ଜାଣନ୍ତୁ କେଉଁ ବଲିଉଡ୍‌ ଅଭିନେତ୍ରୀ କେତେ ଧନୀ, କାହାର ଅଛି କେତେ ସଂପତ୍ତି

ବଲିଉଡ୍‌ ଅଭନେତ୍ରୀମାନେ ନିଜ ଅଭିନୟର ଯାଦୁରେ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନ କରିଥାନ୍ତି। ଅଭିନୟରୁ ଅନେକ ଅଭିନେତ୍ରୀ କୋଟି କୋଟି ଟଙ୍କା ଆୟ କରନ୍ତି। ତା’ ଛଡ଼ା ସେମାକେ କମର୍ସିଆଲ୍ ଆଡ୍ ଓ ଅନ୍ୟାନ୍ୟ ସାଇଡ୍‌ ବିଜ୍‌ନେସ୍‌ରୁ ମଧ୍ୟ ଭଲ ଆୟ କରନ୍ତି।  ଜଣେ ଜଣେ ଅଭିନେତ୍ରୀ ଅଭିନେତାମାନଙ୍କଠାରୁ ମଧ୍ୟ ଅଧିକ ଆୟ କରନ୍ତି। ଚାଲନ୍ତୁ ଜାଣିବା ବଲିଉଡ୍‌ର କେତେ ଜଣ ଅଭିନେତ୍ରୀଙ୍କ ସମ୍ପତ୍ତି ସଂପର୍କରେ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଅନେକ […]

actress

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 10:26 AM IST

ବଲିଉଡ୍‌ ଅଭନେତ୍ରୀମାନେ ନିଜ ଅଭିନୟର ଯାଦୁରେ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନ କରିଥାନ୍ତି। ଅଭିନୟରୁ ଅନେକ ଅଭିନେତ୍ରୀ କୋଟି କୋଟି ଟଙ୍କା ଆୟ କରନ୍ତି। ତା’ ଛଡ଼ା ସେମାକେ କମର୍ସିଆଲ୍ ଆଡ୍ ଓ ଅନ୍ୟାନ୍ୟ ସାଇଡ୍‌ ବିଜ୍‌ନେସ୍‌ରୁ ମଧ୍ୟ ଭଲ ଆୟ କରନ୍ତି।  ଜଣେ ଜଣେ ଅଭିନେତ୍ରୀ ଅଭିନେତାମାନଙ୍କଠାରୁ ମଧ୍ୟ ଅଧିକ ଆୟ କରନ୍ତି। ଚାଲନ୍ତୁ ଜାଣିବା ବଲିଉଡ୍‌ର କେତେ ଜଣ ଅଭିନେତ୍ରୀଙ୍କ ସମ୍ପତ୍ତି ସଂପର୍କରେ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ବିଶ୍ଵ ସୁନ୍ଦରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ସହ ଐଶ୍‌ କମର୍ସିଆଲ୍‌ ଆଡ୍ ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ନିଅନ୍ତି। ଐଶ୍‌ ୧୯୫ କୋଟି ଟଙ୍କାର ମାଲିକାଣୀ।

ଅମିଶା ପଟେଲ୍‌: ନିଜର ପ୍ରଥମ ଫିଲ୍ମରୁ ବଲିଉଡ୍‌ରେ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ଅଭିନେତ୍ରୀ ଅମିଶା ପଟେଲ୍‌। ସେ ଅନେକ ସଫଳ ଫିଲ୍ମରେ କାମ କରିଛନ୍ତି। ଦୀର୍ଘଦିନ ହେବ ସେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ଅମିଶା ଏବେ ନିଜ ପ୍ରଡକ୍‌ସନ ହାଉସ୍‌ରୁ ଭଲ ରୋଜଗାର କରୁଛନ୍ତି।  ଅମିଶା ମଧ୍ୟ ପାଖାପାଖି ୧୯୫ କୋଟି ଟଙ୍କାର ସଂପତ୍ତିର ମାଲିକାଣୀ।

ଦୀପିକା ପାଦୁକୋନ୍‌: ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦୁକୋନ୍‌ ଜଣେ। ସେ କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ଦୀପିକା ଫିଲ୍ମ ଜଗତରେ ସବୁଠୁ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ୧୮୭ କୋଟି ଟଙ୍କାର ମାଲିକାଣୀ।

କଜୋଲ୍‌: ଏଥିରେ କୌଣସି ସନ୍ଦେହ ନାହିଁ ଯେ  କୋଜୋଲଙ୍କ ଫିଲ୍ମ କ୍ୟାରିଅର୍‌ ଖୁବ୍‌ ଜବରଦସ୍ତ ରହିଥିଲା।  ଏବେ ସେ ପରଦାରେ ଖୁବ୍‌ କମ୍‌ ନଜର ଆସୁଛନ୍ତି। କିନ୍ତୁ କମର୍ସିଆଲ୍‌ ଆଡ୍‌ରୁ ସେ ବହୁତ ଭଲ ଟଙ୍କା ରୋଜଗାର କରୁଛନ୍ତି। ଏହାଛଡା ନିଜ ସ୍ଵାମୀ ଅଜୟ ଦେବ୍‌ଗନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ର ଦାୟିତ୍ଵ ମଧ୍ୟ ସମ୍ଭାଳୁଛନ୍ତି ଓ ନିଜର ବ୍ୟବସାୟ ମଧ୍ୟ କରନ୍ତି।  ତାଙ୍କ ପାଖରେ ୧୦୩ କୋଟି ଟଙ୍କାର ସଂପତ୍ତି ରହିଛି।

କରିସ୍ମା କପୁର: ଅଭିନେତ୍ରୀ କରିସ୍ମା କପୁର ଅନେକ ଦିନ ହେଲା ଅଭିନୟ ଜଗତରୁ ଦୂରରେ ଅଛନ୍ତି। ତେବେ ବିଜ୍ଞାପନ ଆଦିରେ ସକ୍ରିୟ ଅଛନ୍ତି। ତା’ଛଡ଼ା ତାଙ୍କର ନିଜର ବିଜ୍‌ନେସ୍ ରହିଛି। ସେ ପାଖାପାଖି ୮୦ କୋଟି ଟଙ୍କାର ମାଲିକାଣୀ।

Related story