ସାଉଥରେ ହିଟ୍‌, କିନ୍ତୁ ସାଉଥ୍‌ର ନୁହଁନ୍ତି; ଜାଣନ୍ତୁ ଏମିତି କିଛି ହିରୋଇନ୍‌ଙ୍କୁ

ଆଜିକାଲି ସାଉଥ୍ ଫିଲ୍ମର ବହୁତ ଡିମାଣ୍ଡ୍। ତେଣୁ ସାଉଥ୍‌ କଳାକାର ମାନଙ୍କର ବହୁତ ଫ୍ୟାନ୍‌ ଅଛନ୍ତି। ସେମାନଙ୍କ ଫ୍ୟାନ୍ କେବଳ ଦକ୍ଷିଣ ଭାରତ ଭିତରେ ସୀମିତ ନୁହଁନ୍ତି। ସାରା ଦେଶରେ ଅଛନ୍ତି ସେମାନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍। ସାଉଥ୍‌ର ହିରୋମାନେ ସାଧାରଣତଃ ସେଠିକାର ବାସିନ୍ଦା। କିନ୍ତୁ ସାଉଥ୍‌ର ସବୁ ହିରୋଇନ୍ ସେଠିକାର ବାସିନ୍ଦା ନୁହଁନ୍ତି। ଆମେ ଆଜି ଏମିତି କେତେ ଜଣ  ସାଉଥ୍‌ ହିରୋଇନଙ୍କ ବିଷୟରେ ଆପଣମାନଙ୍କୁ କହିବୁ ଯେଉଁମାନେ ବହୁତ ହିଟ୍‌ କିନ୍ତୁ ସେମାନେ ସାଉଥ୍‌ର […]

tammana

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 10:30 AM IST

ଆଜିକାଲି ସାଉଥ୍ ଫିଲ୍ମର ବହୁତ ଡିମାଣ୍ଡ୍। ତେଣୁ ସାଉଥ୍‌ କଳାକାର ମାନଙ୍କର ବହୁତ ଫ୍ୟାନ୍‌ ଅଛନ୍ତି। ସେମାନଙ୍କ ଫ୍ୟାନ୍ କେବଳ ଦକ୍ଷିଣ ଭାରତ ଭିତରେ ସୀମିତ ନୁହଁନ୍ତି। ସାରା ଦେଶରେ ଅଛନ୍ତି ସେମାନଙ୍କର ଲକ୍ଷ ଲକ୍ଷ ଫ୍ୟାନ୍। ସାଉଥ୍‌ର ହିରୋମାନେ ସାଧାରଣତଃ ସେଠିକାର ବାସିନ୍ଦା। କିନ୍ତୁ ସାଉଥ୍‌ର ସବୁ ହିରୋଇନ୍ ସେଠିକାର ବାସିନ୍ଦା ନୁହଁନ୍ତି। ଆମେ ଆଜି ଏମିତି କେତେ ଜଣ  ସାଉଥ୍‌ ହିରୋଇନଙ୍କ ବିଷୟରେ ଆପଣମାନଙ୍କୁ କହିବୁ ଯେଉଁମାନେ ବହୁତ ହିଟ୍‌ କିନ୍ତୁ ସେମାନେ ସାଉଥ୍‌ର ନୁହଁନ୍ତି।

କାଜଲ ଅଗ୍ରୱାଲ- ସାଉଥ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ। ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କାଜଲ ପ୍ରକୃତରେ ସାଉଥ୍‌ର ନୁହଁନ୍ତି। ସେ ଦିଲ୍ଲୀର ଝିଅ।

ତମନ୍ନା ଭାଟିଆ- ସାଉଥ୍‌ର ଆଉ ଜଣେ ପ୍ରସିଦ୍ଧ ହିରୋଇନ୍‌ ହେଉଛନ୍ତି ତମନ୍ନା ଭାଟିଆ। ସମସ୍ତେ ଭାବୁଥିବେ ସେ ସାଉଥ୍‌ର। ପ୍ରକୃତରେ ତାଙ୍କ ଘର ମୁମ୍ବାଇରେ।

ହଂସିକା ମୋଟୱାନୀ- ସାଉଥ୍‌ର ଜଣାଶୁଣା ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ଘର ମୁମ୍ବାଇରେ। ସେ ପିଲାଦିନେ ଅନେକ ସିରିଏଲରେ ଅଭିନୟ କରିଥିଲେ।

ଇଲିଆନା ଡିକ୍ରୁଜ୍‌- ଇଲିଆନା ଡିକ୍ରୁଜ୍‌ ଅନେକ ସାଉଥ୍ ଫିଲ୍ମରେ କାମ କରିଛନ୍ତି। ବଲିଉଡ୍‌ରେ ମଧ୍ୟ ସେ ପାଦ ଦେଇ ସାରିଛନ୍ତି। ସମସ୍ତେ ଭାବନ୍ତି ସେ ସାଉଥ୍‌ର। ପ୍ରକୃତରେ ଇଲିଆନା ଗୋଆର।

Related story