ପ୍ରିୟଙ୍କା ଓ ଦୀପିକାଙ୍କ ରାସ୍ତାରେ କ୍ୟାଟ୍ରିନା!  

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ୍‌ ଏବେ ସଲମାନଙ୍କ ସହ  ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଖୁବଶୀଘ୍ର ସେ ଅମୀର ଖାନଙ୍କ ସହ ଫିଲ୍ମ ‘ଠଗ୍‌ସ ଅଫ ହିନ୍ଦୁସ୍ତାନ’ର ସୁଟିଂ ମଧ୍ୟ ଆରମ୍ଭ କରିବେ। କିନ୍ତୁ ଯାହା ଜଣାପଡୁଛି କ୍ୟାଟ୍‌ ଖାଲି ବଲିଉଡ୍‌ରେ ସନ୍ତୁଷ୍ଟ ନୁହଁନ୍ତି। ସେ ବି ପ୍ରିୟଙ୍କା ଓ ଦୀପିକାଙ୍କ ପରି ହଲିଉଡରେ କାମ କରିବାକୁ ଚାହୁଁଛନ୍ତି। ତାଙ୍କର ଏହି ଆଗ୍ରହକୁ ସେ ଖୋଲାଖୋଲି ସୋସିଆଲ୍ ମିଡିଆରେ ପ୍ରକାଶ କରି ସାରିଛନ୍ତି।  ଯାହା […]

katrinak

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 12:52 PM IST

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ୍‌ ଏବେ ସଲମାନଙ୍କ ସହ  ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଖୁବଶୀଘ୍ର ସେ ଅମୀର ଖାନଙ୍କ ସହ ଫିଲ୍ମ ‘ଠଗ୍‌ସ ଅଫ ହିନ୍ଦୁସ୍ତାନ’ର ସୁଟିଂ ମଧ୍ୟ ଆରମ୍ଭ କରିବେ। କିନ୍ତୁ ଯାହା ଜଣାପଡୁଛି କ୍ୟାଟ୍‌ ଖାଲି ବଲିଉଡ୍‌ରେ ସନ୍ତୁଷ୍ଟ ନୁହଁନ୍ତି। ସେ ବି ପ୍ରିୟଙ୍କା ଓ ଦୀପିକାଙ୍କ ପରି ହଲିଉଡରେ କାମ କରିବାକୁ ଚାହୁଁଛନ୍ତି। ତାଙ୍କର ଏହି ଆଗ୍ରହକୁ ସେ ଖୋଲାଖୋଲି ସୋସିଆଲ୍ ମିଡିଆରେ ପ୍ରକାଶ କରି ସାରିଛନ୍ତି।  ଯାହା ଖବର ମିଳିଛି ହଲିଉଡ୍‌ରେ କାମ ପାଇବା ପାଇଁ କୁଆଡ଼େ ସେ ଖୁବ୍‌ ଚେଷ୍ଟା ଚଳାଇଛନ୍ତି।

କଥା ହେଉଛି ବଲିଉଡ୍‌ର ସୁପରଷ୍ଟାର କ୍ୟାଟ୍‌ ଏବେ ଇଣ୍ଟରନ୍ୟାସ୍‌ନାଲ୍‌ ଶୋ ଗେମ ଅଫ୍ ଥ୍ରୋନ୍‌ସ’ର ଅଂଶ  ବିଶେଷ ହେବାକୁ ଚାହୁଁଛନ୍ତି। ‘ଗେମ୍‌ ଅଫ୍‌ ଥ୍ରୋନ୍‌ସ’ରେ ସାମିଲ ହେବାର ପାଗଳାମି ସମସ୍ତଙ୍କ ଭିତରେ ରହିଛି। ଏହି ଶୋର ଆଉ ଜଣେ ନୂଆ ଫ୍ୟାନ୍‌ ଭାବେ କ୍ୟାଟ୍‌ଙ୍କ ନାଁ ଯୋଡ଼ି ହୋଇଯାଇଛି।

କ୍ୟାଟ୍ରିନା ତାଙ୍କର ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ  ଏକ ଫଟୋ ସେୟାର କରିଛନ୍ତି। ଭୋଗ୍ ମାଗାଜିନ୍ ପାଇଁ ସେ ଏହି ଫଟୋ ସୁଟ୍ କରି ଥିଲେ। ଏଥିରେ ସେ ସ୍ପୋର୍ଟ୍ସ ସୁଇମିଂସୁଟ୍‌ରେ ଅଛନ୍ତି। ଫଟୋ ତଳେ ସେ ଲେଖିଛନ୍ତି ‘କ’ଣ ମୁଁ ଗେମ୍ ଅଫ୍ ଥ୍ରୋସ୍‌ର ଅଂଶ ହୋଇପାରିବି। ପ୍ଲିଜ୍‌...।’

 

 

 

 

 

 

 

 

 

Related story