ସଲମାନଙ୍କ ସହ ବିତେଇଥିବା ମୁହୂର୍ତ୍ତ ଥିଲା ସବୁଠୁ ସୁନ୍ଦର: ମାନିଲେ କ୍ୟାଟ୍ରିନା କୈଫ୍

ମୁମ୍ବାଇ: କ୍ୟାଟ୍ରିନା କୈଫ ବଲିଉଡ୍‌ର ଜଣେ ସଫଳ କଳାକାର। ଆଗଧାଡିର ସେଲିବ୍ରେଟିଙ୍କ ମଧ୍ୟରେ ତାଙ୍କ ନାଁ ରହିଛି ସାମିଲ। ଦୀର୍ଘବର୍ଷ ଧରି ସେ ବଲିଉଡ୍‌ରେ ରାଜ କରିଆସୁଛନ୍ତି। ଯଦିଓ ଏବେ ସଲମାନ ଓ କ୍ୟାଟ୍ରିନା ସାଙ୍ଗରେ ନଜର ଆସୁ ନାହାଁନ୍ତି ତେବେ କ୍ୟାଟ୍ରିନାଙ୍କ ସଫଳତା ପଛରେ ସଲମାନଙ୍କର ହାତ ଥିବା ସମସ୍ତେ କୁହନ୍ତି। ଏହାକୁ କ୍ୟାଟ୍ରିନା ବି ଭୁଲିନାହାଁନ୍ତି। ନିକଟରେ ସଲମାନଙ୍କ ସହ ତାଙ୍କର ପୁରୁଣା ସମ୍ପର୍କକୁ ନେଇ ସେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଶୁଣିଲେ […]

10

10

Rakesh Mallick
  • Published: Friday, 14 July 2017
  • Updated: 14 July 2017, 06:54 PM IST

Sports

Latest News

ମୁମ୍ବାଇ: କ୍ୟାଟ୍ରିନା କୈଫ ବଲିଉଡ୍‌ର ଜଣେ ସଫଳ କଳାକାର। ଆଗଧାଡିର ସେଲିବ୍ରେଟିଙ୍କ ମଧ୍ୟରେ ତାଙ୍କ ନାଁ ରହିଛି ସାମିଲ। ଦୀର୍ଘବର୍ଷ ଧରି ସେ ବଲିଉଡ୍‌ରେ ରାଜ କରିଆସୁଛନ୍ତି। ଯଦିଓ ଏବେ ସଲମାନ ଓ କ୍ୟାଟ୍ରିନା ସାଙ୍ଗରେ ନଜର ଆସୁ ନାହାଁନ୍ତି ତେବେ କ୍ୟାଟ୍ରିନାଙ୍କ ସଫଳତା ପଛରେ ସଲମାନଙ୍କର ହାତ ଥିବା ସମସ୍ତେ କୁହନ୍ତି। ଏହାକୁ କ୍ୟାଟ୍ରିନା ବି ଭୁଲିନାହାଁନ୍ତି। ନିକଟରେ ସଲମାନଙ୍କ ସହ ତାଙ୍କର ପୁରୁଣା ସମ୍ପର୍କକୁ ନେଇ ସେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ନ୍ୟୁଓର୍କରେ ଚାଲିଥିବା ଆଇଫା ଆୱାର୍ଡରେ ଏବେ କ୍ୟାଟ୍ରିନା ଓ ସଲମାନ ଉଭୟ ଯୋଗ ଦେଇଛନ୍ତି। ଗୁରୁବାରେ ସେଠାରେ ଚାଲିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାଟ୍ରିନା ନିଜର ଓ ସଲମାନ ଭିତରେ ଥବା ପୁରୁଣା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଯେତବେଳେ କ୍ୟାଟ୍ରିନାଙ୍କୁ 18ବର୍ଷ ବୟଷରେ ତାଙ୍କର ସବୁଠୁ ସୁନ୍ଦର ମୁହୁର୍ତ୍ତ ବିଷୟରେ ପଚରା ଯାଇଥିଲା ସେ କହିଥିଲେ,  “ଯୋତବେଳେ ମୁଁ 18ବର୍ଷର ଥିଲି ସେ ସମୟରେ ସଲମାନଙ୍କ ସହ ଦେଖା ହୋଇଥିଲା ଓ ଏହା ମୋ ପାଇଁ ଏକ ସୁନ୍ଦର ମୁହୁର୍ତ୍ତ ଥିଲା ”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos