ବିବାହ ପରେ ସୁଟିଂକୁ ଫେରିଲେ କ୍ୟାଟ୍‌

ମୁମ୍ବାଇ: ବିବାହ ଓ ହନିମୁନ ପାଇଁ ସର୍ଟ ବ୍ରେକ୍‌ ନେଇଥିବା କ୍ୟାଟ୍ରିନା କୈଫ ପୁଣି ଥରେ ସୁଟିଂ ସେଟ୍‌କୁ ଫେରିଛନ୍ତି। ସ୍ୱାମୀ ଭିକି କୌଶଲ ବହୁ ପୂର୍ବରୁ ସୁଟିଂକୁ ଫେରି ସାରିଥିବା ବେଳେ ଏବେ ଫୁଲ୍‌ ଦମରେ ସେଟ୍‌କୁ ଓହ୍ଲାଇଛନ୍ତି କ୍ୟାଟ୍‌। ଏନେଇ ଖୋଦ କ୍ୟାଟ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। କ୍ୟାଟ୍ରିନା ପୋଷ୍ଟ କରି ଲେଖିଛନ୍ତି, ନୂଆ ଆରମ୍ଭ । ପୁଣି ଥରେ ସେଟ୍‌କୁ ଫେରିଲି। ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ‘ମେରି […]

katrina kaif

Niharika Rout
  • Published: Saturday, 25 December 2021
  • , Updated: 25 December 2021, 01:24 PM IST

ମୁମ୍ବାଇ: ବିବାହ ଓ ହନିମୁନ ପାଇଁ ସର୍ଟ ବ୍ରେକ୍‌ ନେଇଥିବା କ୍ୟାଟ୍ରିନା କୈଫ ପୁଣି ଥରେ ସୁଟିଂ ସେଟ୍‌କୁ ଫେରିଛନ୍ତି। ସ୍ୱାମୀ ଭିକି କୌଶଲ ବହୁ ପୂର୍ବରୁ ସୁଟିଂକୁ ଫେରି ସାରିଥିବା ବେଳେ ଏବେ ଫୁଲ୍‌ ଦମରେ ସେଟ୍‌କୁ ଓହ୍ଲାଇଛନ୍ତି କ୍ୟାଟ୍‌। ଏନେଇ ଖୋଦ କ୍ୟାଟ୍‌ ସୋଶାଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

କ୍ୟାଟ୍ରିନା ପୋଷ୍ଟ କରି ଲେଖିଛନ୍ତି, ନୂଆ ଆରମ୍ଭ । ପୁଣି ଥରେ ସେଟ୍‌କୁ ଫେରିଲି। ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ‘ମେରି କ୍ରୀସମାସ’ ପାଇଁ ଆରମ୍ଭ କଲି କାମ । ବହୁ ପୂର୍ବରୁ ଶ୍ରୀରାମ ସାର୍‌ଙ୍କ ସହ କାମ କରିବାକୁ ଚାହୁଁଥିବା ବେଳେ ଏବେ ସୁଯୋଗ ପାଇଛି। ଥ୍ରୀଲର କାହାଣୀ କଥା ଉଠିଲେ ସେଥିରେ ସେ ପାରଙ୍ଗମ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାମ କରିବା ଖୁବ୍‌ ସମ୍ମାନର କଥା।  ବିଜୟ ସେତୁପତି, ରମେଶ ତୌରାନୀ ଓ ସଞ୍ଜୟ ରାଉତରେଙ୍କ ପରି କଳାକାରଙ୍କ ସହ କାମ କରିବାର ସୁଯୋଗ ପାଇ ଖୁବ ଉତ୍ସାହିତ ଅଛି।

ଅନ୍ଧାଧୂନ ଫିଲ୍ମ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ‘ମେରି କ୍ରିସମସ’ ଫିଲ୍ମର ନିର୍ଦ୍ଦେଶକ ଅଟନ୍ତି। କ୍ୟାଟଙ୍କ ଅପୋଜିଟରେ ଏହି ଫିଲ୍ମରେ ନଜର ଆସିବେ ସାଉଥ ସୁପରଷ୍ଟାର ବିଜୟ ସେତୁପତି। କ୍ୟାଟ୍‌ ପ୍ରଥମ ଥର ବିଜୟଙ୍କ ସହ କାମ କରିବେ। ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ ହୋଇଥିବା ବେଳେ ୨୦୨୩ ମସିହାରେ ଏହା ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।

[caption id="attachment_701572" align="aligncenter" width="650"] ସ୍ୱାମୀଙ୍କ ସହ କ୍ୟାଟ୍ରିନା।[/caption]

ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିକ୍କି-କ୍ୟାଟ୍‌ଙ୍କ ବିବାହ ହୋଇଥିଲା। ଏହାପରେ ଡିସେମ୍ବର ୧୦ ତାରଖରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ପରିବାର ସଦସ୍ୟ ଏବଂ ଅତିଥିମାନେ ମୁମ୍ବାଇ ଫେରିଥିଲେ। ବିକ୍କି ଏବଂ କ୍ୟାଟ୍ରିନା ବିବାହ ପରେ ହନିମୁନ୍‌ ପାଇଁ ମାଲଦ୍ୱୀପ ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଉଭୟ ମଧ୍ୟ ଚପରରେ ବସିଥିବା ନଜର ଆସିଥିଲେ। ତଥାପି, ସେମାନଙ୍କର ହନିମୁନ୍ ଡେଷ୍ଟିନେସନ୍‌କୁ ନେଇ ଏପର୍ଯ୍ୟନ୍ତ କିଛି ଖୁଲାସା ହୋଇନାହିଁ।

ଏହାପରେ କ୍ୟାଟ୍‌ ମଥାରେ ସିନ୍ଦୂର, ହାତରେ ଚୁଡ଼ି ପିନ୍ଧି ବିବାହ ପରେ ପ୍ରଥମ ଥର ମିଡିଆ ସମ୍ମୁଖକୁ ଆସିଥିଲେ। ଏହାପରେ ଶାଶୁ ଘରେ ଥିବା କ୍ୟାଟ୍‌ ଏହାମଧ୍ୟରେ ଜୁହୁସ୍ଥିତ ନିଜ ନୂଆ ଫ୍ଲାଟ୍‌ରେ ଗୃହ ପ୍ରବେଶ କରି ସାରିଥିବା ଜଣାଯାଇଛି।

 

View this post on Instagram

 

A post shared by Katrina Kaif (@katrinakaif)

Related story