କଙ୍ଗନାଙ୍କୁ କପି କଲେ କି ଆଲିଆ? ଏକା ପରି ଆଉଟଫିଟ୍‌ରେ ଆସିଲେ ନଜର

ମୁମ୍ବାଇ: ନୂଆ ନୂଆ ମିସେସ କପୁର ପାଲଟିଥିବା ଆଲିଆଙ୍କ ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। ସବ୍ୟସାଚୀଙ୍କ ଦ୍ୱାରା  ଡିଜାଇନ ହୋଇଥିବା ଶାଢୀ ପିନ୍ଧି ଆଲିଆ ସାଜିଲେ ରଣବୀରଙ୍କ ଦୁଲହନିଆ। ମ୍ୟାଚିଂ ଆଉଟଫିଟ୍‌ରେ ନଜର ଆସୁଥିବା ଏହି କପୁର କପଲଙ୍କ  ରୟାଲ ଲୁକ୍‌ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇଛି। । ନିଜ ଡି’ ଡେରେ ଆଇବରୀ କଲରର ଡିଜାଇନ ଶାଢି ପିନ୍ଧିଥିବା ଆଲିଆ ତାହାକୁ ମ୍ୟାଚିଙ୍ଗ କରି ଗଳାବନ୍ଧ ଓ ଇଅର […]

alia-kangana

Niharika Rout
  • Published: Friday, 15 April 2022
  • , Updated: 15 April 2022, 12:20 PM IST

ମୁମ୍ବାଇ: ନୂଆ ନୂଆ ମିସେସ କପୁର ପାଲଟିଥିବା ଆଲିଆଙ୍କ ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। ସବ୍ୟସାଚୀଙ୍କ ଦ୍ୱାରା  ଡିଜାଇନ ହୋଇଥିବା ଶାଢୀ ପିନ୍ଧି ଆଲିଆ ସାଜିଲେ ରଣବୀରଙ୍କ ଦୁଲହନିଆ। ମ୍ୟାଚିଂ ଆଉଟଫିଟ୍‌ରେ ନଜର ଆସୁଥିବା ଏହି କପୁର କପଲଙ୍କ  ରୟାଲ ଲୁକ୍‌ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇଛି। । ନିଜ ଡି’ ଡେରେ ଆଇବରୀ କଲରର ଡିଜାଇନ ଶାଢି ପିନ୍ଧିଥିବା ଆଲିଆ ତାହାକୁ ମ୍ୟାଚିଙ୍ଗ କରି ଗଳାବନ୍ଧ ଓ ଇଅର ରିଂ ମଧ୍ୟ କ୍ୟାରି କରିଥିଲେ।  ଏହି ସ୍ପେଶାଲ ଡେ’ରେ ଅନ୍ୟ ବଲିଉଡ ଦୁଲହନଙ୍କଠାରୁ ଟିକେ ଭିନ୍ନ ଦେଖାଯାଉଥିଲେ ଗଙ୍ଗୁବାଇ।

ହେଲେ ଏବେ ଆଲିଆଙ୍କ ଆଉଟଫିଟକୁ ନେଇ ଦେଖାଦେଲାଣି କେଁ। ଅବିକଳ ଆଲିଆଙ୍କ ଶାଢୀ ପରି ଦିଶୁଥିବା ଏକ ଶାଢୀ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ ଦେଢ ବର୍ଷ ପୂର୍ବେ ପରିଧାନ କରିଥିବା ବେଳେ ଏବେ ୨ଟି ଫଟୋ ଏକ ସଙ୍ଗେ ଭାଇରାଲ ହେଉଛି। ଏପରିକି ୨ଟି ଯାକ ଶାଢୀ ସବ୍ୟସାଚୀ ଡିଜାଇନ କରିଥିଲେ, ଯିଏକି ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ।  ହୁଏତ ସବ୍ୟସାଚୀଙ୍କ ତ୍ରୁଟି ଯୋଗୁ ଆଲିଆଙ୍କୁ ଏବେ କପି କ୍ୟାଟ୍‌ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ୁଥିବା ବି-ଟାଉନ୍‌ରେ ଚର୍ଚ୍ଚା ହେଉଛି।

[caption id="attachment_727571" align="aligncenter" width="650"] ଏକା ପରି ଦିଶୁଥିବା ଆଉଟଫିଟରେ କଙ୍ଗନା ଓ ଆଲିଆ ।[/caption]

ଆଲିଆ ନିଜ ସ୍ପେଶାଲ ଡେ ପାଇଁ ବାଛିଥିବା ଆଉଟଫିଟ୍‌ର ଡିଜାଇନ୍‌ ନୂଆ ନୁହେଁ। ପ୍ରାୟ ଦେଢ ବର୍ଷ ପୂର୍ବେ ନିଜ ଭାଇ ବାହାଘରରେ ଠିକ୍‌ ସେହିପରି ଏକ ଶାଢୀ ପରିଧାନ କରିଥିଲେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତ । କଙ୍ଗନାଙ୍କ ଶାଢିକୁ ମଧ୍ୟ ସବ୍ୟସାଚୀ ଡିଜାଇନ୍‌ କରିଥିଲେ।

କଙ୍ଗନାଙ୍କ ଭାଇଙ୍କ ବାହାଘର ୨୦୨୦ ନଭେମ୍ବରରେ ହୋଇଥିବା ବେଳେ ଭାଇ ରିସେପସନ୍‌ରେ ଏହି ଶାଢୀ ପରିଧାନ କରିଥିଲେ କଙ୍ଗନା। ହେଲେ ସେ ଉକ୍ତ ଶାଢୀରେ  ନିଜ ରାଜ୍ୟ ହିମାଚଳ ପ୍ରଦେଶର ଟ୍ୱିଷ୍ଟ ଦେଇଥିଲେ। ଏଥିରେ ଏକ ହିମାଳୟ ଟୋପି ପିନ୍ଧିଥିବା ବେଳେ କାନ୍ଧରେ ବି ଉତ୍ତରୀୟ ପକାଇଛନ୍ତି। ଏହି ଫଟୋକୁ କଙ୍ଗନା ସେତେବେଳେ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ବେଳେ ସବ୍ୟସାଚୀଙ୍କୁ ମଧ୍ୟ ଟ୍ୟାଗ୍‌ କରିଥିଲେ।

[caption id="attachment_727572" align="aligncenter" width="650"] ରଣବୀର- ଆଲିଆଙ୍କ ବିବାହ ବେଳର ଫଟୋ ।[/caption]

ଏବେ ଟ୍ୱିଟରରେ ଜଣେ ୟୁଜର ଉଭୟ କଙ୍ଗନା ଓ ଆଲିଆଙ୍କ ଫଟୋକୁ ଏକ ସଙ୍ଗେ ଶେଆର କରିବା ପରେ ଏହା ସାମନାକୁ ଆସିଛି। ହେଲେ ଆଲିଆ ଜାଣିଶୁଣି କଙ୍ଗନାଙ୍କ ଲୁକ୍‌କୁ କପି କରିଛନ୍ତି ନା ଏହା ସବ୍ୟସାଚୀଙ୍କ ତ୍ରୁଟି ଯୋଗୁ ହୋଇଛି ତାହା ଜଣାପଡ଼ିନି।

Related story