ମୁମ୍ବାଇ: ପୁଣି ଥରେ ପଙ୍ଗା ନେଲେ କଣ୍ଟ୍ରୋଭର୍ସି କୁଇନ । ଏଥର ଦେଶ ନୁହେଁ, ବିଦେଶକୁ କରିଛନ୍ତି ହାମଲା। ଏଥର କଙ୍ଗନାଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି କାନାଡା ପ୍ରଧାନମନ୍ତ୍ରୀ। କାନାଡ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ଉପରେ ପୁରୁଣା ରାଗ ଶୁଝାଇଛନ୍ତି କଙ୍ଗନା। ନିଜ କର୍ମର ଫଳ ଏଠାରେ ହିଁ ଭୋଗିବାକୁ ପଡ଼ିଥାଏ ବୋଲି କହିଛନ୍ତି କଙ୍ଗନା।
ସୂଚନାଯୋଗ୍ୟ ଭ୍ୟାକ୍ସିନ, ମାକ୍ଦ ଓ ଲକ୍ଡାଉନ୍କୁ ତୀବ୍ର ବିରୋଧ କରୁଛନ୍ତି କାନାଡାର ହଜାର ହଜାର ଟ୍ରକ୍ ଡ୍ରାଇଭର। ଡ୍ରାଇଭରଙ୍କ ପାଇଁ ଭ୍ୟାକ୍ସିନେସନକୁ ଜରୁରୀ ବୋଲି ଟ୍ରୁଡେ କହିଥିବା ବେଳେ ଏହି ନିୟମକୁ ଫାଶିବାଦ ସହ ତୁଳନା କରି ବିରୋଧ ପ୍ରଦର୍ଶନ କରୁଛନ୍ତି ସେଠାକାର ଟ୍ରକ୍ ଡ୍ରାଇଭର । ସ୍ଥିତି ଏପରି ହୋଇଛି ଯେ, ଭୟଭିତ ହୋଇ ନିଜ ପରିବାର ସହ ନିକାଞ୍ଚ ସ୍ଥାନକୁ ପଳାଇଛନ୍ତି ଜଷ୍ଟିନ ଟ୍ରୁଡେ । ଏହି ମାମଲାରେ ଜଷ୍ଟିନ ଟ୍ରୁଡେଙ୍କୁ ଟାର୍ଗେଟ କରି କଙ୍ଗନା ନିଜ ଇନଷ୍ଟାରେ ଲେଖିଛନ୍ତି, କର୍ମର ଫଳ ଭୋଗିବାକୁ ପଡ଼ିଥାଏ।
[caption id="attachment_710471" align="aligncenter" width="650"] କଙ୍ଗନା ଓ କାନାଡଶ ପ୍ରଧାନମନ୍ତ୍ରୀ।[/caption]
ଗତ ବର୍ଷ , ଭାରତ ସରକାରଙ୍କ କୃଷି ନୀତିକୁ ବିରୋଧ କରି ହଜାର ହଜାର କୃଷକ ମାସାଧୀକ କାଳ ରାସ୍ତାରେ ବସିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମର୍ଥନ ଜଣାଇଥିଲେ। ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଅଧିକାର ନିମନ୍ତେ କାନାଡ଼ା ସବୁବେଳେ ସେମାନଙ୍କ ସହ ଛିଡ଼ା ହୋଇଛି। ଏବେ ସମସ୍ତେ ସାଙ୍ଗ ହୋଇ ଆସିବା ସମୟ ଆସିଯାଇଛି ବୋଲି ସେ କହିଥିଲେ।
ଏନେଇ କଙ୍ଗନା ଲେଖିଛନ୍ତି, ଟ୍ରୁଡେ ଭାରତରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ସମର୍ଥନ କରୁଥିଲେ, ଏବେ ନିଜ ଦେଶରେ ଲୁଚିଛନ୍ତି। ତେଣୁ ଯାହାବି ହେଲେ ଆମକୁ କର୍ମର ଫଳ ଭୋଗିବାକୁ ପଡ଼ିବ।
କଙ୍ଗନା ଏବେ ନିଜ ହୋମ ବ୍ୟାନରରେ ନିର୍ମିତ ହେଉଥିବା ଫିଲ୍ମ ‘ଟିକୁ ୱେଡସ୍ ସେରୁ’ ଫିଲ୍ମ ପାଇଁ ବିଜି ଅଛନ୍ତି। ଏହି ଫିଲ୍ମରେ ନଓୱାଜୁଦ୍ଦିନ ସିଦ୍ଦିକ ବି ମୁଖ୍ୟ ଭୂମିକାରେ ନଜର ଆସିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।