ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁହଁର ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ଏହି ୫ ଟେଲିଭିଜନ୍ ଅଭିନେତ୍ରୀ

ବଲିଉଡ୍ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଟେଲିଭିଜନ ଅଭିନେତା ଓ ଅଭିନେତ୍ରୀଙ୍କ କ୍ରେଜ୍ କିଛି କମ୍ ନୁହେଁ। ନିଜ ଅଭିନୟ ଯୋଗୁଁ ଏମାନେ କୋଟି କୋଟି ଲୋକଙ୍କ ମନ ଜିତି ପାରିଛନ୍ତି। ବଲିଉଡ୍ ଅଭିନେତ୍ରୀଙ୍କ ଭଳି ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ନିଜ ସୌନ୍ଦର୍ଯ୍ୟ ପ୍ରତି ବେଶ୍ ସଜାଗ। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସେମାନେ ବିଭିନ୍ନ ପ୍ରକାରର ଦାମୀ କସ୍‌ମେଟିକ୍‌ସ ବ୍ୟବହାର କରନ୍ତି। ଏପରିକି ଚେହେରାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରାଇଛନ୍ତି। ଆଜି ଆମେ […]

ACTRESS

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 01:49 PM IST

ବଲିଉଡ୍ ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଟେଲିଭିଜନ ଅଭିନେତା ଓ ଅଭିନେତ୍ରୀଙ୍କ କ୍ରେଜ୍ କିଛି କମ୍ ନୁହେଁ। ନିଜ ଅଭିନୟ ଯୋଗୁଁ ଏମାନେ କୋଟି କୋଟି ଲୋକଙ୍କ ମନ ଜିତି ପାରିଛନ୍ତି। ବଲିଉଡ୍ ଅଭିନେତ୍ରୀଙ୍କ ଭଳି ଟେଲିଭିଜନ ଅଭିନେତ୍ରୀମାନେ ମଧ୍ୟ ନିଜ ସୌନ୍ଦର୍ଯ୍ୟ ପ୍ରତି ବେଶ୍ ସଜାଗ। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସେମାନେ ବିଭିନ୍ନ ପ୍ରକାରର ଦାମୀ କସ୍‌ମେଟିକ୍‌ସ ବ୍ୟବହାର କରନ୍ତି। ଏପରିକି ଚେହେରାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରାଇଛନ୍ତି। ଆଜି ଆମେ ଟେଲିଭିଜନ ଦୁନିଆର ଏପରି ୫ ଜଣ ଅଭିନେତ୍ରୀଙ୍କ ସମ୍ପର୍କରେ ଜଣାଇବୁ ଯେଉଁମାନେ ନିଜର ସୌନ୍ଦର୍ଯ୍ୟ ବଢ଼ାଇବାକୁ ପ୍ଲାଷ୍ଟିକ୍ ସର୍ଜରୀର ସାହାଯ୍ୟ ନେଇଛନ୍ତି।

୧. ଗୋହର ଖାନ୍: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଗୋହର ଖାନ୍ କେବଳ ସିରିଏଲ ନୁହେଁ, ଅନେକ ରିଅଲିଟି ଶୋ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅଧିକ ସୁନ୍ଦର ଦେଖାଯିବାକୁ ସେ ତାଙ୍କ ଚେହେରାର ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି। ତାଙ୍କର ଏହି ଫଟୋକୁ ଦେଖି ଆପଣ ଜାଣିପାରୁଥିବେ ଯେ ସର୍ଜରୀ ପରେ ଗୋହରଙ୍କ ଚେହେରା କେତେ ବଦଳି ଯାଇଛି।

୨. ହିନା ଖାନ୍: ଛୋଟ ପରଦାର ଲୋକପ୍ରିୟ ସଂସ୍କାରୀ ବୋହୂ ହିନା ଖାନ୍ ନିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ‘ୟେ ରିସ୍ତା କ୍ୟା କେହେଲଆତା ହୈ’, ‘ଖତରୋ କେ ଖିଲାଡ଼ି’ ପରି ଶୋ କରିବା ପରେ ଏବେ ‘ବିଗ୍ ବସ୍’ ରେ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ଛୋଟ ପରଦାର ସବୁଠୁ ଲୋକପ୍ରିୟ ବୋହୂ ମଧ୍ୟ ନିଜକୁ ଅଧିକ ସୁନ୍ଦରୀ କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି।

୩. ମୌନି ରାୟ: ‘ଦେବୋ କେ ଦେବ୍ ମହାଦେବ୍’ ଓ ‘ନାଗିନ’ ପରି ହିଟ୍ ସୋ କରିଥିବା ମୌନି ରାୟ ଦେଖିବାକୁ ଖୁବ୍ ସୁନ୍ଦର। ସେ ମଧ୍ୟ ନିଜ ଚେହେରାକୁ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରାଇଛନ୍ତି।

୪. ରଶ୍ମୀ ଦେଶାଇ: ରଶ୍ମୀ ଦେଶାଇ ଅନେକ ସିରିଏଲରେ ନଜର ଆସିଛନ୍ତି। ତାଙ୍କର ପ୍ରଥମ ସିରି‌ଏଲ ‘ଉତରନ୍’ କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିଲା।  ସେ ମଧ୍ୟ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। ରଶ୍ମୀ ତାଙ୍କ ମୁହଁର ପ୍ଲାଷ୍ଟିକ ସର୍ଜରୀ କରାଇଛନ୍ତି।

୫. ପାରୁଲ ଚୌହାନ୍: ‘ବିଦାଇ’ ସିରିଏଲର ପାରୁଲ ଓ ‘ୟେ ରିସ୍ତା କ୍ୟା କେହେଲଆତା ହୈ’ର ପାରୁଲ୍ ମଧ୍ୟରେ ଥିଲା ଆକାଶପାତାଳ ପ୍ରଭେଦ।  ‘ୟେ ରିସ୍ତା କ୍ୟା କେହେଲଆତା ହୈ’ରେ ତାଙ୍କ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କୁ ଦେଖି କେହି ବିଶ୍ୱାସ କରି ନଥିଲେ ଯେ ଇଏ ସେହି ‘ବିଦାଇ’ର ପାରୁଲ୍ ବୋଲି। ପାରୁଲ ନିଜକୁ ଏପରି ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରାଇଥିଲେ।

Related story