ସୁନୀଲ ଗ୍ରୋଭରଙ୍କୁ ଡାକୁଛନ୍ତି କପିଲ: ମିଳିଲା ପ୍ରମାଣ

ନିଜ ଶୋ’ରେ କପିଲ ଶର୍ମା ସୁନୀଲ ଗ୍ରୋଭରଙ୍କୁ ମିସ୍‌ କରୁଥିବା ପରି ମନେ ହେଉଛି। କାରଣ ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏଥିରୁ ତ ଏହା ଜଣାପଡିଛି।

ନିକଟରେ କପିଲ ନିଜ ଫ୍ୟାନମାନଙ୍କ ସହ କଥା ହେଉଥିଲେ। ଏହି ସମୟରେ ଜଣେ ଫ୍ୟାନ୍‌ ସୁନୀଲଙ୍କ ଶୋ’କୁ ଫେରିବା ସମ୍ପର୍କରେ ତାଙ୍କୁ ପଚାରି ଦେଇଥିଲେ। ଏହାର ଜବାବରେ କପିଲ କହିଛନ୍ତି,“ସୁନିଲ ଯେବେ ମନ କରିବେ ଆସି ପାରିବେ। ଶୋ’କୁ ଫେରିବା ନେଇ ମୁଁ ତାଙ୍କୁ ବହୁତ ବାର ଅନୁରୋଧ କରିସାରିଛି।”

ଅଷ୍ଟ୍ରେଲିଆରେ ଶୋ’ ସାରି ଫେରିବା ବେଳେ କପିଲ ଓ ସୁନୀଲଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେବେଠାରୁ ସୁନରଲ ଆଉ କପିଲଙ୍କ ଶୋ’କୁ ଫେରିନାହାନ୍ତି।

ନିକଟରେ ଖବର ଆସିଥିଲା ଶୀଘ୍ର ସୁନୀଲ ସୋନି ଟିଭିର ଏକ ନୂଆ ଶୋ’ରେ ଦେଖାଦେବେ।