ବସ୍‌ଷ୍ଟପ୍‌ରେ କମେଡି କିଙ୍ଗ, ଅଟୋ ପାଇଁ ଅଟକୁଛନ୍ତି, ବସ୍‌ ଚଢି ଯାଉଛନ୍ତି ଅଫିସ୍‌

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ରାସ୍ତାରେ ଛିଡାହୋଇ ଅଟୋକୁ ଅପେକ୍ଷା କରୁଛନ୍ତି । ଘଣ୍ଟାଘଣ୍ଟା ଧରି ବସ୍‌ ଷ୍ଟପ୍‌ରେ ଛିଡାହେଉଛନ୍ତି। ବସ୍‌ ଲାଗିଲେ ଲୋକଙ୍କ ଧକ୍କା ଖାଇ କାନ୍ଧରେ ବ୍ୟାଗ୍‌ ପକାଇ ଯାତ୍ରା କରୁଛନ୍ତି। ଏ ସ୍ଥିତି ଦେଖିବା ପରେ ଆପଣଙ୍କ ମୁହଁକୁ ନିହାତି ଦୟା ଆସିଯିବ। ଦାମୀ ଗାଡିରେ ଚଢୁଥିବା ଏହି ହ୍ୟାଣ୍ଡସମ୍‌ ସେଲିବ୍ରେଟିଙ୍କ ଏ ସ୍ଥିତି କିଏ କଲା ବୋଲି ଆପଣ ନିଜକୁ ପ୍ରଶ୍ନ ପଚାରିବେ। ଏ କଥା ଶୁଣି କ’ଣ ଭାବୁଛନ୍ତି। […]

kapil copy

Rakesh Mallick
  • Published: Thursday, 08 February 2018
  • , Updated: 08 February 2018, 06:06 PM IST

ହାସ୍ୟ ଅଭିନେତା କପିଲ ଶର୍ମା ଏବେ ରାସ୍ତାରେ ଛିଡାହୋଇ ଅଟୋକୁ ଅପେକ୍ଷା କରୁଛନ୍ତି । ଘଣ୍ଟାଘଣ୍ଟା ଧରି ବସ୍‌ ଷ୍ଟପ୍‌ରେ ଛିଡାହେଉଛନ୍ତି। ବସ୍‌ ଲାଗିଲେ ଲୋକଙ୍କ ଧକ୍କା ଖାଇ କାନ୍ଧରେ ବ୍ୟାଗ୍‌ ପକାଇ ଯାତ୍ରା କରୁଛନ୍ତି। ଏ ସ୍ଥିତି ଦେଖିବା ପରେ ଆପଣଙ୍କ ମୁହଁକୁ ନିହାତି ଦୟା ଆସିଯିବ। ଦାମୀ ଗାଡିରେ ଚଢୁଥିବା ଏହି ହ୍ୟାଣ୍ଡସମ୍‌ ସେଲିବ୍ରେଟିଙ୍କ ଏ ସ୍ଥିତି କିଏ କଲା ବୋଲି ଆପଣ ନିଜକୁ ପ୍ରଶ୍ନ ପଚାରିବେ।

ଏ କଥା ଶୁଣି କ’ଣ ଭାବୁଛନ୍ତି। ଭାବୁଥିବେ କପିଲ ଦେବାଳିଆ ହୋଇଗଲେଣି ବୋଧେ। ନ ହେଲେ ଏମିତି କାଇଁ ହଉଥାନ୍ତେ ଯେ?

ନାଇଁ ନାଇଁ ସେମିତି କିଛି ଭାବନ୍ତୁନି। ବାସ୍ତବରେ କଥାଟା ଟିକେ ଅଲଗା।  ସୋସିଆଲ ମିଡିଆରେ କପିଲଙ୍କ ଏମିତି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋଟି କେତେବେଳର ଜାଣନ୍ତି ?

ବାସ୍ତବରେ ଏହା ହେଉଛି କପିଲଙ୍କର ନୂଆ କମେଡ଼ି ଶୋ’ର ପ୍ରୋମୋ ସୁଟ୍ କରିବା ବେଳର ଏ ସବୁ ଫଟୋ ଏବେ ଭାଇରାଲ ହୋଇଛି। ଆଜ୍ଞା ହଁ, ପୁଣିଥରେ କପିଲ ଶର୍ମା ଟେଲିଭିଜନ ଦୁନିଆକୁ କମ୍‌ବ୍ୟାକ୍ କରୁଛନ୍ତି। ସେ ତାଙ୍କ ନୂଆ ଶୋ’ର ପ୍ରମୋ ମଧ୍ୟ ସୁଟ କରିସାରିଲେଣି। ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ନୂଆ ସିରିଜଟି ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହେବ। ଶୋ’ର କର୍ମକର୍ତ୍ତାମାନଙ୍କ ଅନୁଯାୟୀ କପିଲଙ୍କର ଏହି ସୋ’ ତାଙ୍କ ପୂର୍ବ ସୋ’ଗୁଡ଼ିକଠାରୁ ମଧ୍ୟ ଆହୁରି ଧମାଲ କରିବ। ଦର୍ଶକଙ୍କୁ ଏହା ବହୁତ ପସନ୍ଦ ଆସିବ। କାରଣ ଏହା ସାଧାରଣ ମଣିଷର ଜୀବନ ଉପରେ ଆଧାରିତ।

କପିଲ ‘କମେଡ଼ି ନାଇଟସ୍ ୱିଥ୍ କପିଲ’, ‘ଦ କପିଲ ଶର୍ମା ଶୋ’, ମାଧ୍ୟମରେ ସାରା ଦେଶବାସୀଙ୍କ ମନ ଜିତି ନେଇଛନ୍ତି। କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ କପିଲଙ୍କର ଅନେକ ଫ୍ୟାନ ଅଛନ୍ତି। କପିଲ ବଲିଉଡରେ ମଧ୍ୟ ନିଜ ଜଲୱା ଦେଖାଇ ସାରିଛନ୍ତି। ସେ ଏବେ ଯାଏଁ ୨ଟି ବଲିଉଡ ଫିଲ୍ମ କରିସାରିଲେଣି। ତାଙ୍କର ପ୍ରଥମ ଫିଲ୍ମ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁ’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। କିନ୍ତୁ ତାଙ୍କ ଦ୍ୱିତୀୟ ଫିଲ୍ମ ‘ଫିରଙ୍ଗି’ ଯାହାର ସେ ପ୍ରଯୋଜନା ମଧ୍ୟ କରିଥିଲେ, ବକ୍ସ ଅଫିସ୍‌ରେ କିଛି କମାଲ କରିପାରିଲା ନାହିଁ। ଏବେ ସେ ତାଙ୍କ ନୂଆ ଶୋ’ରେ କ’ଣ କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Related story