେ କେତେବେଳେ ତାଙ୍କୁ ଅଭିନୟ ଜଣା ନ ଥିବା କହି ଖୁଲମଖୁଲା ମଜାକ ଉଡ଼ାଉଛନ୍ତି। ଏବେ ପୁଣି ଥରେ ଘଟିଛି ଏପରି ଘଟଣା।

[caption id="attachment_657236" align="aligncenter" width="650"] kanagna-ranaut[/caption]

 

କିଛି ଦିନ ପୂର୍ବେ ଓଟିଟି ପ୍ଲାଟଫର୍ମରେ ତାପସୀଙ୍କ ଫିଲ୍ମ ‘ହସିନ ଦିଲରୁବା’ ଲଞ୍ଚ ହୋଇଛି।  ଏହି ଫିଲ୍ମକୁ ଭଲ କ୍ରିଟିକ ରିଭ୍ୟୁ ମିଳି ପାରି  ନ ଥିବା ବେଳେ ଏହାର ମଜାକ ଉଡ଼ାଇଛନ୍ତି  ରାନାୱତ ସିଷ୍ଟର୍ସ ।

ତାପସୀଙ୍କ କାଷ୍ଟିଂ ଉପରେ ପ୍ରଶ୍ନ ଉଠାଇ ଏହି ରୋଲ୍‌ ପାଇଁ ସେ ଫିଟ୍‌ ନୁହନ୍ତି ବୋଲି ଲେଖିଛନ୍ତି ରଙ୍ଗୋଲି । ଚରିତ୍ର ହିସାବରେ ତାଙ୍କୁ ଏକ ଖେଳାଳି, ଲଢ଼ୁଆ ମହିଳା ଭାବେ ଦର୍ଶାଯାଇଛି।

‘ହସିନ ଦିଲରୁବା’  ପରି ଫିଲ୍ମ ପାଇଁ କାହିଁକି ଅଦିତିଙ୍କ ପରି ହିରୋଇନ୍‌ଙ୍କୁ ଚଏସ୍‌ କରାଯାଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ରଙ୍ଗୋଲି ।  ନିଜ ଇନଷ୍ଟାଗ୍ରାମ୍‌ରେ ଅଦିତି ହାଇଦରୀଙ୍କ ଫଟୋ ପୋଷ୍ଟ କରି ଏହି ରୋଲ ପାଇଁ ଅଦିତି ହିଁ ପରଫେକ୍ଟ ଚଏସ୍‌ ବୋଲି ଲେଖିଛନ୍ତି ରଙ୍ଗୋଲି।

[caption id="attachment_657237" align="aligncenter" width="650"] tapasi-&-aditi[/caption]

ଅଦିତି ଜଣେ ସୁନ୍ଦରୀ, ଆଧୁନିକ, କୋମଳମତି ମହିଳା ହୋଇଥିବା ବେଳେ ଫେମିନାଇନ୍‌ ରୋଲ ପାଇଁ ସେ ବେଷ୍ଟ ଚଏସ୍‌ । ତ ତାପସୀ କାହିଁକି ? ଏହି ରୋଲରେ ଅଦିତିଙ୍କୁ ଦେଖିବାକୁ ଚାହୁଁଥିବା ବେଳେ ମୋତେ ଟର୍ଚର କ’ଣ ପାଇଁ କରୁଛ ବୋଲି ପ୍ରଶ୍ନ ଉଠାଇଛନ୍ତି ରଙ୍ଗୋଲି।

ଇଣ୍ଡଷ୍ଟ୍ରିରେ କଙ୍ଗନା କେବଳ ଜଣେ, ପୁଣି ତାଙ୍କର ଶସ୍ତା କପି କ’ଣ ପାଇଁ ହେଉଛି? ଭୁଲ୍‌ କାଷ୍ଟିଂ ଦେଖାଇ ଫିଲ୍ମକୁ  ଖରାପ କରିବା ଉଚିତ ନୁହେଁ ବୋଲି କହି ତାପସୀଙ୍କୁ ଟାର୍ଗେଟ କରିଛନ୍ତି ରଙ୍ଗୋଲି।

‘ହସିନ ଦିଲରୁବା’ ଫିଲ୍ମରେ ତାପସୀ ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ସହ ହର୍ଷବର୍ଦ୍ଧନ ଓ ବିକ୍ରାନ୍ତ ମେସି ସ୍କ୍ରିନ୍‌ ସେଆର କରିଛନ୍ତି। ଫିଲ୍ମରେ ତାପସୀ ନିଜ ସ୍ୱାମୀ ରିଷଭଙ୍କ ସହ ଖୁସିରେ ନ ଥିବା ବେଳେ ହର୍ଷବର୍ଦ୍ଧନଙ୍କ ପ୍ରେମରେ ପଡ଼ି ଯାଉଛନ୍ତି। ଏହା ମଧ୍ୟରେ ରିଷଭଙ୍କ ମୃତ୍ୟୁ ହୋଇଯାଉଛି। ଏହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଖାସ୍‌ ଆକୃଷ୍ଟ କରିପାରିନି।

Related story