କରିଶ୍ମା କରିବେ ଡବଲ ମ୍ୟାରେଜ୍, ଚିହ୍ନନ୍ତୁ କିଏ ସେହି ଦ୍ୱିତୀୟ ପୁରୁଷ

ମୁମ୍ବାଇ: ପୁଣି ଥରେ ବିବାହ କରିପାରନ୍ତି କରିଶ୍ମା କପୁର। ତାଙ୍କର ଦ୍ୱିତୀୟ ବିବାହ ପାଇଁ ରାସ୍ତା ଏକଦମ୍‌ ସଫା ହୋଇଯାଇଥିବା ଚର୍ଚ୍ଚା ହେଉଛି। ଗତ ୩ ବର୍ଷ ଧରି କରିଶ୍ମା ଦିଲ୍ଲୀର ଜଣେ ଉଦ୍ୟୋଗପତି ସନ୍ଦୀପ୍‌ ତୋସନିୱାଲଙ୍କ ସହ ଡେଟିଂ କରୁଥିବା ଖୋଲାଖୋଲି ଚର୍ଚ୍ଚା ହେଉଛି। ତେବେ ସନ୍ଦିପ୍‌  ମଧ୍ୟ ଜଣେ ବିବାହିତ ପୁରୁଷ। ହେଲେ ସନ୍ଦିପ୍‌ ଏବଂ ତାଙ୍କ ଡାକ୍ତର ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ଉପୁଜିବା ପରେ ଉଭୟ ୨୦୧୦ରେ ଛାଡ଼ପତ୍ର ମାମଲା ଆବେଦନ […]

karisma-kapoor

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 10:19 PM IST

ମୁମ୍ବାଇ: ପୁଣି ଥରେ ବିବାହ କରିପାରନ୍ତି କରିଶ୍ମା କପୁର। ତାଙ୍କର ଦ୍ୱିତୀୟ ବିବାହ ପାଇଁ ରାସ୍ତା ଏକଦମ୍‌ ସଫା ହୋଇଯାଇଥିବା ଚର୍ଚ୍ଚା ହେଉଛି। ଗତ ୩ ବର୍ଷ ଧରି କରିଶ୍ମା ଦିଲ୍ଲୀର ଜଣେ ଉଦ୍ୟୋଗପତି ସନ୍ଦୀପ୍‌ ତୋସନିୱାଲଙ୍କ ସହ ଡେଟିଂ କରୁଥିବା ଖୋଲାଖୋଲି ଚର୍ଚ୍ଚା ହେଉଛି। ତେବେ ସନ୍ଦିପ୍‌  ମଧ୍ୟ ଜଣେ ବିବାହିତ ପୁରୁଷ। ହେଲେ ସନ୍ଦିପ୍‌ ଏବଂ ତାଙ୍କ ଡାକ୍ତର ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ଉପୁଜିବା ପରେ ଉଭୟ ୨୦୧୦ରେ ଛାଡ଼ପତ୍ର ମାମଲା ଆବେଦନ କରିଥିଲେ। ଆବେଦନର ୭ ବର୍ଷ ପରେ ଏହି ଛାଡ଼ପତ୍ର ଆବେଦନ ଉପରେ ମୋହର ଲଗାଇଛନ୍ତି ମୁମ୍ବାଇର ବାନ୍ଦ୍ରାର ଫ୍ୟାମିଲି କୋର୍ଟ।

ସର୍ତ୍ତମୁତାବକ ସନ୍ଦିପ୍‌ ତାଙ୍କ ଡାକ୍ତର ପତ୍ନୀଙ୍କୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବେ। ସେହିପରି ସମ୍ପତ୍ତି ଭାଗ ନେବା ସହ ସେମାନଙ୍କର ୨ଟି ଝିଅ ତଥା ଜଣେ ୯ ବର୍ଷର ଏବଂ ଅନ୍ୟ ଜଣେ ୧୨ ବର୍ଷର ଅଛନ୍ତି।  ଉଭୟ ମା’ ପାଖରେ ରହିବା ପାଇଁ ସର୍ତ୍ତ ରହିଛି। ଏହି ଦୁଇ ଝିଅଙ୍କ ନାମରେ ସନ୍ଦିପ୍‌ ୩ କୋଟି ଟଙ୍କା ଲେଖାଁଏ ଜମା କରିବେ।

୩ ବର୍ଷ ହେବ କରିଶ୍ମା ଏବଂ ସନ୍ଦିପଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଉଭୟ ଉଭୟଙ୍କୁ ଡେଟିଂ ମଧ୍ୟ କରୁଥିଲେ। ଏବେ ସେମାନଙ୍କ ବିବାହର ରାସ୍ତା ଫିଟିଯାଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ କରିଶ୍ମା ଦିଲ୍ଲୀର ଉଦ୍ୟୋଗପତି ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟି ବିବାହ ବିଚ୍ଛେଦ ଘଟିଥିଲା। ଏନେଇ ଛାଡ଼ପତ୍ର ଆବେଦନ ହୋଇଥିବା ବେଳେ ଦୀର୍ଘଦିନ ଧରି ମାମଲା ଚାଲିବା ସହ ୨୦୧୬ରେ କୋର୍ଟରେ ତାହା ଫଇସଲା ହୋଇଥିଲା। ଅଉ ଉଭୟ ଅଲଗା ହୋଇଥିଲେ। ତେବେ ସଞ୍ଜୟ ଏବଂ କରିଶ୍ମାଙ୍କର ମଧ୍ୟ ୨ ସନ୍ତାନ ଅଛନ୍ତି।

Related story