କ’ଣ ହେଲା- ଶାହାରୁଖ୍‌ଙ୍କୁ ବାହା ହେବେ କରଣ?

ମୁମ୍ବାଇ: ସବୁବେଳେ କିଛି ନା କିଛି ମନ୍ତବ୍ୟ ଦେଉଥିବା ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫ୍ରେସ୍‌ ମନ୍ତବ୍ୟ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ଇଣ୍ଡିଆନ୍‌ ଟୁଡେ କନକ୍ଲେଭ୍‌ ୨୦୧୭ରେ ଯୋଗ ଦେବା ଅବସରରେ କରଣ କହିଛନ୍ତି ଯେ ସେ କିଙ୍ଗ୍ ଖାନ୍ ଶାହାରୁଖ୍‌ଙ୍କୁ ବାହା ହେବାକୁ ପସନ୍ଦ କରିବେ। ଏହା ଶୁଣି ଉପସ୍ଥିତ ଅତିଥିମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ। ଅବଶ୍ୟ ତା’ପରେ ସେ ଯାହା କହିଲେ ତାହା ସମସ୍ତଙ୍କୁ ବେଶ୍ ହସାଇଥିଲା। କରଣ କହିଥିଲେ […]

kk

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 03:49 PM IST

ମୁମ୍ବାଇ: ସବୁବେଳେ କିଛି ନା କିଛି ମନ୍ତବ୍ୟ ଦେଉଥିବା ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫ୍ରେସ୍‌ ମନ୍ତବ୍ୟ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ଇଣ୍ଡିଆନ୍‌ ଟୁଡେ କନକ୍ଲେଭ୍‌ ୨୦୧୭ରେ ଯୋଗ ଦେବା ଅବସରରେ କରଣ କହିଛନ୍ତି ଯେ ସେ କିଙ୍ଗ୍ ଖାନ୍ ଶାହାରୁଖ୍‌ଙ୍କୁ ବାହା ହେବାକୁ ପସନ୍ଦ କରିବେ। ଏହା ଶୁଣି ଉପସ୍ଥିତ ଅତିଥିମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ। ଅବଶ୍ୟ ତା’ପରେ ସେ ଯାହା କହିଲେ ତାହା ସମସ୍ତଙ୍କୁ ବେଶ୍ ହସାଇଥିଲା। କରଣ କହିଥିଲେ ଯେ ତାଙ୍କୁ କିଙ୍ଗ୍ ଖାନ୍‌ଙ୍କ ଘର ଖୁବ୍ ଭଲ ଲଗେ। ଖାସ୍ ସେହି ଘର ପାଇଁ ସେ ତାଙ୍କୁ ବାହା ହେବାକୁ ପସନ୍ଦ କରିବେ।

ଏହି କାର୍ଯ୍ୟକ୍ରମରେ ଆଲୋଚନା ବେଳେ ଉପସ୍ଥାପକ କରଣଙ୍କୁ ବିବାହ କରିବା ପାଇଁ ତିନୋଟି ନାମ ପ୍ରସ୍ତାବ ଦେଇଥିଲେ। ସେମାନେ ହେଲେ- ଶାହାରୁଖ ଖାନ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ସିଦ୍ଧାର୍ଥ ମଲହୋତ୍ରା। ସେମାନଙ୍କ ମଧ୍ୟରୁ କରଣ ଶାହାରୁଖଙ୍କୁ ବାଛି ଥିଲେ।

Related story