ମୁମ୍ବାଇ:ଶାଶୁ କୋଳରେ ହସୁଛି ବୋହୂ। ନିଜ ଶାଶୁଙ୍କ କୋଳରେ ବସି ମନଖୋଲା ହସ ହସୁଛନ୍ତି ଚିକନି ଚମେଲି କ୍ୟାଟ୍ରିନା କୈଫ କୌଶଲ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗତକାଲି ଭିକି କୌଶଲ ଏହି ଫଟୋ ପୋଷ୍ଟ କରିଥିବା ବେଳେ କ୍ୟାପସନ୍ରେ ‘ମେରି ତାକତ, ମେରୁ ଦୁନିଆ’ ବୋଲି ଲେଖିଛନ୍ତି। ଗୋଟିଏ ଫ୍ରେମରେ ମା’ ଓ ପତ୍ନୀଙ୍କ ଫଟୋ ପୋଷ୍ଟ କରି ବେଶ୍ ଖୁସିଥିବା ଭିକି ହାର୍ଟ ଇମୋଜି ଦେବାକୁ ବି ଭୁଲି ନାହାନ୍ତି। ଏହି ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏକ ଲାଲ ପୋଷାକରେ ବିନା ମେକଅପ୍ରେ ମଧ୍ୟ କ୍ୟାଟ୍ରିନା ବେଶ୍ କ୍ୟୁଟ ଲାଗୁଥିବା ବେଳେ ଏକ ବ୍ଲୁ କଲର ସୁଟ୍ରେ ତାଙ୍କ ଶାଶୁ ବି କିଛି କମ୍ ଲାଗୁ ନାହାନ୍ତି।
ଏହା ପୂର୍ବରୁ ମହିଳା ଦିବସ ଅବସରରେ କ୍ୟାଟ୍ରିନା ନିଜ ଭଉଣୀମାନଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। କ୍ୟାଟ୍ରିନାଙ୍କର ସମୁଦାୟ ୬ ଭଉଣୀ ଅଛନ୍ତି। ଏହାର କ୍ୟାପସନ୍ରେ ‘ବହୁତ ମହିଳାଙ୍କ ବିଶିଷ୍ଟ ଏକ ପରିବାର’ ବୋଲି ଉଲ୍ଲେଖ କରିଛନ୍ତି ମିସେସ୍ କୌଶଲ।
ଗତ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ଏକ ଦୁର୍ଗରେ ଏକ ଭବ୍ୟ ସମାରୋହରେ ଭିକିଙ୍କ ହାତ ଧରିଥିଲେ କ୍ୟାଟ୍ରିନା। ଏହାପରେ ଉଭୟ ପତିପତ୍ନୀ ନିଜ ନିଜ ପ୍ରଫେଶନାଲ ଲାଇଫ୍ରେ ବ୍ୟସ୍ତ ଥିବା ସତ୍ତ୍ୱେ ମଝିରେ ମଝିରେ ନିଜ ଫଟୋ ଛାଡ଼ିବାକୁ ଭୁଲୁ ନାହାନ୍ତି।