ଇନ୍‌ଷ୍ଟାଗ୍ରାମରେ କ୍ୟାଟ୍, ସଲମାନ୍‌ ଲେଖିଲେ ବାଘୁଣୀ ବଞ୍ଚିଛି

ମୁମ୍ୱାଇ: ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ କିଛି ମାସ ତଳେ ଫେସ୍‌ବୁକ୍‌ରେ ଏକ ଏକାଉଣ୍ଟ୍ ଖୋଲିଥିଲେ। ଆଉ ଗତକାଲି ସେ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କରିଛନ୍ତି। ଅର୍ଥାତ୍ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଏକାଉଣ୍ଟ୍ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକାଉଣ୍ଟ ଖୋଲି ସେ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ସେଥିରେ ସେ ସମୁଦ୍ର କୂଳରେ ବସିଛନ୍ତି। ସେ ଏହି ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ତାଙ୍କର ୪ ଲକ୍ଷରୁ ଅଧିକ ପ୍ରଶଂସକ ତାଙ୍କ ଫଲୋଅର୍ସ […]

kate

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 08:47 AM IST

ମୁମ୍ୱାଇ: ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ କିଛି ମାସ ତଳେ ଫେସ୍‌ବୁକ୍‌ରେ ଏକ ଏକାଉଣ୍ଟ୍ ଖୋଲିଥିଲେ। ଆଉ ଗତକାଲି ସେ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କରିଛନ୍ତି। ଅର୍ଥାତ୍ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଏକାଉଣ୍ଟ୍ ଖୋଲିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଏକାଉଣ୍ଟ ଖୋଲି ସେ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ସେଥିରେ ସେ ସମୁଦ୍ର କୂଳରେ ବସିଛନ୍ତି। ସେ ଏହି ଫଟୋ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ତାଙ୍କର ୪ ଲକ୍ଷରୁ ଅଧିକ ପ୍ରଶଂସକ ତାଙ୍କ ଫଲୋଅର୍ସ ହୋଇଯାଇଛନ୍ତି।

କ୍ୟାଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଆସିବା ପରେ ତାଙ୍କ ଏକ୍ସ ବଏ ଫ୍ରେଣ୍ଡ୍‌ ଦବଙ୍ଗ ଖାନ୍‌ ତାଙ୍କୁ ୱେଲ୍‌କମ୍ କରିଛନ୍ତି।  ସଲମାନ୍‌ କ୍ୟାଟ୍‌ଙ୍କ ସହ ତାଙ୍କର ଏକ ଫୋଟ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି,“ବାଘୁଣୀ ବଞ୍ଚିଛି, ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ସ୍ୱାଗତ କର”।

ଗତ କିଛି ବର୍ଷ ହେବ କ୍ୟାଟ୍‌ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ। ତାଙ୍କ ପର୍ସନାଲ ଲାଇଫ୍‌କୁ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ ପସନ୍ଦ କରୁ ନ ଥିଲେ। କିନ୍ତୁ ରଣବୀର କପୁରଙ୍କ ସହ ବ୍ରେକ୍‌ଅଫ୍‌ ପରେ ସେ ପ୍ରଥମେ ଫେସ୍‌ବୁକ୍ ଏକାଉଣ୍ଟ ଖୋଲିଥିଲେ ଓ ସୋସିଆଲ ମିଡିଆକୁ ଆସିଥିଲେ।

ଆସନ୍ତା ଡିସେମ୍ୱର ୨୨ରେ ସଲମାନ୍ ଓ କ୍ୟାଟ୍‌ଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହେ’ ରିଲିଜ୍‌ ହେବ।

Related story