ଶୀଘ୍ର ଫେରୁଛନ୍ତି କମେଡି କିଙ୍ଗ୍, ଏଥର ହସାଇବାକୁ ନେବେ ଅଧିକ ଫି‘

ମୁମ୍ବାଇ: କରୋନା ମହାମାରୀ ସମୟରେ ହସ ଭୁଲି ଯାଇଥିବା ଲୋକଙ୍କୁ ହସାଇବାକୁ ଖୁବ୍‌ ଶୀଘ୍ର ନିଜ ଗ୍ୟାଙ୍ଗ ସହ ଟିଭି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା।  ଏଥିପାଇଁ ନିର୍ମାତା ଫୁଲ୍‌ ଦମ୍‌ରେ ଲାଗିଥିବା ବେଳେ ନୂଆ ସିଜିନ ସହ ରିଟର୍ଣ୍ଣ  କରିବ କପିଲ ଶର୍ମା ଶୋ’ । ପୂର୍ବଥର ଅପେକ୍ଷା ଏଥର କିନ୍ତୁ ଦର୍ଶକଙ୍କୁ ହସାଇବାକୁ ମୋଟା ଅଙ୍କର ପାଉଣା ନେବେ କପିଲ । ପୂର୍ବରୁ କପିଲ ଶୋ’ ପିଛା ୩୦ ଲକ୍ଷ ଟଙ୍କା  […]

kapil sharma

Niharika Rout
  • Published: Friday, 02 July 2021
  • , Updated: 02 July 2021, 10:15 AM IST

ମୁମ୍ବାଇ: କରୋନା ମହାମାରୀ ସମୟରେ ହସ ଭୁଲି ଯାଇଥିବା ଲୋକଙ୍କୁ ହସାଇବାକୁ ଖୁବ୍‌ ଶୀଘ୍ର ନିଜ ଗ୍ୟାଙ୍ଗ ସହ ଟିଭି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା।  ଏଥିପାଇଁ ନିର୍ମାତା ଫୁଲ୍‌ ଦମ୍‌ରେ ଲାଗିଥିବା ବେଳେ ନୂଆ ସିଜିନ ସହ ରିଟର୍ଣ୍ଣ  କରିବ କପିଲ ଶର୍ମା ଶୋ’ ।

ପୂର୍ବଥର ଅପେକ୍ଷା ଏଥର କିନ୍ତୁ ଦର୍ଶକଙ୍କୁ ହସାଇବାକୁ ମୋଟା ଅଙ୍କର ପାଉଣା ନେବେ କପିଲ । ପୂର୍ବରୁ କପିଲ ଶୋ’ ପିଛା ୩୦ ଲକ୍ଷ ଟଙ୍କା  ନେଉଥିବା ବେଳେ ଏବେ ସେ ଏହାକୁ ୫୦ ଲକ୍ଷ କରି ଦେଇଛନ୍ତି। ପୂର୍ବରୁ ପ୍ରତି ଶନିବାର ଓ ରବିବାର ପ୍ରସାରିତ ଏହି ପପୁଲାର ଶୋ ’ର ଟିଆରପି ଖୁବ୍‌ ଭଲ ରହୁଥିଲା। ପୂର୍ବରୁ ୨ଟି ଏପିସୋଡ଼ ପାଇଁ  ୬୦ ଲକ୍ଷ ନେଉଥିବା କପିଲ ଏବେ ଏହା ୧ କୋଟିକୁ ବଢ଼ି ଯାଇଛି।

ଚଳିତ ସିଜିନ୍‌ରେ ନୂଆ ଫର୍ମାଟ ଆପଣା ଯିବ ବୋଲି ପୂର୍ବରୁ ନିର୍ମାତା ସୂଚନା ଦେଇ ସାରିଛନ୍ତି। ଚଳିତ ସିଜିନ ଲାଗି ନୂଆ ଟିମ୍‌ ଚୟନ କରାଯାଇଥିବା ବେଳେ ଅଧିକ କଳାକାର ଏବଂ ଲେଖକଙ୍କୁ ସୁଯୋଗ ଦିଆଯିବ । ତେବେ କପିଲଙ୍କ ଏହି ଶୋ’ରେ ପୂର୍ବ ପରି ଭାରତୀ ସିଂ, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଏବଂ କୃଷ୍ଣା ଅଭିଷେକ ରହିବେ। ଏନେଇ କୃଷ୍ଣା ବି କିଛି ଦିନ ପୂର୍ବରୁ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ - ଖୁବ୍ ଶୀଘ୍ର ଫେରୁଛୁ। ଆମ ପ୍ରଥମ କ୍ରିଏଟିଭ ମିଟିଂ ବହୁତ ଭଲ ଥିଲା।

ସୂଚନା ଅନୁଯାୟୀ, ଦ୍ୱିତୀୟ ଥର ବାପା ହେବା ପରେ କିଛି ଦିନ ପାଇଁ କପିଲ ଶୋ’ରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ନିଜ ପରିବାର ସହ ଅଧିକ ସମୟ ବିତାଇବା ପାଇଁ ଚାହୁଁଥିଲେ। ଏହି କାରଣ ଯୋଗୁଁ ତାଙ୍କ ଶୋ’କୁ ଅଫ-ଏୟାର କରାଯାଇଥିଲା।

ରିପୋର୍ଟ ମୁତାବକ, କପିଲ ଶର୍ମା ଗତ ମେ’ ୧୫ ତାରିଖରୁ ତାଙ୍କ ଟିମ୍ ସହ ଶୁଟିଂ ଆରମ୍ଭ କରିସାରିଛନ୍ତି।  ଖୁବ୍‌ ଶୀଘ୍ର ଏହାର ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି।

Related story