ଖୁବ୍‌ଶୀଘ୍ର ଟିଭି ପରଦାରୁ ବିଦାୟ ନେବ ‘କେବିସି’

ମୁମ୍ବାଇ: ଦର୍ଶକଙ୍କ ପାଇଁ ଦୁଃଖ ଖବର। ସୋନି ଟିଭିରେ ପ୍ରସାରିତ ହେଉଥିବା ସମସ୍ତଙ୍କ ପସନ୍ଦର କୁଇଜ୍ ଶୋ ‘କୌନ୍ ବନେଗା କରୋଡପତି’ ବନ୍ଦ ହୋଇଯିବ। ଅକ୍ଟୋବର ୨୩ ତାରିଖରେ ଏହାର ଶେଷ ଏପିସୋଡ୍ ପ୍ରସାରିତ ହେବ। ଏହି ଶୋ’ ଅଗଷ୍ଟ ୨୮ରୁ ପ୍ରସାରିତ ହେଉଛି। ଦୀର୍ଘଦିନର ବ୍ୟବଧାନ ପରେ ଏହି ଶୋ’ ପରଦାକୁ ଆସିଥିଲା। କୁହାଯାଉଛି ଟିଆରପି ଅନୁସାରେ କେବିସି ସମସ୍ତ ଶୋ’କୁ ପଛରେ ପକେଇ ଦେଇ ଟପ୍‌ରେ ଅଛି। ଏମିତିରେ ଏହାର ବନ୍ଦ ହେବାର ଖବର […]

kbc

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 10:45 AM IST

ମୁମ୍ବାଇ: ଦର୍ଶକଙ୍କ ପାଇଁ ଦୁଃଖ ଖବର। ସୋନି ଟିଭିରେ ପ୍ରସାରିତ ହେଉଥିବା ସମସ୍ତଙ୍କ ପସନ୍ଦର କୁଇଜ୍ ଶୋ ‘କୌନ୍ ବନେଗା କରୋଡପତି’ ବନ୍ଦ ହୋଇଯିବ। ଅକ୍ଟୋବର ୨୩ ତାରିଖରେ ଏହାର ଶେଷ ଏପିସୋଡ୍ ପ୍ରସାରିତ ହେବ। ଏହି ଶୋ’ ଅଗଷ୍ଟ ୨୮ରୁ ପ୍ରସାରିତ ହେଉଛି। ଦୀର୍ଘଦିନର ବ୍ୟବଧାନ ପରେ ଏହି ଶୋ’ ପରଦାକୁ ଆସିଥିଲା। କୁହାଯାଉଛି ଟିଆରପି ଅନୁସାରେ କେବିସି ସମସ୍ତ ଶୋ’କୁ ପଛରେ ପକେଇ ଦେଇ ଟପ୍‌ରେ ଅଛି। ଏମିତିରେ ଏହାର ବନ୍ଦ ହେବାର ଖବର ସମସ୍ତଙ୍କୁ ନିରାଶ କରିଛି। ଏହି ସିଜିନ୍‌ରେ ପ୍ରଥମ କୋଟିପତି ହୋଇଥିଲେ ଅନାମିକା ମଜୁମଦାର। ଅନାମିକା ୭ କୋଟି ପ୍ରଶ୍ନ ପାଖାପାଖି ପହଞ୍ଚି ଯାଇଥିଲେ,କିନ୍ତୁ ଶେଷରେ ରିସ୍କ ନନେଇ ସେ କୁଇଟ୍ କରିଥିଲେ।

ନିକଟରେ ସୋନି ଟିଭିରେ ଦୁଇଟି ନୂଆ ଶୋ’ ଆରମ୍ଭ ହେବାକୁ ଯାଉଛି। ସେଥିରୁ ଗୋଟିଏ ହେଉଛି ‘ରିସ୍ତା ଲେଖେଙ୍ଗେ ହମ ନୟା’। ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ସେପଟେ ଅନ୍ୟ ଏକ ରୋମାଣ୍ଟିକ ଶୋ’ ‘ଏକ ଦିବାନା ଥା’ ମଧ୍ୟ ପ୍ରସାରିତ ହେବାକୁ ଯାଉଛି।

Related story