କରିସ୍ମା-ସଞ୍ଜୟଙ୍କ ଛାଡ଼ପତ୍ରକୁ କୋର୍ଟଙ୍କ ମଞ୍ଜୁରୀ

ମୁମ୍ବାଇ: କରିସ୍ମା କପୁର-ସଞ୍ଜୟ କପୁରଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି ବାନ୍ଦ୍ରା ଫ୍ୟାମିଲି କୋର୍ଟ। ଦୁହିଁଙ୍କ ମଧ୍ୟରେ ଛିନ୍ନ ହୋଇଛି ଦୀର୍ଘ ୧୩ ବର୍ଷର ବୈବାହିକ ସମ୍ପର୍କ। ସେମାନଙ୍କର ଦୁଇଜଣ ପୁଅ ଝିଅ ଅଛନ୍ତି। ସେମାନେ ହେଲେ ସାମିରା(୧୧) ଓ କିଆନ୍ ରାଜ(୬)।

ଛାଡ଼ପତ୍ରର ନିୟମ ଅନୁସାରେ କରିସ୍ମା ସଞ୍ଜୟଙ୍କ ଖାର ଅଞ୍ଚଳରେ ଥିବା ବହୁତଳ ପ୍ରାସାଦକୁ ନେଇଛନ୍ତି। ଏହାସହ ୧୦ ଲକ୍ଷ ଟଙ୍କାର ବଣ୍ଡ୍ ଯାହା ବାର୍ଷିକ ମୂଲ୍ୟ ୧୪ କୋଟି ଟଙ୍କା ବିନିମୟରେ ସଞ୍ଜୟ ଦୁଇ ଶିଶୁଙ୍କୁ ନିଜ ନିକଟରେ ରଖିଛନ୍ତି।

ଗତ ଫେବ୍ରୁଆରୀରେ ସୁଞ୍ଜୟ ଯୌତୁକ ନିର୍ଯାତନା ଦେଉଥିବା ନେଇ କରିସ୍ମା ମୁମ୍ବାଇର ଖାର ପୋଲିସ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ।