ଜାଣନ୍ତୁ ଏହି ବଲିଉଡ୍‌ କଳାକାରଙ୍କ ବିଶ୍ୱ ରେକର୍ଡ ବିଷୟରେ

ବଲିଉଡ୍‌ କଳାକାରଙ୍କୁ ନେଇ ସବୁଦିନ ଚର୍ଚ୍ଚା ହୁଏ। କେବେ କେବେ ତାଙ୍କ କାମକୁ ନେଇ ତ କେବେ କେବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ବେଳେବେଳେ ଆମେମାନେ ଭାବୁ ଯେ, ବଲିଉଡ୍‌ କଳାକାର ଖୁବ୍‌ କମ୍‌ ଓ ମଜାଦାର କାମ କରି ବେଶୀ ରୋଜଗାର କରିପାରୁଛନ୍ତି ଏବଂ ରାତାରାତି ସେଲିବ୍ରିଟି ପାଲଟି ଯାଉଛନ୍ତି। କିନ୍ତୁ କଥାଟା ସଂପୂର୍ଣ୍ଣ ସତ ନୁହେଁ। ଅନେକ ସମୟରେ ଏହି କଳାକାରଙ୍କ ଦକ୍ଷତା କଥା ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ। ଘଣ୍ଟାଘଣ୍ଟା କାମ […]

amitav

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 02:55 PM IST

ବଲିଉଡ୍‌ କଳାକାରଙ୍କୁ ନେଇ ସବୁଦିନ ଚର୍ଚ୍ଚା ହୁଏ। କେବେ କେବେ ତାଙ୍କ କାମକୁ ନେଇ ତ କେବେ କେବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ। ବେଳେବେଳେ ଆମେମାନେ ଭାବୁ ଯେ, ବଲିଉଡ୍‌ କଳାକାର ଖୁବ୍‌ କମ୍‌ ଓ ମଜାଦାର କାମ କରି ବେଶୀ ରୋଜଗାର କରିପାରୁଛନ୍ତି ଏବଂ ରାତାରାତି ସେଲିବ୍ରିଟି ପାଲଟି ଯାଉଛନ୍ତି। କିନ୍ତୁ କଥାଟା ସଂପୂର୍ଣ୍ଣ ସତ ନୁହେଁ। ଅନେକ ସମୟରେ ଏହି କଳାକାରଙ୍କ ଦକ୍ଷତା କଥା ଶୁଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ। ଘଣ୍ଟାଘଣ୍ଟା କାମ ଓ ଦିନରାତି ସୁଟିଂରେ ରହି ମଧ୍ୟ ସେମାନେ ଏକାଗ୍ର ଚିତ୍ତରେ କାମ କରିପାରନ୍ତି। ଏମିତି କି କିଛି କ୍ଷେତ୍ରରେ ଏମାନେ ବିଶ୍ଵ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ସେହି କଳାକାରଙ୍କ ରେକର୍ଡ ସଂପର୍କରେ।

ସୋନାକ୍ଷୀ ସିହ୍ନା- ମୁମ୍ବାଇରେ ୨୦୧୬ରେ ମହିଳା ଦିବସରେ ଏକ ଇଭେଣ୍ଟର ଆୟୋଜନ ହୋଇଥିଲା। ଏଥିରେ ୧୩୨୮ଜଣ ମହିଳା ଏକା ସାଙ୍ଗରେ ନିଜ ନଖରେ ନେଲ୍‌ ପଲିସ୍‌ ଲଗାଇଥିଲେ। ଏଥିରେ ସୋନାକ୍ଷୀ ମଧ୍ୟ ସାମିଲ୍‌ ହୋଇଥିଲେ। ଏକା ସହ ଏତେ ମହିଳା ନେଲ ପେଣ୍ଟ ଲଗାଇ ୱର୍ଲ୍ଡ ରେକର୍ଡ ବନେଇଥିଲେ।

ଅଭିଷେକ ବଚ୍ଚନ- ଅଭିଷେକ ୧୨ ଘଣ୍ଟା ଭିତରେ ନିଜ ଫିଲ୍ମର ପ୍ରମୋସନ୍‌ ପାଇଁ ସବୁଠୁ ଅଧିକ ସ୍ଥାନକୁ ଯାଇ ୱାର୍ଲ୍ଡ ରେକର୍ଡ କରିଥିଲେ। ଦିଲ୍ଲୀ- ୬ ର ପ୍ରମୋସନ୍‌ ସମୟରେ ସେ ୧୨ ଘଣ୍ଟା ଭିତରେ ଏକାଧିକ ଜାଗା ବୁଲିଥିଲେ।

ଅମିତାଭ ବଚ୍ଚନ- ଅମିତାଭ ୧୯ ଜଣ କଣ୍ଠଶିଳ୍ପୀଙ୍କ ସହ ହନୁମାନ ଚାଳିଶା ଗାଇ ବିଶ୍ଵ ରେକର୍ଡ ବନେଇଛନ୍ତି।

ଶାହାରୁଖ୍ ଖାନ୍‌- ଶାହାରୁଖ୍‌ ୨୦୧୩ରେ ସବୁଠୁ ଅଧିକ ଟଙ୍କା ଆୟ କରିଥିବା ହିରୋ ବନିଥିଲେ। ସେହି ବର୍ଷ ସେ ୨୨୦.୫ କୋଟି ଟଙ୍କା ଆୟ କରିଥିଲେ।

କୁମାର ସାନୁ- କୁମାର ସାନୁ ଗୋଟେ ଦିନରେ ୨୮ଟି ଗୀତ ଗାଇ ବିଶ୍ୱ ରେକର୍ଡ କରିଥିଲେ। ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରି ନାହାନ୍ତି।

Related story