ଖାଣ୍ଟି ଓଡ଼ିଆ ଝିଅଙ୍କୁ ନେଇ ଗୋଟେ ଖାଣ୍ଟି ଓଡ଼ିଆ ଗୀତ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡ଼ିଆ ଭାରି ବଢ଼ିଆ। ବାର ମାସରେ ତେର ପର୍ବ। ଓଡ଼ିଆ ଭାଷା ଆମର ଗର୍ବ। ଓଡ଼ିଆଙ୍କ ସଂସ୍କୃତି ଯେମିତି ବଢ଼ିଆ, ଏଠାକାର ମଣିଷ ବି ସେମିତି ବଢ଼ିଆ। ଆଉ ଏଠାକାର ଝିଅ ବି ଖାଣ୍ଟି ଓଡ଼ିଆ। ସେଇ ଓଡ଼ିଆ ଝିଅଙ୍କ ହୃଦୟ ଜିତିଲା ପରି ଓଡ଼ିଆ ଫିଲ୍ମରେ ଆସିଛି ଏକ ଫିଲ୍ମ। ଯାହାର ନାଁ  ରହିଛି ମୁଁ ଖାଣ୍ଟି ଓଡ଼ିଆ ଝିଅ। ଏହାର ଟାଇଟଲ୍ ଗୀତ ବି ଖୁବ୍ ଜମାଣିଆ ହୋଇଛି। ଆସନ୍ତାକାଲି […]

Rakesh Mallick
  • Published: Tuesday, 05 September 2017
  • , Updated: 05 September 2017, 05:44 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଡ଼ିଆ ଭାରି ବଢ଼ିଆ। ବାର ମାସରେ ତେର ପର୍ବ। ଓଡ଼ିଆ ଭାଷା ଆମର ଗର୍ବ। ଓଡ଼ିଆଙ୍କ ସଂସ୍କୃତି ଯେମିତି ବଢ଼ିଆ, ଏଠାକାର ମଣିଷ ବି ସେମିତି ବଢ଼ିଆ। ଆଉ ଏଠାକାର ଝିଅ ବି ଖାଣ୍ଟି ଓଡ଼ିଆ। ସେଇ ଓଡ଼ିଆ ଝିଅଙ୍କ ହୃଦୟ ଜିତିଲା ପରି ଓଡ଼ିଆ ଫିଲ୍ମରେ ଆସିଛି ଏକ ଫିଲ୍ମ। ଯାହାର ନାଁ  ରହିଛି ମୁଁ ଖାଣ୍ଟି ଓଡ଼ିଆ ଝିଅ। ଏହାର ଟାଇଟଲ୍ ଗୀତ ବି ଖୁବ୍ ଜମାଣିଆ ହୋଇଛି। ଆସନ୍ତାକାଲି ଫିଲ୍ମଟି ପରଦାକୁ ଆସିବାକୁ ଯାଉଛି।

ଏହି ଫିଲ୍ମର ଅଭିନେତ୍ରୀ ହେଉଛନ୍ତି ଏଲିନା। ତାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ନବାଗତ ଅଭିନେତା ରଣବୀର। ଫିଲ୍ମଟିର ନିର୍ଦେଶନା ଦେଇଛନ୍ତି ଅବତାର ସିଂ। ଏଥିରେ ଜଣେ ଖାଣ୍ଟି ଓଡ଼ିଆ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି ଏଲିନା। ଓଡ଼ିଆ ଝିଅମାନଙ୍କ ବେଶପୋଷାକ, ହାବଭାବ ଓ ସଂସ୍କାରକୁ ନେଇ ପ୍ରସ୍ତୁତ ହୋଇଛି ଖାଣ୍ଟି ଓଡ଼ିଆ ଝିଅ ଗୀତଟି। ଢିଙ୍କି କୁଟାଠୁ ଆରମ୍ଭ କରି ପଖାଳ କଂସା ପର୍ଯ୍ୟନ୍ତ ସବୁ କିଛି ସାମିଲ ହୋଇଛି ଏହି ଗୀତରେ। ଚଳଚ୍ଚିତ୍ରର ଅଧିକାଂଶ ସିନ୍ ସୁଟିଂ ପ୍ରାକୃତିକ ପରିବେଶରେ ହୋଇଛି।

 

Related story