କପିଲ୍ ଶର୍ମା ଚୋର!

ନୂଆଦିଲ୍ଲୀ: କପିଲ୍ ଶର୍ମାଙ୍କ ପାଖରୁ ବିବାଦ ଛାଡ଼ିବାର ନା ନେଉଁନାହିଁ। ଶନିଙ୍କ କୋପ ଦୃଷ୍ଟି ପଡ଼ିବା ପରି ସେ ଦିନକୁ ଦିନ ନୂଆ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ୁଛନ୍ତି । କିଛି ଦିନ ପୂର୍ବେ ମଦ ନିଶାରେ ସାଥୀ କଳାକାର ସୁନିଲଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି ବିବାଦୀୟ ହୋଇପଡ଼ିଥିଲେ। ଏଥର କପିଲ୍‌ଙ୍କ ନାମରେ ଆଉ ଏକ ସଙ୍ଗିନ ଅଭିଯୋଗ ଆସିଛି । ହାସ୍ୟ କଳାକାର ଅଭିଜିତ୍ ଗାଙ୍ଗୁଲୀ କପିଲ୍‌ଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଛନ୍ତି। […]

Abijit Ganguly-1

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 08:53 AM IST

ନୂଆଦିଲ୍ଲୀ: କପିଲ୍ ଶର୍ମାଙ୍କ ପାଖରୁ ବିବାଦ ଛାଡ଼ିବାର ନା ନେଉଁନାହିଁ। ଶନିଙ୍କ କୋପ ଦୃଷ୍ଟି ପଡ଼ିବା ପରି ସେ ଦିନକୁ ଦିନ ନୂଆ ନୂଆ ବିବାଦରେ ଛନ୍ଦି ହୋଇ ପଡ଼ୁଛନ୍ତି । କିଛି ଦିନ ପୂର୍ବେ ମଦ ନିଶାରେ ସାଥୀ କଳାକାର ସୁନିଲଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି ବିବାଦୀୟ ହୋଇପଡ଼ିଥିଲେ।

ଏଥର କପିଲ୍‌ଙ୍କ ନାମରେ ଆଉ ଏକ ସଙ୍ଗିନ ଅଭିଯୋଗ ଆସିଛି । ହାସ୍ୟ କଳାକାର ଅଭିଜିତ୍ ଗାଙ୍ଗୁଲୀ କପିଲ୍‌ଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ କପିଲଙ୍କ ଶୋ’ର ଏକ ଭିଡ଼ିଓ ସେୟାର କରିଛନ୍ତି। ଅଭିଜିତଙ୍କ  କହିବା ଅନୁଯାୟୀ  କପିଲ୍‌ଙ୍କ ଶୋ’ର ସେହି ଭାଗଟି ହେଉଛି ତାଙ୍କ କନସେପ୍ଟ। ଯାହାକୁ କପିଲ ଚୋରି କରି ତାଙ୍କ ଶୋ’ରେ ବ୍ୟବହାର କରିଛନ୍ତି। ଏନେଇ କପିଲ୍‌  କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Related story