ମୁମ୍ବାଇ: କମେଡିଆନ୍ କପିଲ୍ ଶର୍ମାଙ୍କ ସ୍ୱାସ୍ଥ୍ୟ ଆଜିକାଲି ଠିକ୍ ରହୁନି। ସୁଟିଂ ସେଟ୍ରେ ସେ ବେଳେ ବେଳେ ଅଚେତ ହୋଇଯାଉଛନ୍ତି।
ବୁଧବାର ‘ମୁବାରକ’ର ଷ୍ଟାର କାଷ୍ଟ୍ ଅନୀଲ କପୁର, ଅର୍ଜୁନ କପୁର, ଆଥିୟା ସେଟ୍ଟୀ ଓ ଇଲିୟାନା ଡିକ୍ରୁଜ୍ ପ୍ରମୁଖ ସେମାନଙ୍କ ଫିଲ୍ମର ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଆସିଥିଲେ। କିନ୍ତୁ କପିଲ ହଠାତ୍ ଅଚେତ ହୋଇଯିବାରୁ ସୁଟିଂ ବାତିଲ କରାଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ୟା ପୂର୍ବରୁ ଆଉ ଏକ ଶୋ’ର ସୁଟିଂ ବେଳେ ମଧ୍ୟ ଏମିତି ଘଟିଥିଲା। ସେଦିନ ଶାହାରୁଖ ଖାନ ଓ ଅନୁଷ୍କା ଶର୍ମା ସେମାନଙ୍କ ଫିଲ୍ମ ‘ଜବ ହ୍ୟାରି ମିଟ୍ ସେଜଲ’ର ପ୍ରମୋସନ୍ କରିବାକୁ ଆସିଥିଲେ।
କପିଲ୍ ବାରମ୍ବାର ସୁଟିଂ କ୍ୟାନ୍ସେଲ୍ କରିବା ଘଟଣାକୁ ସମସ୍ତେ ଅନ୍ପ୍ରଫେସ୍ନାଲ୍ କହୁଛନ୍ତି। କିନ୍ତୁ ଅସଲ କାରଣ କିଛି ଅଲଗା। କପିଲଙ୍କ ଭଉଣୀ ପୂଜା ଦେବଗନ କହିଛନ୍ତି ଯେ ସେ ଅନ୍ପ୍ରଫେସ୍ନାଲ୍ ନୁହନ୍ତି। କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁନି। କପିଲ ଡିପ୍ରେସନ୍ ଭଳି ରୋଗର ଶିକାର ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।