ପୁଣି କାହାକୁ ଧୋକା ଦେଲେ ହ୍ରିତିକ୍‌?

ମୁମ୍ବାଇ: ପ୍ରଥମେ ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ ଓ ପରେ କଙ୍ଗନା ସହ ସଂପର୍କକୁ ନେଇ ଗୁଡାଏ ଦିନ ଚର୍ଚ୍ଚାରେ ରହିଥିଲେ ହ୍ରିତିକ୍ ରୋଶନ। ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥିଲା ଯେ ହ୍ରିତିକ୍ କଙ୍ଗନା ରଣାୱତଙ୍କୁ ଧୋକା ଦେଇଛନ୍ତି। ଏହା କେତେ ସତ କେତେ ମିଛ ତାହା ଜଣାପଡ଼ି ନାହିଁ। ତେବେ ହ୍ରିତିକ୍ ନିକଟରେ ଆଉ ଦୁଇ ଜଣଙ୍କୁ ଧୋକା ଦେଇଛନ୍ତି। ରୋନୀ ସ୍କ୍ରୁୱାଲା ଓ ରାକେଶ ଓମ ପ୍ରକାଶ ମେହରାଙ୍କୁ ହ୍ରିତିକ୍ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗି […]

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 07:55 AM IST

ମୁମ୍ବାଇ: ପ୍ରଥମେ ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ ଓ ପରେ କଙ୍ଗନା ସହ ସଂପର୍କକୁ ନେଇ ଗୁଡାଏ ଦିନ ଚର୍ଚ୍ଚାରେ ରହିଥିଲେ ହ୍ରିତିକ୍ ରୋଶନ। ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥିଲା ଯେ ହ୍ରିତିକ୍ କଙ୍ଗନା ରଣାୱତଙ୍କୁ ଧୋକା ଦେଇଛନ୍ତି। ଏହା କେତେ ସତ କେତେ ମିଛ ତାହା ଜଣାପଡ଼ି ନାହିଁ। ତେବେ ହ୍ରିତିକ୍ ନିକଟରେ ଆଉ ଦୁଇ ଜଣଙ୍କୁ ଧୋକା ଦେଇଛନ୍ତି। ରୋନୀ ସ୍କ୍ରୁୱାଲା ଓ ରାକେଶ ଓମ ପ୍ରକାଶ ମେହରାଙ୍କୁ ହ୍ରିତିକ୍ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗି ଦେଇଛନ୍ତି। ସେ ରାକେଶ ଓମ୍ ପ୍ରକାଶ ମେହରାଙ୍କ ଫିଲ୍ମ ‘କବାଡ୍ଡୀ’ରେ କାମ କରିବାକୁ ହଁ କରିଥିଲେ। କିନ୍ତୁ ଏବେ ସେ ଏହି ଫିଲ୍ମରେ କାମ କରିପାରିବେ ନାହିଁ ବୋଲି କହିଛନ୍ତି। ତେବେ ସେ ଏମିତି କଲେ କାହିଁକି? ସେ  ୨୦୧୮ର ଫେବ୍ରୁଆରୀ, ମାର୍ଚ୍ଚ, ଓ ଏପ୍ରିଲ ମାସର ସମୟ ୟଶରାଜ ଫିଲ୍ମସ୍‌କୁ ଦେବା ପାଇଁ ହଁ ଭରି ଦେଇଛନ୍ତି। ଉକ୍ତ ସମୟରେ ‘କବାଡ୍ଡୀ’ର ସୁଟିଂ ହେବାର ଥିଲା।  ‘କବାଡ୍ଡୀ’ରେ କାମ ନକରିବା ପାଇଁ ସେ ଅନ୍ୟ କୌଣସି ବାହାନା ନପାଇ ଏବେ କହୁଛନ୍ତି ତାଙ୍କୁ ସ୍କ୍ରିପ୍ଟ ଭଲ ଲାଗିଲାନି। ଯଦି ସ୍କ୍ରିପ୍ଟ ବଦଳାଯିବ ତା’ହେଲେ ସେ ଏହି ଫିଲ୍ମରେ କାମ କରିବେ। ହ୍ରିତିକଙ୍କ ବଦଳରେ ଆଉ କାହାକୁ ଖୋଜିବା ରାକେଶ ଓ ରୋନୀଙ୍କ ପାଇଁ ଏବେ କଷ୍ଟକର ହେବ।  ତେବେ ଆଗାମୀ ଦିନରେ ଜଣାପଡ଼ିବ ସେମାନେ କାହାକୁ ନେଇ ‘କବାଡ୍ଜୀ’ର ସୁଟିଂ କରୁଛନ୍ତି।

 

Related story