ବିବାହ କରିବେ କମେଡି କିଙ୍ଗ: ଶୀଘ୍ର ହେବ ତାରିଖ ଘୋଷଣା

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅପ୍‌କମିଂ ଫିଲ୍ମ ‘ଫିରଙ୍ଗୀ’ର ପ୍ରମୋସନରେ କପିଲ ବ୍ୟସ୍ତ ଅଛନ୍ତି। ଏହାର ରିଲିଜ ପରେ ସେ ବିବାହ ତାରିଖ ଘୋଷଣା କରିବେ। କପିଲ ନିଜ ପ୍ରେମିକା ଗିନ୍ନୀ ଚିତର୍ଥଙ୍କୁ ବିବାହା କରିବାକୁ ଯାଉଛନ୍ତି। ଦୁଇ ପରିବାରର ସହମତିରେ ଏହି ବିବାହ ହେଉଛି। ମଜାଦାର କଥା ହେଲା ବିବାହ ପାଇଁ ଗିନ୍ନୀ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତଟି ଥିଲା ଯଦି କପିଲ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, […]

557897-ginni-kapil

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 12:43 PM IST

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅପ୍‌କମିଂ ଫିଲ୍ମ ‘ଫିରଙ୍ଗୀ’ର ପ୍ରମୋସନରେ କପିଲ ବ୍ୟସ୍ତ ଅଛନ୍ତି। ଏହାର ରିଲିଜ ପରେ ସେ ବିବାହ ତାରିଖ ଘୋଷଣା କରିବେ।

କପିଲ ନିଜ ପ୍ରେମିକା ଗିନ୍ନୀ ଚିତର୍ଥଙ୍କୁ ବିବାହା କରିବାକୁ ଯାଉଛନ୍ତି। ଦୁଇ ପରିବାରର ସହମତିରେ ଏହି ବିବାହ ହେଉଛି।

ମଜାଦାର କଥା ହେଲା ବିବାହ ପାଇଁ ଗିନ୍ନୀ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତଟି ଥିଲା ଯଦି କପିଲ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ମଦ ଛାଡିବାକୁ ପଡିବ। କମେଡି ମ୍ୟାନ ସର୍ତ୍ତକୁ ମାନି ନେବା ସହ ଏବେ ମଦ ଛାଡି ଦେଇଛନ୍ତି। ତେଣୁ ପ୍ରଶଂସକକୁ କପିଲ ଖୁବ୍‌ଶୀଘ୍ର ନିଜ ବିବାହର ଖୁସି ଖବର ଦେବେ ବୋଲି ଅନୁମାନ କରାଯାଉଛି।

ଦି କପିଲ ଶର୍ମା ଶୋ’ ବନ୍ଦ ହେବା ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିବା ଶୁଣିବାକୁ ମିଳିଥିଲ।।

Related story