ଗୋଟିଏ ଦିନ ପାଇଁ ଜଣେ ମହାନ ଅଭିନେତ୍ରୀଙ୍କ ଭଳି ହେବା ପାଇଁ ଚାହାନ୍ତି କରଣ

ନୂଆଦିଲ୍ଲୀ: କରଣ ଜୋହର ହେଉଛନ୍ତି ବଲିଉଡ୍‌ର ଜଣେ ସଫଳ ନିର୍ମାତା ଓ ନିର୍ଦ୍ଦେଶକ। ଫିଲ୍ମ ଲାଇନ୍‌କୁ ଆସିବାକୁ ଚାହୁଁଥିବା ଅନେକ ଯୁବକ,ଯୁବତୀ ତାଙ୍କ ଭଳି ଜଣେ ସଫଳ ନିର୍ମାତା ଓ ନିର୍ଦ୍ଦେଶକ ହେବାକୁ ସ୍ୱପ୍ନ ଦେଖୁଥିବେ ନିଶ୍ଚିତ! ତେବେ ବଲିଉଡ୍‌ର ଏହି ସଫଳ ସେଲେବ୍ରିଟିଙ୍କର ବି ଗୋଟିଏ ଇଚ୍ଛା ଅଛି। ସୁଯୋଗ ମିଳିଲେ ସେ ଗୋଟିଏ ଦିନ ‘ମେରିଲ୍ ଷ୍ଟ୍ରୀପ୍’ ହେବାକୁ ଚାହାନ୍ତି। ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୧୯’ରେ ସେ ଏ କଥା କହିଛନ୍ତି। ଏହି କାର୍ଯ୍ୟକ୍ରମରେ […]

karan1

karan1

Jitendra Garnayak
  • Published: Saturday, 21 September 2019
  • Updated: 21 September 2019, 12:23 PM IST

Sports

Latest News

ନୂଆଦିଲ୍ଲୀ: କରଣ ଜୋହର ହେଉଛନ୍ତି ବଲିଉଡ୍‌ର ଜଣେ ସଫଳ ନିର୍ମାତା ଓ ନିର୍ଦ୍ଦେଶକ। ଫିଲ୍ମ ଲାଇନ୍‌କୁ ଆସିବାକୁ ଚାହୁଁଥିବା ଅନେକ ଯୁବକ,ଯୁବତୀ ତାଙ୍କ ଭଳି ଜଣେ ସଫଳ ନିର୍ମାତା ଓ ନିର୍ଦ୍ଦେଶକ ହେବାକୁ ସ୍ୱପ୍ନ ଦେଖୁଥିବେ ନିଶ୍ଚିତ! ତେବେ ବଲିଉଡ୍‌ର ଏହି ସଫଳ ସେଲେବ୍ରିଟିଙ୍କର ବି ଗୋଟିଏ ଇଚ୍ଛା ଅଛି। ସୁଯୋଗ ମିଳିଲେ ସେ ଗୋଟିଏ ଦିନ ‘ମେରିଲ୍ ଷ୍ଟ୍ରୀପ୍’ ହେବାକୁ ଚାହାନ୍ତି। ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୧୯’ରେ ସେ ଏ କଥା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ମୋଡରେଟର୍ ସୁଶାନ୍ତ ମେହତା ଅନେକ ପ୍ରଶ୍ନ ପଚାରିଥିଲେ। ସେଥି ମଧ୍ୟରୁ କିଛି ପ୍ରଶ୍ନର ଉତ୍ତର ସେ ହୃଦୟ ଖୋଲି ଦେଇଥିବା ବେଳେ ଆଉ କିଛି ପ୍ରଶ୍ନ ତାଙ୍କୁ ଅଡୁଆରେ ପକାଇଥିଲା। ସେଥି ମଧ୍ୟରେ ଗୋଟିଏ ପ୍ରଶ୍ନ ଥିଲା- ତାଙ୍କୁ ଯଦି ପରିବର୍ତ୍ତନ କରି ଦିଆଯିବ, ସେ କାହା ଭଳି ହେବା ପାଇଁ ଆଗ୍ରହ ପ୍ରକାଶ କରିବେ। ଏହାର ଜବାବରେ କରଣ କହିଥିଲେ ଯେ କାହା ଭଳି ହେବା ଏକ କଷ୍ଟସାଧ୍ୟ ବ୍ୟାପାର। ତେବେ ଏମିତି ସୁଯୋଗ ମିଳିଲେ, ସେ ଗୋଟିଏ ଦିନ ପାଇଁ ହଲିଉଡ୍‌ର ଲିଜେଣ୍ଡ ଅଭିନେତ୍ରୀ ମେରିଲ୍ ଷ୍ଟ୍ରୀପ୍‌ଙ୍କ ଭଳି ହେବାକୁ ଇଚ୍ଛା କରିବେ। ଗୋଟିଏ ଦିନ ପାଇଁ ସେ ତାଙ୍କର ସେହି ଦକ୍ଷତାକୁ ଅନୁଭବ କରିବା ପାଇଁ ଚାହିଁବେ।

ସୂଚନାଯୋଗ୍ୟ, ମେରିଲ୍ ଷ୍ଟ୍ରୀପ୍ ହଲିଉଡ୍‌ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ୩ଟି ଏକାଡେମୀ ଆୱାର୍ଡ ଓ ୮ଟି ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos