ମା’ଙ୍କ ଜନ୍ମଦିନ ପାର୍ଟିରେ କରିନାଙ୍କ ଷ୍ଟନିଂ ଲୁକ୍‌

ମୁମ୍ବାଇ: ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଭଲ ପାଆନ୍ତି। ବିଶେଷ କରି ପାର୍ଟି ଗୁଡ଼ିକରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବା ପାଇଁ ସେମାନେ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍ ପିନ୍ଧନ୍ତି। ସେଥିରୁ ବାଦ୍ ପଡ଼ି ନାହାନ୍ତି କରିନା କପୁର। ବିଗତ ଦିନର ବଲିଉଡ୍‌ ଅଭିନେତ୍ରୀ ତଥା ମା’ ବବିତାଙ୍କ ୭୦ତମ ଜନ୍ମ ଦିନ ପାର୍ଟିରେ ଏମିତି ଏକ ପୋଷାକ ପିନ୍ଧିଥିଲେ କରିନା ଯାହା ଉପରୁ ନଜର ହଟାଇ ପାରି ନ ଥିଲେ […]

karrena

Rakesh Mallick
  • Published: Monday, 24 April 2017
  • , Updated: 24 April 2017, 08:24 AM IST

ମୁମ୍ବାଇ: ବଲିଉଡର ଅଭିନେତା ଓ ଅଭିନେତ୍ରୀମାନେ ସବୁବେଳେ ଚର୍ଚ୍ଚାରେ ରହିବା ପାଇଁ ଭଲ ପାଆନ୍ତି। ବିଶେଷ କରି ପାର୍ଟି ଗୁଡ଼ିକରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବା ପାଇଁ ସେମାନେ ବିଭିନ୍ନ ଡିଜାଇନ୍‌ର ଡ୍ରେସ୍ ପିନ୍ଧନ୍ତି। ସେଥିରୁ ବାଦ୍ ପଡ଼ି ନାହାନ୍ତି କରିନା କପୁର। ବିଗତ ଦିନର ବଲିଉଡ୍‌ ଅଭିନେତ୍ରୀ ତଥା ମା’ ବବିତାଙ୍କ ୭୦ତମ ଜନ୍ମ ଦିନ ପାର୍ଟିରେ ଏମିତି ଏକ ପୋଷାକ ପିନ୍ଧିଥିଲେ କରିନା ଯାହା ଉପରୁ ନଜର ହଟାଇ ପାରି ନ ଥିଲେ ଉପସ୍ଥିତ ଅତିଥି। ପାର୍ଟିରେ କରିନା ହ୍ୱାଇଟ୍‌ ଓ ଗ୍ରେ ରଙ୍ଗର ଗାଉନ୍‌ ପିନ୍ଧିଥିଲେ। ଏହି ଗାଉନ୍‌ରେ ଭାରି ଷ୍ଟନିଂ ଦେଖାଯାଉଥିଲେ କରିନା।

ତାଙ୍କ ସ୍ୱାମୀ ସୈଫ ବି ପଛରେ ପଡ଼ି ଯାଇ ନ ଥିଲେ। ହ୍ୱାଇଟ୍‌ ସାର୍ଟ ଓ ବ୍ଲ୍ୟୁ ଜାକେଟ୍‌ ଓ  ଡେନିମ ଲୁକ୍‌ରେ ନଜର ଆସିଥିଲେ ସେ।

ବବିତାଙ୍କ ଜନ୍ମଦିନ ପାର୍ଟିରେ ରଣଧୀର କପୁର, କରିସ୍ମା କପୁର, ରିଷି କପୁର, ରୀମା ଜୈନ, ନୀତୁ କପୁରଙ୍କ ସହ ବଲିଉଡ୍‌ର ଅନେକ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ।

Related story