ଆରମ୍ଭ ହେବାକୁ ଯାଉଛି କେବିସି-୧୧, ହେଲେ ଏହି ଲୋକପ୍ରିୟ ଶୋ’ ଲାଗି ମିଳୁନି ସେଟ୍‌

ମୁମ୍ୱାଇ: ବଲିଉଡର ଶେହନଶାହା ଅମିତାଭ ବଚ୍ଚନଙ୍କ କୁଇଜ ଶୋ’ କୌନ ବନେଗା କରୋଡପତି’ ଘରେ ଘରେ ବେଶ୍‌ ଲୋକପ୍ରିୟ। ଏହାର ପ୍ରତିଟି ସିଜିନ୍‌କୁ ଲୋକେ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।  ଖୁବ୍‌ ଶୀଘ୍ର ଏହାର ୧୧ ତମ ସିଜିନ ଟେଲିକାଷ୍ଟ ହେବାକୁ ଯାଉଛି। ଏହାର ଶୋ’ର କ୍ୟାମ୍ପେନିଙ୍ଗ ଖୁବ୍‌ ଜୋରସୋରରେ ଆରମ୍ଭ ହୋଇଗଲାଣି। ହେଲେ ଘରେ ପଶିବା ଆଗରୁ ଚାଳରେ ମୁଣ୍ଡ ବାଜିବା ପରି ଏଥିରେ ଦେଖାଦେଲାଣି କେଁ। ଏ ଯାଏ ଶୋ’ର ସୁଟିଂ ପାଇଁ […]

amitav-2..

Niharika Rout
  • Published: Wednesday, 19 June 2019
  • , Updated: 19 June 2019, 11:51 AM IST

ମୁମ୍ୱାଇ: ବଲିଉଡର ଶେହନଶାହା ଅମିତାଭ ବଚ୍ଚନଙ୍କ କୁଇଜ ଶୋ’ କୌନ ବନେଗା କରୋଡପତି’ ଘରେ ଘରେ ବେଶ୍‌ ଲୋକପ୍ରିୟ। ଏହାର ପ୍ରତିଟି ସିଜିନ୍‌କୁ ଲୋକେ ବହୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।  ଖୁବ୍‌ ଶୀଘ୍ର ଏହାର ୧୧ ତମ ସିଜିନ ଟେଲିକାଷ୍ଟ ହେବାକୁ ଯାଉଛି। ଏହାର ଶୋ’ର କ୍ୟାମ୍ପେନିଙ୍ଗ ଖୁବ୍‌ ଜୋରସୋରରେ ଆରମ୍ଭ ହୋଇଗଲାଣି। ହେଲେ ଘରେ ପଶିବା ଆଗରୁ ଚାଳରେ ମୁଣ୍ଡ ବାଜିବା ପରି ଏଥିରେ ଦେଖାଦେଲାଣି କେଁ।

ଏ ଯାଏ ଶୋ’ର ସୁଟିଂ ପାଇଁ ମିଳିନି ସେଟ୍‌। ତେଣୁ କିପରି ଆରମ୍ଭ ହେବ ଏହି ଲୋକପ୍ରିୟ ଶୋ’ ତାହାକୁ ନେଇ ନିର୍ମାତାଙ୍କ ଟେନସନ୍‌ ବଢିବାରେ ଲାଗିଲାଣି। ଶେଷରେ ଏହି ସିଜିନ ଲାଗି ମେକର୍ସ ଏକ ନୂଆ ସେଟ୍‌ କରିବାକୁ ମାଇଣ୍ଡ ମେକଅପ୍‌ କରି ସାରିଥିବା ଜଣାପଡିଛି। କେବିସିର ପୁରୁଣା ସେଟ୍‌ରେ ଏବେ କପିଲ ଶର୍ମା ନିଜ ଶୋ’ ‘ଦି କପିଲ ଶର୍ମା ସୋ’ ର ସୁଟିଂ ଚାଲୁ ରଖିଛନ୍ତି। ୨ ବର୍ଷ ପୂର୍ବେ ଫିଲ୍ମ ସିଟିରେ ଭିନ୍ନ ଭିନ୍ନ ସେଟ୍‌ରେ ଉଭୟ ଅମିତାଭ ଓ କପିଲଙ୍କ ଶୋ’ର ସୁଟିଂ ଚାଲୁଥିଲା।

ହେଲେ କପିଲ ନିଜ ଶୋ’ରୁ ବ୍ରେକ୍‌ ନେବା  ପରେ ତାଙ୍କ ସେଟ୍‌ ଅନ୍ୟ କାମରେ ଲାଗିଗଲା।  ବର୍ଷେ ପରେ ସେ ଯେତେବେଳେ କମ୍‌ବ୍ୟାକ୍‌ କଲେ, ସେତେବେଳେ ସେ କେବିସି ସେଟ୍‌ରେ ହିଁ ନିଜ ଟିମ୍‌ ସହ ଶୁଟିଂ କରିବାକୁ ଲାଗିଲେ। ସେତେବେଳକୁ ଅମିତାଭଙ୍କ କେବିସି-୧୦ର ସୁଟିଂ ହୋଇ ଯାଇଥିଲା। ଫଳରେ ଏବେ କେବିସିର ସୁଟିଂ ଲାଗି  ସେଟ୍‌ ଖୋଜା ଅଭିଯାନ ଆରମ୍ଭ କରି ଦେଲେଣି ନିର୍ମାତା।

Related story