ରଣବୀରଙ୍କୁ କାଟ୍ରିନାଙ୍କ ଚାପୁଡ଼ା: ନିଜେ ଭିଡ଼ିଓ ପୋଷ୍ଟ କଲେ କ୍ୟାଟ୍‌

ମୁମ୍ବାଇ: କାଟ୍ରିନା କୈଫ ଓ ରଣବୀର କପୁରଙ୍କ ବ୍ରେକଅପ୍‌ ହୋଇଯାଇଛି। କିନ୍ତୁ ଏବେ ଦୁହିଁଙ୍କୁ  ଅପକମିଂ ଫିଲ୍ମ ‘ଜଗା ଜାସୁଶ’ର  ପ୍ରୋମଶନରେ ଏକାଠି ଦେଖିବାକୁ ମିଳୁଛି।  ଫିଲ୍ମ ପ୍ରୋମଶନ ପାଇଁ କ୍ୟାଟ ଓ ରଣବୀର ବହୁତ ପରିଶ୍ରମ କରୁଛନ୍ତି। ବ୍ରେକଅପ ପରେ ଫିଲ୍ମ ପ୍ରମୋଶନରେ ଦୁହିଁଙ୍କ କେମେଷ୍ଟ୍ରି ବେଶ୍ ଜମୁଛି।  କିନ୍ତୁ ପ୍ରୋମଶନ ବେଳେ ଏପରି କିଛି ଘଟଣା ଘଟିଥିଲା ଯେ  ମାରିବା ଯାଏଁ କଥା ଯାଇଥିଲା ପ୍ରକୃତରେ ଘଟଣାଟି ଏମିତି । କାଟ୍ରିନା ନିଜର ଇନଷ୍ଟାଗ୍ରାମରେ […]

bb

Rakesh Mallick
  • Published: Saturday, 17 June 2017
  • , Updated: 19 June 2017, 02:48 PM IST

ମୁମ୍ବାଇ: କାଟ୍ରିନା କୈଫ ଓ ରଣବୀର କପୁରଙ୍କ ବ୍ରେକଅପ୍‌ ହୋଇଯାଇଛି। କିନ୍ତୁ ଏବେ ଦୁହିଁଙ୍କୁ  ଅପକମିଂ ଫିଲ୍ମ ‘ଜଗା ଜାସୁଶ’ର  ପ୍ରୋମଶନରେ ଏକାଠି ଦେଖିବାକୁ ମିଳୁଛି।  ଫିଲ୍ମ ପ୍ରୋମଶନ ପାଇଁ କ୍ୟାଟ ଓ ରଣବୀର ବହୁତ ପରିଶ୍ରମ କରୁଛନ୍ତି। ବ୍ରେକଅପ ପରେ ଫିଲ୍ମ ପ୍ରମୋଶନରେ ଦୁହିଁଙ୍କ କେମେଷ୍ଟ୍ରି ବେଶ୍ ଜମୁଛି।  କିନ୍ତୁ ପ୍ରୋମଶନ ବେଳେ ଏପରି କିଛି ଘଟଣା ଘଟିଥିଲା ଯେ  ମାରିବା ଯାଏଁ କଥା ଯାଇଥିଲା

ପ୍ରକୃତରେ ଘଟଣାଟି ଏମିତି । କାଟ୍ରିନା ନିଜର ଇନଷ୍ଟାଗ୍ରାମରେ ଏକ  ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ କ୍ୟାଟ୍‌ ରଣବୀରଙ୍କୁ ଚାପୁଡ଼ା ମାରୁଥିବା ନଜର ଆସୁଛନ୍ତି। ଦର୍ଶକ ଏହି ଭିଡିଓକୁ  ଦେଖି ଭାବୁଛନ୍ତି କ୍ୟାଟ ଓ ରଣବୀରଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଗଲା। କିନ୍ତୁ କଥାଟି ସତ ନୁହେଁ।

ପ୍ରକୃତ କଥାଟା ହେଲା, ଫିଲ୍ମ ପ୍ରମୋଶନ ବେଳେ ରଣବୀର ଫ୍ୟାନଙ୍କୁ  ଆଇ ଲଭ ୟୁ କହିଥିଲେ। କିନ୍ତୁ କ୍ୟାଟ୍‌ ଏହା ସହି ପାରି ନ ଥିଲେ ଓ ରଣବୀରଙ୍କୁ ଚାପୁଡ଼ା ମାରି ଦେଇଥିଲେ। ବ୍ରେକଅପ୍‌ ପରେ ବି କ୍ୟାଟ୍‌ ଚାହାଁନ୍ତି ନାହିଁ ରଣବୀର ଆଉ କାହାକୁ ଆଇ ଲଭ ୟୁ କୁହନ୍ତୁ।

Related story